ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ଦିଗରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ଵର: ଉଦ୍ୟୋଗୀ ଉତ୍କର୍ଷତା ଓ ବ୍ୟବସାୟରେ ମହିଳାଙ୍କ ସଶକ୍ତୀକରଣକୁ ପାଳନ କରୁଥିବା ଏକ ଚମତ୍କାର ମଞ୍ଚ ୫ ଦିନିଆ  ଆଇଏନଡବ୍ଲ୍ୟୁଇସି ଜାତୀୟ ମହିଳା ବ୍ୟବସାୟ ମେଳା ୨.୦  ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ  ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇଛି। ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ଦିଗରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  ଏବଂ  ଭବିଷ୍ୟତର ସୁଯୋଗ ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଏଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି  ମତ […]

ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ଦିଗରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ଵର: ଉଦ୍ୟୋଗୀ ଉତ୍କର୍ଷତା ଓ ବ୍ୟବସାୟରେ ମହିଳାଙ୍କ ସଶକ୍ତୀକରଣକୁ ପାଳନ କରୁଥିବା ଏକ ଚମତ୍କାର ମଞ୍ଚ ୫ ଦିନିଆ  ଆଇଏନଡବ୍ଲ୍ୟୁଇସି ଜାତୀୟ ମହିଳା ବ୍ୟବସାୟ ମେଳା ୨.୦  ଉଦଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ  ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଅସାଧାରଣ ଅବଦାନକୁ ସ୍ୱୀକୃତି ଦେଇଛି। ଅର୍ଥନୈତିକ ଅଭିବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ଦିଗରେ ମହିଳାଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି  ଏବଂ  ଭବିଷ୍ୟତର ସୁଯୋଗ ପାଇଁ ମାର୍ଗ ପ୍ରଶସ୍ତ କରିବାରେ ଏଭଳି କାର୍ଯ୍ୟକ୍ରମ ବେଶ ସହାୟକ ହେବ ବୋଲି  ମତ ପ୍ରକାଶ ପାଇଛି।

ମେଳାର ଅନ୍ତିମ ଦିବସରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। କିମ୍ବଦନ୍ତୀ ବିଜ୍ଞାପନ ସିନେମା ନିର୍ମାତା ପ୍ରହ୍ଲାଦ କକ୍କର ଓ ଆଧ୍ୟାତ୍ମିକ ମାର୍ଗଦର୍ଶକ ତଥା ସୁସ୍ଥତା ବିଶେଷଜ୍ଞ ଡ. ଜୟ ମଦନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବାବେଳେ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ମୁଖ୍ୟବକ୍ତା ଭାବେ ଯୋଗଦେଇ ମହିଳା ଉଦ୍ୟୋଗକୁ ପ୍ରୋତ୍ସାହିତ ଦିଗରେ ରାଜ୍ୟ ସରକାରଙ୍କ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ଆଇଏନଡବ୍ଲ୍ୟୁଇସିର ସହ ଆବାହକ ସ୍ୱାତି କେଜ୍ରିୱାଲଙ୍କ ଦ୍ୱାରା ପରିଚାଳିତ “ବ୍ୟବସାୟରେ ମହିଳାଙ୍କ ପାଇଁ ଆଧ୍ୟାତ୍ମିକତାର ଭୂମିକା” ଉପରେ ଡ. ଜୟ ମଦନଙ୍କ ସହ ଏକ ଭାବ ବିନିମୟ ଅଧିବେଶନରେ ଆଲୋଚନା କରାଯାଇଥିଲା, ଯେଉଁଥିରେ ନେତୃତ୍ୱ ଏବଂ ବ୍ୟବସାୟରେ ଆଧ୍ୟାତ୍ମିକତାର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା।

ଅର୍ଥ ଓ ମାର୍କେଟିଂ ସମ୍ପର୍କିତ ପ୍ୟାନେଲ ଆଲୋଚନାରେ ସିଡ୍‌ବିର ଡିଜିଏମ୍ ପ୍ରଦ୍ୟୁମ୍ନ ଚୌଧୁରୀ, ଏସ୍‌ବିଆଇର ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପୃଥି, ନିର୍ଦ୍ଦେଶକ ପ୍ରିୟଦର୍ଶିନୀ ମହାନ୍ତି ଏବଂ ଭାରତ ସରକାରଙ୍କ ଏମ୍ଏସ୍ଏମ୍ଇ ମନ୍ତ୍ରଣାଳୟର ଏମ୍ଏସ୍ଏମ୍ଇ-ଡିଏଫ୍ଓ ଉପ ନିର୍ଦେଶକ ନୀତିଶା ମାନ ଓ କମ୍ପ‌ାନି ସଚିବ ତଥା ଉଦ୍ୟୋଗୀ ସିଏସ୍ ସୁନିତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ଆଦିବାସୀ ଷ୍ଟଲ ମାଲିକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଷ୍ଟାର୍ଟଅପ୍, ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ଏବଂ ବ୍ୟବସାୟ ଓ ଗୋଷ୍ଠୀ ବିକାଶରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ମାନିତ କରାଯାଇଥିଲା।  ଡା. ମାୟା ଗନ୍ତାୟତଙ୍କୁ ଭେଷଜରେ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।

ଓଡ଼ିଆ ଚଳଚିତ୍ର ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନୁପମ ପଟ୍ଟନାୟକ ଓ ବର୍ଷା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଥିଲା।  ନିଶା ଜାମୱାଲ ଡିଜାଇନ, ବ୍ରାଣ୍ଡିଂ ଏବଂ ପରୋପକାର କ୍ଷେତ୍ରରେ ତାଙ୍କର ଅସାଧାରଣ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଥିବା ବେଳେ ଜ୍ୟୋତିଷ ଶାସ୍ତ୍ର, ବାସ୍ତୁ ଏବଂ ସାମଗ୍ରିକ ସୁସ୍ଥତା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ଡକ୍ଟର ଜୟ ମଦନଙ୍କୁ ସମ୍ମାନିତ କରାଯାଇଥିଲା।

ବିଶିଷ୍ଟ ବିଜ୍ଞାପନ ଚଳଚ୍ଚିତ୍ର ନିର୍ମାତା ତଥା ଜେନେସିସ୍ ଫିଲ୍ମର ପ୍ରତିଷ୍ଠାତା ପ୍ରହଲ୍ଲାଦ କକ୍କର,ଏବଂ ବ୍ରାଣ୍ଡିଂ ବିଶେଷଜ୍ଞ, ବିଳାସପୂର୍ଣ୍ଣ ବ୍ରାଣ୍ଡ ପରାମର୍ଶଦାତା, ଇଣ୍ଟେରିୟର ଆର୍କିଟେକ୍ଟ, ସ୍ତମ୍ଭକାର ଏବଂ ପ୍ରେରଣାଦାୟୀ ବକ୍ତା ନିଶା ଜାମୱାଲଙ୍କ ଦ୍ୱାରା ପରିଚାଳିତ “ସ୍ପାର୍କସ ଅଫ କ୍ରିଏଟିଭିଟି: ଅନ ଏଣ୍ଟରପ୍ରେନ୍ୟୁଅରାଲ ଇନୋଭେସନ’ରେ ଉଦ୍ୟୋଗୀ ଉଦ୍ଭାବନ ଉପରେ ଗୁରୁତ୍ବାରୋପ କରାଯାଇଥିଲା। ବ୍ରାଣ୍ଡ୍ ସ୍ପଟଲାଇଟ୍ ଅଧିବେଶନରେ ୟୁବିୟୁ ଆଡଭାନସଡ୍ ଆସ୍ଥେଟିକ୍ସ କ୍ଲିନିକ୍ର ପ୍ରତିଷ୍ଠାତା ଡ. ସମ୍ପଦ ସେଠିଆ ଉପସ୍ଥିତ ଥିଲେ।

ଆଉଟଡୋର ଅଞ୍ଚଳରେ ଲିପ୍ସ ଆଣ୍ଡ ବିଟ୍ସ ପକ୍ଷରୁ ଫ୍ଲାସ ମବ ଆୟୋଜନ ସମେତ ସାଂସ୍କୃତିକ ପରିବେଷଣ ପରେ ଶୁଭାଶିଷ ଡ୍ୟାନ୍ସ ଟ୍ରୁପ୍ ପକ୍ଷରୁ ଆକର୍ଷଣୀୟ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ବିଜେଇଏମ୍ ସ୍କୁଲ ପକ୍ଷରୁ ନୃତ୍ୟ, ଯୋଗ ଓ ସାମଗ୍ରିକ କଲ୍ୟାଣ ବିଶେଷଜ୍ଞ ପୁଷ୍ପାଞ୍ଜଳି ସେନାପତିଙ୍କ କୋରିଓଗ୍ରାଫିରେ ଆୟୋଜିତ ହୋଇଥିଲା।