ଭାଜପାକୁ ସମର୍ଥନ ଘୋଷଣା କଲେ ମେଗାଷ୍ଟାର ଚିରଞ୍ଜୀବି

ହାଇଦ୍ରାବାଦ୍‌,୨୧।୪: ଆନ୍ଧ୍ରପ୍ରଦେଶରେ ଭାଜପାକୁ ଏକ ଖୁସି ଖବର ମିଳିଛି। ଏଠାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଏନଡିଏ)କୁ ଶକ୍ତି ବୃଦ୍ଧି କରିବା ପାଇଁ ମେଗାଷ୍ଟାର ଚିରଞ୍ଜିବୀ ଟିଡିପି-ଜନସେନା-ଭାଜପା ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି। ୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ ଚିରଞ୍ଜୀବୀ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ନିର୍ବାଚନ ପୂର୍ବରୁ ଏନଡିଏକୁ ସମର୍ଥନ କରିବା ମିଳିତ […] The post ଭାଜପାକୁ ସମର୍ଥନ ଘୋଷଣା କଲେ ମେଗାଷ୍ଟାର ଚିରଞ୍ଜୀବି appeared first on Dharitri Odia News.

ଭାଜପାକୁ ସମର୍ଥନ ଘୋଷଣା କଲେ ମେଗାଷ୍ଟାର ଚିରଞ୍ଜୀବି

ହାଇଦ୍ରାବାଦ୍‌,୨୧।୪: ଆନ୍ଧ୍ରପ୍ରଦେଶରେ ଭାଜପାକୁ ଏକ ଖୁସି ଖବର ମିଳିଛି। ଏଠାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଏନଡିଏ)କୁ ଶକ୍ତି ବୃଦ୍ଧି କରିବା ପାଇଁ ମେଗାଷ୍ଟାର ଚିରଞ୍ଜିବୀ ଟିଡିପି-ଜନସେନା-ଭାଜପା ସହଯୋଗୀ ଦଳକୁ ସମର୍ଥନ କରିଛନ୍ତି।
୨୦୧୪ରେ ଆନ୍ଧ୍ରପ୍ରଦେଶ ବିଭାଜନ ପରେ କଂଗ୍ରେସର ପୂର୍ବତନ ଏମ୍‌ପି ତଥା କେନ୍ଦ୍ର ମନ୍ତ୍ରୀ ଚିରଞ୍ଜୀବୀ ରାଜନୀତିରୁ ନିଜକୁ ଦୂରେଇ ରଖିଥିଲେ। ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ନିର୍ବାଚନ ପୂର୍ବରୁ ଏନଡିଏକୁ ସମର୍ଥନ କରିବା ମିଳିତ ମେଣ୍ଟ ପାଇଁ ଲାଭଦାୟକ ହୋଇପାରେ।
ଉପା-୨ରେ ମନ୍ତ୍ରୀ ଥିବା ଚିରଞ୍ଜିବୀ ଆନ୍ଧ୍ରପ୍ରଦେଶ ବିଭାଜନ ପରେ ରାଜନୀତିରେ ନିଷ୍କ୍ରିୟ ଥିଲେ। ତାଙ୍କ ଭାଇ ତଥା ଲୋକପ୍ରିୟ ତାରକା ପୱନ କଲ୍ୟାଣ ଏବଂ ତାଙ୍କ ପାର୍ଟି ଜନସେନା ଏନଡିଏ ମିଳିତ ମେଣ୍ଟର ଏକ ଅଂଶ ହୋଇସାରିଛନ୍ତି। ଯଦି ଏନଡିଏ ସହଯୋଗୀ ଦଳ ଏହି ଭୋଟ ପାଆନ୍ତି, ତେବେ କେବଳ ବିଧାନସଭା ନୁହେଁ ଲୋକ ସଭା ନିର୍ବାଚନରେ ମଧ୍ୟ ଏକ ବଡ଼ ଓଲଟପାଲଟ ହୋଇପାରେ। ଏଥିରୁ ଭାଜପା ଅଧିକ ଲାଭବାନ ହେବ। ସେ ନିଜକୁ ଦକ୍ଷିଣରେ ପ୍ରତିଷ୍ଠିତ କରିବାକୁ ଚାହୁଁଛନ୍ତି।
ମେ ୧୩ରେ ଆନ୍ଧ୍ରପ୍ରଦେଶ ବିଧାନସଭାର ୧୭୫ଟି ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବିଜ୍ଞପ୍ତି ୧୮ ଏପ୍ରିଲ ୨୦୨୪ରେ ଜାରି କରାଯିବ। ନାମାଙ୍କନ ପତ୍ରର ଶେଷ ତାରିଖ ୨୫ ଏପ୍ରିଲ ହୋଇଥିବାବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ୨୯ ଏପ୍ରିଲ। ଲୋକ ସଭା ସହିତ ବିଧାନସଭା ନିର୍ବଚନର ଫଳାଫଳ ମଧ୍ୟ ଜୁନ ୪, ୨୦୨୪ରେ ଘୋଷଣା କରାଯିବ।

The post ଭାଜପାକୁ ସମର୍ଥନ ଘୋଷଣା କଲେ ମେଗାଷ୍ଟାର ଚିରଞ୍ଜୀବି appeared first on Dharitri Odia News.