ସାନିଆଙ୍କ ଛାଡ଼ପତ୍ର ପରେ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କଲେ ସୋଏବ ମଲ୍ଲିକ
ଇସଲାମାବାଦ୍: ପାକିସ୍ତାନୀ କ୍ରିକେଟର୍ ସୋଏବ ମଲ୍ଲିକ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ସଂପର୍କ ଛିନ୍ନ କରିବା ପରେ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ବିବାହ କରିଛନ୍ତି। ଉଭୟ ସୋଏବ ଓ ସାନା ନିଜନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିବାହ ପରର ଫଟୋ ପୋଷ୍ଟ କରିଥିବାରୁ ସାନିଆଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ସ୍ପଷ୍ଟ ହୋଇଥିଲା। ସୋଏବ୍ ଓ ସାନା ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟିଂ କରିଆସୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଗତବର୍ଷ […]

ଇସଲାମାବାଦ୍: ପାକିସ୍ତାନୀ କ୍ରିକେଟର୍ ସୋଏବ ମଲ୍ଲିକ ଭାରତୀୟ ଟେନିସ୍ ତାରକା ସାନିଆ ମିର୍ଜାଙ୍କ ସହ ସଂପର୍କ ଛିନ୍ନ କରିବା ପରେ ଅଭିନେତ୍ରୀ ସାନା ଜାଭେଦଙ୍କ ସହ ବିବାହ କରିଛନ୍ତି। ଉଭୟ ସୋଏବ ଓ ସାନା ନିଜନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ବିବାହ ପରର ଫଟୋ ପୋଷ୍ଟ କରିଥିବାରୁ ସାନିଆଙ୍କ ସହ ବିବାହ ବିଚ୍ଛେଦ ହୋଇଥିବା ସ୍ପଷ୍ଟ ହୋଇଥିଲା। ସୋଏବ୍ ଓ ସାନା ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟିଂ କରିଆସୁଥିବା ଚର୍ଚ୍ଚା ହେଉଥିଲା। କିନ୍ତୁ ଗତବର୍ଷ ସାନାଙ୍କ ଜନ୍ମଦିନରେ ସୋଏବ୍ ତାଙ୍କୁ ଶୁଭେଚ୍ଛା ଜଣାଇବା ପରେ ଚର୍ଚ୍ଚାକୁ ଅଧକ ଖୋରାକ ମିଳିଥିଲା। ଏପରିକି ସୋଏବ ଉଭୟଙ୍କର ଫଟୋକୁ ମଧ୍ୟ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ଏହାପରଠୁ ସୋଏବ-ସାନିଆ ବିଚ୍ଛେଦ ଖବର ଚାରିଆଡ଼େ ପ୍ରଘଟ ହେବା ସହ ସାମାଜିକ ଗଣମାଧ୍ୟମରେ ମଧ୍ୟ ମୁଖ୍ୟାଂଶ ପାଲଟି ଯାଇଥିଲା। ପୂର୍ବରୁ ୨୦୧୦ରେ ସୋଏବ ତାଙ୍କର ପ୍ରଥମ ପତ୍ନୀ ଆୟେଶା ସିଦ୍ଦିକିଙ୍କୁ ଛାଡ଼ପତ୍ର ଦେଇ ସେହି ବର୍ଷ ଶେଷ ଆଡ଼କୁ ସାନିଆଙ୍କୁ ବିବାହ କରିଥିଲେ। ଉଭୟଙ୍କ ମଧ୍ୟରେ ବିବାହ ହାଇଦ୍ରାବାଦରେ ପାରମ୍ପରିକ ମୁସଲିମ୍ ରୀତିନୀତିରେ ହୋଇଥିଲା। ପରେ ପାକିସ୍ତାନର ସିଆଲ୍କୋଟ୍ରେ ୱାଲିମା ରୀତି ଶେଷ ହୋଇଥିଲା। ୨୦୧୮ରେ ଉଭୟଙ୍କର ପ୍ରଥମ ସନ୍ତାନ ଈଝାନ୍ ଜନ୍ମ ହୋଇଥିଲା। ଅନ୍ୟପକ୍ଷରେ ସାନା ଜାଭେଦ୍ ଏହି ବିବାହ ପରେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ ନାମ ସାନା ସୋଏବ୍ ମଲ୍ଲିକ ରଖିସାରିଲେଣି। ସାନା ମଧ୍ୟ ପୂର୍ବରୁ କଣ୍ଠଶିଳ୍ପୀ ଉମର ଜୟସ୍ବାଲ୍ଙ୍କୁ ୨୦୨୦ରେ ବିବାହ କରିଥିଲା ବେଳେ ଗତବର୍ଷ ଉଭୟଙ୍କର ବିଚ୍ଛେଦ ଘଟିଥିଲା।