GRSଙ୍କୁ ଛୁରୀଭୁସି ହତ୍ୟା

ପୋଲସରା : ଜିଆର୍‌ଏସ୍‌ଙ୍କୁ ଛୁରାମାଡ଼ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ ଜିଆର୍‌ଏସ୍‌ ଙ୍କ ମୃତ୍ୟୁ ଘଟିଛି । ବାଇକରେ ଯିବାବେଳେ ବୁଗୁଡ଼ା ଥାନା କଳମ୍ବ-ଅନ୍ତରପଡ଼ା ରାସ୍ତାରେ ଛୁରାମାଡ଼ କରିଥିଲେ ଦୁର୍ବୁତ୍ତ । ଛୁରାମାଡ଼ ପରେ ଗୁରୁତର ଆହତ ହୋଇଥିଲେ ଜିଆର୍‌ଏସ୍‌ ସୁକାନ୍ତ କୁମାର ପାଣିଗ୍ରାହୀ । ଏହପରେ ରାସ୍ତାରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୁଗୁଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲ ନିଆଯାଉଥିବା ବେଳେ ରସରେ […]

GRSଙ୍କୁ ଛୁରୀଭୁସି  ହତ୍ୟା
GRSଙ୍କୁ ଛୁରୀଭୁସି ହତ୍ୟା

ପୋଲସରା : ଜିଆର୍‌ଏସ୍‌ଙ୍କୁ ଛୁରାମାଡ଼ । ଦୁର୍ବୁତ୍ତଙ୍କ ଆକ୍ରମଣରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତ ଜିଆର୍‌ଏସ୍‌ ଙ୍କ ମୃତ୍ୟୁ ଘଟିଛି । ବାଇକରେ ଯିବାବେଳେ ବୁଗୁଡ଼ା ଥାନା କଳମ୍ବ-ଅନ୍ତରପଡ଼ା ରାସ୍ତାରେ ଛୁରାମାଡ଼ କରିଥିଲେ ଦୁର୍ବୁତ୍ତ । ଛୁରାମାଡ଼ ପରେ ଗୁରୁତର ଆହତ ହୋଇଥିଲେ ଜିଆର୍‌ଏସ୍‌ ସୁକାନ୍ତ କୁମାର ପାଣିଗ୍ରାହୀ । ଏହପରେ ରାସ୍ତାରୁ ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ବୁଗୁଡ଼ା ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲ ନିଆଯାଉଥିବା ବେଳେ ରସରେ ଟଙ୍କାର ମୃତ୍ୟ ଘଟିଥିଲା I ମୃତକ ହେଲେ କଳମ୍ବ ଗ୍ରାମ ବାସିନ୍ଦା I ଛୁରାମାଡ଼ କରି ଆକ୍ରମଣକାରୀ ଫେରାର ହୋଇଯାଇଛନ୍ତି ।

ସୂଚନା ଅନୁସାରେ ସୁଶାନ୍ତ ପାଣିଗ୍ରାହୀ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ଶଙ୍କୁରୁ ଓ ଏ.କରଡ଼ାବାଡ଼ି ପଞ୍ଚାୟତରେ ଜିଆର୍‌ଏସ୍‌ ଭାବରେ କାର୍ଯ୍ୟ କରୁଥିଲେ I ଆଜି ମଧ୍ୟାହ୍ନରେ ନିଜ ଗ୍ରାମ କଳମ୍ବରୁ ବାଇକ୍ ଯୋଗେ ବୁଗୁଡ଼ା ବ୍ଲକ୍ ଅଫିସକୁ ଯାଉଥିବା ବେଳେ ଗ୍ରାମ ନିକଟରେ ହିଁ ଅଜଣା ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଶିକାର ହୋଇଥିଲେ ।‌ ଗୁରୁତର ଅବସ୍ଥାରେ ବୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଛୁରାମାଡ଼ର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଥିବାବେଳେ ଘଟଣାସ୍ଥଳରେ ପୋଲିସ ପହଁଚି ତଦନ୍ତ କରୁଛି।