ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦୀ, ବାରାଣସୀ ଲୋକସଭା ଆସନରୁ ଦାଖଲ କଲେ ପ୍ରାର୍ଥୀପତ୍ର
ବାରାଣସୀ ୧୪/୦୫: ବାରଣାସୀରେ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୋଦୀ । ଏହି ଅବସରରେ ଶାହ-ରାଜନାଥ-ଚନ୍ଦ୍ରବାବୁ ନାଇଡୁ-ଚିରାଗଙ୍କ ସମେତ ଅନେତ ମହାରଥୀ ଉପସ୍ଥିତ ଥିଲେ। ତେବେ ନାମାଙ୍କନ ଦାଖଲ ପୂର୍ବରୁ ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ବାରାଣସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି। ପିଏମ୍ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିଛନ୍ତି । ୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । #WATCH | Prime Minister Narendra Modi files nomination from Varanasi Lok Sabha seat for #LokSabhaElections2024 pic.twitter.com/lSgGcPiNjR— ANI (@ANI) May 14, 2024ନାମାଙ୍କନ ଦାଖଲ ପରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବାର ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । ସୋମବାର ନରେନ୍ଦ୍ର ମୋଦୀ ବାରାଣାସୀରେ ବିରାଟ ରୋଡ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡ଼ିବ। ଏଥିପାଇଁ
ବାରାଣସୀ ୧୪/୦୫: ବାରଣାସୀରେ ନାମାଙ୍କନ ଦାଖଲ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ମୋଦୀ । ଏହି ଅବସରରେ ଶାହ-ରାଜନାଥ-ଚନ୍ଦ୍ରବାବୁ ନାଇଡୁ-ଚିରାଗଙ୍କ ସମେତ ଅନେତ ମହାରଥୀ ଉପସ୍ଥିତ ଥିଲେ।
ତେବେ ନାମାଙ୍କନ ଦାଖଲ ପୂର୍ବରୁ ଗଙ୍ଗାରେ ପୂଜାର୍ଚ୍ଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ବାରାଣସୀର ଦଶାଶ୍ୱମେଧ ଘାଟରେ ପୂଜାର୍ଚ୍ଚନା କରିଛନ୍ତି। ପିଏମ୍ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନାମାଙ୍କନ ସମୟରେ ଉପସ୍ଥିତ ରହିଛନ୍ତି ।
୧୮ରୁ ଅଧିକ କ୍ୟାବିନେଟ୍ ମନ୍ତ୍ରୀଙ୍କ ସମେତ ୩୬ ଭିଆଇପି ମଧ୍ୟ ଉପସ୍ଥିତ ଥିଲେ । ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି ।
#WATCH | Prime Minister Narendra Modi files nomination from Varanasi Lok Sabha seat for #LokSabhaElections2024 pic.twitter.com/lSgGcPiNjR— ANI (@ANI) May 14, 2024
ନାମାଙ୍କନ ଦାଖଲ ପରେ ରୁଦ୍ରାକ୍ଷ କନଭେନସନ ସେଣ୍ଟର ହଲରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରିବାର ମୋଦିଙ୍କ କାର୍ଯ୍ୟକ୍ରମ ରହିଛି । ସୋମବାର ନରେନ୍ଦ୍ର ମୋଦୀ ବାରାଣାସୀରେ ବିରାଟ ରୋଡ ଶୋ କରିଥିଲେ। ଜୁନ୍ ୧ ତାରିଖରେ ଶେଷ ପର୍ଯ୍ୟାୟରେ ବାରଣାସୀରେ ଭୋଟ୍ ପଡ଼ିବ। ଏଥିପାଇଁ ନାମାଙ୍କନ ପ୍ରକ୍ରିୟା ୭ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ତାରିଖ ଥିଲା ।