ବ୍ରେନ୍ ସର୍ଜରୀ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ସଦଗୁରୁ

ନୂଆଦିଲ୍ଲୀ: ବ୍ରେନ୍ ସର୍ଜରୀ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗୀ ବାସୁଦେବ। ବୁଧବାର ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ସୂଚନା ମିଳିଛି। କିଛି ସପ୍ତାହ ତଳେ ପ୍ରବଳ ମୁଣ୍ଡବିନ୍ଧା ହେବା ପରେ ମାର୍ଚ୍ଚ ୧୭ ତାରିଖରେ ସଦ୍‌ଗୁରୁଙ୍କର ବ୍ରେନ୍ ସର୍ଜରୀ କରାଯାଇଥିଲା। ତାଙ୍କ ଡିସ୍‌ଚାର୍ଜ ନେଇ ହସ୍‌ପିଟାଲ୍‌ର ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଡ. ସଂଗୀତ ରେଡ୍ଡୀ ସୂଚନା ଦେଇଛନ୍ତି।ସଦଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଡ. ରେଡ୍ଡୀ କହିଛନ୍ତି “ ତାଙ୍କର(ସଦଗୁରୁ) ଆରୋଗ୍ୟ ଲାଭ କରିବା ଓ ଚିକିତ୍ସା ଉପରେ ଡାକ୍ତରମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦ୍‌ଗୁରୁ ସୁସ୍ଥ ହେବା ସହ ତାଙ୍କର ପୂର୍ବପରି ସମାନ ଉତ୍ସାହ ମଧ୍ୟ ରହିଛି। ବିଶ୍ୱର ମଙ୍ଗଳ କାମନା ଚିନ୍ତାଧାରା, ତାଙ୍କର ତୀକ୍ଷ୍ଣୀ ମାନସିକାତ ଓ ବ୍ୟଙ୍ଗ କରିବାର ଶୈଳୀ ସବୁକଛି ପୂର୍ବପରି ଠିକ୍ ଠାକ୍ ଅଛି।” ସଦ୍‌ଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଇଶା ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖରେ ସଦଗୁରୁଙ୍କର ଏମ୍‌ଆର୍‌ଆଇ ସ୍କାନ କରାଯାଇଥିଲା। ଏଥିରେ ତାଙ୍କ ବ୍ରେନ୍‌ରେ ପ୍ରବଳ ରକ୍ତଶ୍ରାବ ହେଉଥିବା ଜଣାପଡ଼ିଥିଲା। ଏହା ସତ୍ତ୍ୱେ ବି ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରୁ ଓହରି ନଥିଲେ। ହାଇପାୱାର ପେନ୍‌କିଲର ଖାଇ କାର୍ଯ୍ୟକ୍ରମରେ ଯୋଗ ଦ

ବ୍ରେନ୍ ସର୍ଜରୀ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ସଦଗୁରୁ

ନୂଆଦିଲ୍ଲୀ: ବ୍ରେନ୍ ସର୍ଜରୀ ପରେ ଡାକ୍ତରଖାନାରୁ ଡିସ୍‌ଚାର୍ଜ ହେଲେ ଆଧ୍ୟାତ୍ମିକ ଗୁରୁ ସଦଗୁରୁ ଜଗ୍ଗୀ ବାସୁଦେବ। ବୁଧବାର ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଥିବା ସୂଚନା ମିଳିଛି। କିଛି ସପ୍ତାହ ତଳେ ପ୍ରବଳ ମୁଣ୍ଡବିନ୍ଧା ହେବା ପରେ ମାର୍ଚ୍ଚ ୧୭ ତାରିଖରେ ସଦ୍‌ଗୁରୁଙ୍କର ବ୍ରେନ୍ ସର୍ଜରୀ କରାଯାଇଥିଲା। ତାଙ୍କ ଡିସ୍‌ଚାର୍ଜ ନେଇ ହସ୍‌ପିଟାଲ୍‌ର ଗ୍ରୁପ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ଡ. ସଂଗୀତ ରେଡ୍ଡୀ ସୂଚନା ଦେଇଛନ୍ତି।

ସଦଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଡ. ରେଡ୍ଡୀ କହିଛନ୍ତି “ ତାଙ୍କର(ସଦଗୁରୁ) ଆରୋଗ୍ୟ ଲାଭ କରିବା ଓ ଚିକିତ୍ସା ଉପରେ ଡାକ୍ତରମାନେ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସଦ୍‌ଗୁରୁ ସୁସ୍ଥ ହେବା ସହ ତାଙ୍କର ପୂର୍ବପରି ସମାନ ଉତ୍ସାହ ମଧ୍ୟ ରହିଛି। ବିଶ୍ୱର ମଙ୍ଗଳ କାମନା ଚିନ୍ତାଧାରା, ତାଙ୍କର ତୀକ୍ଷ୍ଣୀ ମାନସିକାତ ଓ ବ୍ୟଙ୍ଗ କରିବାର ଶୈଳୀ ସବୁକଛି ପୂର୍ବପରି ଠିକ୍ ଠାକ୍ ଅଛି।” 

ସଦ୍‌ଗୁରୁଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେଇ ଇଶା ଫାଉଣ୍ଡେସନ ମୁଖ୍ୟ କହିଛନ୍ତି ଯେ ମାର୍ଚ୍ଚ ୧୫ ତାରିଖରେ ସଦଗୁରୁଙ୍କର ଏମ୍‌ଆର୍‌ଆଇ ସ୍କାନ କରାଯାଇଥିଲା। ଏଥିରେ ତାଙ୍କ ବ୍ରେନ୍‌ରେ ପ୍ରବଳ ରକ୍ତଶ୍ରାବ ହେଉଥିବା ଜଣାପଡ଼ିଥିଲା। ଏହା ସତ୍ତ୍ୱେ ବି ସେ ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମରୁ ଓହରି ନଥିଲେ। ହାଇପାୱାର ପେନ୍‌କିଲର ଖାଇ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  

ମୁଣ୍ଡବିନ୍ଧା କାରଣରୁ ତାଙ୍କ ବ୍ରେନ୍‌ର ଏକାଧିକ ଜାଗାରୁ ରକ୍ତଶ୍ରାବ ହେଉଥିଲା। ଏହାପରେ ଏମାର୍ଜେନ୍ସିରେ ତାଙ୍କର ବ୍ରେନ୍ ସର୍ଜରୀ କରାଯାଇଥିଲା। ଡ. ବିନୀତି ସୁରୀ ଏହି ସର୍ଜରୀର ନେତୃତ୍ୱ ନେଇଥିଲେ।