ଢେଙ୍କାନାଳରେ ଅଭାବନୀୟ, ପୋଖରୀରେ ବୁଡ଼ି ମହିଳା ଏବଂ ନାବାଳିକାର ମୃତ୍ୟୁ

ଢେଙ୍କାନାଳ: ପୋଖରୀରେ ବୁଡ଼ି ମହିଳା ଏବଂ ନାବାଳିକାର ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗ୍ରାମରେ ଘଟିଛି । ଗ୍ରାମର ୧୦ ବର୍ଷର ଦୁଇ ନାବାଳିକା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ।  ତେବେ ସେମାନଙ୍କୁ ବୁଡ଼ିଯାଉଥିବାରୁ ଦେଖି ଉଦ୍ଧାର କରିବାକୁ ଯାଇ ଜଣେ ମହିଳା ପୋଖରୀରେ ମଧ୍ୟ ବୁଡି ଯାଇଥିଲେ ।ଖବର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ଏହି ମହିଳା ଓ ଜଣେ ୧୧ବର୍ଷର  ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତ ମହିଳା ଜଣଙ୍କ ରାସୋଳ ଥାନା ଖରଡାଳୀ ଗ୍ରାମର ଅଞ୍ଜଳି ସେଠି ବୋଲି ଜଣାପଡିଛି। ତେବେ ଗୁରୁତର ନାବଳିକା ଜଣକ ହେଉଛି ମୃତ ଅଞ୍ଜଳୀଙ୍କ ନାତୁଣୀ ଲିଙ୍କି ସେଠି ।  ଅପରପକ୍ଷରେ ମୃତ କୃଷ୍ଣପ୍ରିୟା ବିଶ୍ୱାଳ ଉକ୍ତ ଗ୍ରାମର ମହେଶ୍ୱର ବିଶ୍ବାଳଙ୍କ ଝିଅ ବୋଲି ଜଣାପଡ଼ିଛି। ସୂଚନା ଥାଉକି, ନିଜ ଆଇ ଅଞ୍ଜଳୀଙ୍କ ସହିତ ନାତୁଣୀ ଲିଙ୍କି ଓ ତାର ସାଥି କୃଷ୍ଣପ୍ରିୟା ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ତେବେ ମୃତା ଅଞ୍ଜଳି ଓ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଘଟଣକୁ ନେଇ ଗ୍ରାମ

ଢେଙ୍କାନାଳରେ ଅଭାବନୀୟ, ପୋଖରୀରେ ବୁଡ଼ି ମହିଳା ଏବଂ ନାବାଳିକାର ମୃତ୍ୟୁ

ଢେଙ୍କାନାଳ: ପୋଖରୀରେ ବୁଡ଼ି ମହିଳା ଏବଂ ନାବାଳିକାର ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାସୋଳ ଥାନା ଅନ୍ତର୍ଗତ ଖରଡାଳୀ ଗ୍ରାମରେ ଘଟିଛି । ଗ୍ରାମର ୧୦ ବର୍ଷର ଦୁଇ ନାବାଳିକା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ବୁଡ଼ି ଯାଇଥିଲେ।  ତେବେ ସେମାନଙ୍କୁ ବୁଡ଼ିଯାଉଥିବାରୁ ଦେଖି ଉଦ୍ଧାର କରିବାକୁ ଯାଇ ଜଣେ ମହିଳା ପୋଖରୀରେ ମଧ୍ୟ ବୁଡି ଯାଇଥିଲେ ।

ଖବର ପାଇ ହିନ୍ଦୋଳ ରୋଡ ଦମକଳ ବାହିନୀ ପହଞ୍ଚି ପୋଖରୀରୁ ଏହି ମହିଳା ଓ ଜଣେ ୧୧ବର୍ଷର  ଶିଶୁକନ୍ୟାର ମୃତଦେହ ଉଦ୍ଧାର କରିଛି। ଅନ୍ୟ ଜଣେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ମୃତ ମହିଳା ଜଣଙ୍କ ରାସୋଳ ଥାନା ଖରଡାଳୀ ଗ୍ରାମର ଅଞ୍ଜଳି ସେଠି ବୋଲି ଜଣାପଡିଛି। ତେବେ ଗୁରୁତର ନାବଳିକା ଜଣକ ହେଉଛି ମୃତ ଅଞ୍ଜଳୀଙ୍କ ନାତୁଣୀ ଲିଙ୍କି ସେଠି ।  ଅପରପକ୍ଷରେ ମୃତ କୃଷ୍ଣପ୍ରିୟା ବିଶ୍ୱାଳ ଉକ୍ତ ଗ୍ରାମର ମହେଶ୍ୱର ବିଶ୍ବାଳଙ୍କ ଝିଅ ବୋଲି ଜଣାପଡ଼ିଛି। 

ସୂଚନା ଥାଉକି, ନିଜ ଆଇ ଅଞ୍ଜଳୀଙ୍କ ସହିତ ନାତୁଣୀ ଲିଙ୍କି ଓ ତାର ସାଥି କୃଷ୍ଣପ୍ରିୟା ଗାଧୋଇବାକୁ ଗାଁ ପୋଖରୀକୁ ଯାଇଥିବା ବେଳେ ଏପରି ଅଘଟଣ ଘଟିଛି। ତେବେ ମୃତା ଅଞ୍ଜଳି ଓ ଶିଶୁର ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ଏପରି ଅଘଟଣକୁ ନେଇ ଗ୍ରାମବାସୀ ବେଶ ମର୍ମାହତ ହୋଇପଡିଛନ୍ତି।