ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ୯ଟି ଯାକ ଗଣ୍ଡି ୧୦ ସିପ୍ଟରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ଫରେଷ୍ଟର କଳ୍ପନା ବେହେରା ଓ ହାତୀ ସ୍କ୍ବାଡ୍‌  ଚଢ଼ାଉ କରିଥିଲେ। ନୂଆ କୁମର୍ଦ୍ଦା ଗ୍ରାମ ସଂରକ୍ଷିତ ଜଙ୍ଗଲ ମଝିରେ କଟା ହୋଇ ଶାଳକାଠକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ […] The post ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର appeared first on Dharitri Odia News.

ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର

ଭୁବନ,୧୩ା୧୦(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ନୂଆ କୁମର୍ଦ୍ଦାରୁ ୯ଟି ଶାଳଗଣ୍ଡି ଜବତ କରାଯାଇ ଥିବାବେଳେ ମାଫିଆ ଫେରାର ହୋଇଯାଇଛନ୍ତି। ୯ଟି ଯାକ ଗଣ୍ଡି ୧୦ ସିପ୍ଟରୁ ଊର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଇଛି। ବିଶେଷ ସୂତ୍ରରୁ ଖବର ପାଇ ଭୁବନ ଫରେଷ୍ଟର କଳ୍ପନା ବେହେରା ଓ ହାତୀ ସ୍କ୍ବାଡ୍‌  ଚଢ଼ାଉ କରିଥିଲେ। ନୂଆ କୁମର୍ଦ୍ଦା ଗ୍ରାମ ସଂରକ୍ଷିତ ଜଙ୍ଗଲ ମଝିରେ କଟା ହୋଇ ଶାଳକାଠକୁ ଜବତ କରି ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏହି ଅଞ୍ଚଳରେ ପୂର୍ବରୁ ଚୋରା କାଠମାଫିଆଙ୍କ ଗମନାଗମନ ରହୁଛି ବୋଲି ବନ ବିଭାଗ ସୁରାକ ପାଇଥିଲା।

The post ଜଙ୍ଗଲ ମଝିରେ ଶାଳଗଣ୍ଡି ରଖି ମାଫିଆ ଫେରାର appeared first on Dharitri Odia News.