ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ…

ରାଞ୍ଚି,୮।୨: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ବିଦ୍ୟୁତ ଉପଭୋକ୍ତା ଏଥିରୁ ବିପୁଳ ଲାଭ ପାଇବାକୁ ଯାଉଛନ୍ତି। ଝାଡ଼ଖଣ୍ଡରେ ପ୍ରତି ମାସରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ଦିଆଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏହାକୁ ୧୨୫ ୟୁନିଟକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ବିଭାଗୀୟ ସଚିବମାନଙ୍କ ସହ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ଶକ୍ତି […] The post ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ… appeared first on Dharitri Odia News.

ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ…

ରାଞ୍ଚି,୮।୨: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ବିଦ୍ୟୁତ ଉପଭୋକ୍ତା ଏଥିରୁ ବିପୁଳ ଲାଭ ପାଇବାକୁ ଯାଉଛନ୍ତି। ଝାଡ଼ଖଣ୍ଡରେ ପ୍ରତି ମାସରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ଦିଆଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଏହାକୁ ୧୨୫ ୟୁନିଟକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବୁଧବାର ବିଭାଗୀୟ ସଚିବମାନଙ୍କ ସହ ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ। ଆବଶ୍ୟକ ପ୍ରକ୍ରିୟା ଶେଷ କରିବାକୁ ଶକ୍ତି ବିଭାଗକୁ ସିଏମ ଚମ୍ପାଇ ସୋରେନ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ପକ୍ଷରୁ କୁହାଯାଇଛି ଯେ ସରକାର ମଧ୍ୟ ବିଦ୍ୟୁତ ସବସିଡି ବୃଦ୍ଧି କରିବେ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ସମସ୍ତ ବିଭାଗକୁ ବଜେଟ ବ୍ୟୟକୁ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଦ୍ୱାରା ଚଳିତ ଆର୍ଥିକ ବର୍ଷର ଲକ୍ଷ୍ୟ ହାସଲ ହୋଇପାରିବ। ବିଦ୍ୟାଳୟରେ ଆଦିବାସୀ ଭାଷା ଶିକ୍ଷକ ନିଯୁକ୍ତିକୁ ନିଶ୍ଚିତ କରିବାକୁ ମଧ୍ୟ ସିଏମ ନିର୍ଦ୍ଦେଶ ଦେଇଛନ୍ତି।

The post ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ… appeared first on Dharitri Odia News.