‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ

ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ ଉପକୂଳ ଦେଇ ସ୍ଥଳ ଭାଗ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏହାର ନାମ ‘ଫେଙ୍ଗଲ’ ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲା ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ସମେତ ପୁରଷୋତ୍ତମପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଶୁକ୍ରବାର ଦିନ ତମାମ ଝିପିଝିପି ବର୍ଷା ଲାଗିବା ସହ ସୁଲସୁଲିଆ […] The post ‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ appeared first on Dharitri Odia News.

‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ

ପୁରୁଷୋତ୍ତମପୁର,୩୦ା୧୧(ସିମାଞ୍ଚଳ ମିଶ୍ର):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୁତ ହୋଇ ଶୁକ୍ରବାର ମଧ୍ୟରାତି ଶନିବାର ଭୋର ବାତ୍ୟାର ରୂପ ନେଇ କାକାଇକାଲ ଓ ମହାବଳିପୁରମ ଉପକୂଳ ଦେଇ ସ୍ଥଳ ଭାଗ ଦେଇ ଅତିକ୍ରମ କରିବ ବୋଲି ପାଣିପାଗ ପୂର୍ବାନୁମାନ କରିଛି। ଏହାର ନାମ ‘ଫେଙ୍ଗଲ’ ରହିଛି। ଏହାର ପ୍ରଭାବରେ ଗଞ୍ଜାମ ଜିଲା ଗୋପାଳପୁର ଓ ରଙ୍ଗେଇଲୁଣ୍ଡା ସମେତ ପୁରଷୋତ୍ତମପୁର ଅଞ୍ଚଳର ବିଭିନ୍ନ ଗ୍ରାମ ମାନଙ୍କରେ ଶୁକ୍ରବାର ଦିନ ତମାମ ଝିପିଝିପି ବର୍ଷା ଲାଗିବା ସହ ସୁଲସୁଲିଆ ପବନ ହେଇଛି। ଶନିବାର ମଧ୍ୟ ଗୋପାଳପୁର ଆଖପାଖ ଅଞ୍ଚଳରେ ସାମାନ୍ୟ ଧରଣର ବର୍ଷା ହେବା ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଧାନ ପାଚିବା ବେଳେ କାଟିବା ପାଇଁ ଚାଷୀ ପ୍ରସ୍ତୁତି ହେଉଥିବା ବେଳେ ଏଭଳି ବର୍ଷା ଲାଗିବା ଫଳରେ ଚାଷୀ ପାଇଁ ଚିନ୍ତା ଦୁଇ ଗୁଣ ବଢ଼େଇ ଦେଇଛି।

The post ‘ପେଙ୍ଗଲ’ ପ୍ରଭାବରେ ବର୍ଷା, ଫସଲ ନଷ୍ଟ appeared first on Dharitri Odia News.