କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ ନାହିଁ ତାହା ଉପରେ ବୁଥ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରଚାର କରୁଥିଲେ। ଏହା ସତ୍ତ୍ୱେ ମତଦାତାମାନେ ଇଭିଏମ୍‌ରେ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସୁଇଚ ଟିପିବା ଏବଂ ଭିଭିପିଏଟିରେ ୭ସେକେଣ୍ଡ ଚିହ୍ନ ଦେଖାଯିବାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖୋର୍ଦ୍ଧାର ଏକାଧିକ ବୁଥ୍‌ରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ […] The post କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ appeared first on Dharitri Odia News.

କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ

ଖୋର୍ଦ୍ଧା,୨୬ା୫(ପ୍ରଭାତ ପାଣିଗ୍ରାହୀ): ମତଦାନ କେନ୍ଦ୍ରରେ ମୋବାଇଲ ବ୍ୟବହାର ଉପରେ ନିର୍ବାଚନ ଆୟୋଗ କଟକଣା ଜାରି କରିଥିଲେ। କୌଣସି ମତଦାତା ଯେପରି ବୁଥ୍‌ ଭିତରକୁ ମୋବାଇଲ ନେଇପାରିବେ ନାହିଁ ତାହା ଉପରେ ବୁଥ ଦାୟିତ୍ୱରେ ଥିବା ଅଧିକାରୀମାନେ ପ୍ରଚାର କରୁଥିଲେ। ଏହା ସତ୍ତ୍ୱେ ମତଦାତାମାନେ ଇଭିଏମ୍‌ରେ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ସୁଇଚ ଟିପିବା ଏବଂ ଭିଭିପିଏଟିରେ ୭ସେକେଣ୍ଡ ଚିହ୍ନ ଦେଖାଯିବାର ଭିଡଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଖୋର୍ଦ୍ଧାର ଏକାଧିକ ବୁଥ୍‌ରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ସମୟର ଦୃଶ୍ୟ ମୋବାଇଲରେ କଏଦ କରି ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି। ଏନେଇ ନିର୍ବାଚନ ଆୟୋଗଙ୍କ କଟକଣା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

The post କଟକଣାକୁ ବେଖାତିର, ଭୋଟଦେବା ସମୟର ଭିଡିଓ ଭାଇରାଲ appeared first on Dharitri Odia News.