ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍ବୀ ଦଳ ଚାମ୍ପିୟନ
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍ବୀ ଇଣ୍ଡିଆ, ଓଡ଼ିଶା ରଗ୍ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ ୧୫ଏସ୍ ମହିଳା ଡିଭିଜନ-୧ ରଗ୍ବୀ ଚାମ୍ପିୟନଶିପ୍ ଶେଷ ହୋଇଛି। କିଟ୍ର ରାହୁଲ ବୋଷ ରଗ୍ବୀ ଷ୍ଟାଡିୟମରେ ଫେବୃଆରୀ ୨୬ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ରଗ୍ବୀ ଦଳ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ୭ ମହିଳା ଦଳର ମୋଟ ୧୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଓଡ଼ିଶା […] The post ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍ବୀ ଦଳ ଚାମ୍ପିୟନ appeared first on Dharitri Odia News.
ଭୁବନେଶ୍ୱର, ୨।୩ (ତପନ ସ୍ବାଇଁ): ରଗ୍ବୀ ଇଣ୍ଡିଆ, ଓଡ଼ିଶା ରଗ୍ବୀ ଫୁଟବଲ ଆସୋସିଏଶନ (ଓଆରଏଫ୍ଏ), ରାଜ୍ୟ କ୍ରୀଡ଼ା ବିଭାଗ ଓ କିଟ୍ ବିଶ୍ୱବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଜାତୀୟ ୧୫ଏସ୍ ମହିଳା ଡିଭିଜନ-୧ ରଗ୍ବୀ ଚାମ୍ପିୟନଶିପ୍ ଶେଷ ହୋଇଛି। କିଟ୍ର ରାହୁଲ ବୋଷ ରଗ୍ବୀ ଷ୍ଟାଡିୟମରେ ଫେବୃଆରୀ ୨୬ରୁ ଆରମ୍ଭ ହୋଇଥିବା ଏହି ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ରଗ୍ବୀ ଦଳ ଚାମ୍ପିୟନ ହୋଇଛି। ପ୍ରତିଯୋଗିତାରେ ୭ ମହିଳା ଦଳର ମୋଟ ୧୮୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଫାଇନାଲରେ ଓଡ଼ିଶା ଦଳ ୬୯-୫ରେ ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ଦଳରେ ଅଧିନାୟିକା ହୁପି ମାଝିଙ୍କ ସମେତ କିସ୍ (କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସେସ)ର ୨୦ ବାଳିକା ସାମିଲ ଥିଲେ।
ଉଦ୍ଯାପନୀ ଉତ୍ସବରେ କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା ଏମ୍ପି ଅଚ୍ୟୁତ ସାମନ୍ତ ମୁଖ୍ୟ ଅତିଥି, ରଗ୍ବୀ ଇଣ୍ଡିଆ ସଭାପତି ତଥା ଚଳଚ୍ଚିତ୍ର ଅଭିନେତା ରାହୁଲ ବୋଷ, ଉପସଭାପତି ସନୟା ମେହଟା ଭ୍ୟାସ, ଓଆରଏଫ୍ଏ ସମ୍ପାଦକ ଉପେନ୍ଦ୍ର କୁମାର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। କିଟ୍ ପରିସରରେ ଏହି ଟୁର୍ନାମେଣ୍ଟ ଆୟୋଜନ କରିଥିବାରୁ ରଗ୍ବୀ ଇଣ୍ଡିଆ ଓ ଓଆରଏଫ୍ଏକୁ ଧନ୍ୟବାଦ ସହ ଅଚ୍ୟୁତ ସାମନ୍ତ ଚାମ୍ପିୟନ ଓ ରନରଅପ୍ ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
The post ଦିଲ୍ଲୀ ହୁରିକେନ୍ସକୁ ପରାସ୍ତ କରି ଓଡ଼ିଶା ମହିଳା ରଗ୍ବୀ ଦଳ ଚାମ୍ପିୟନ appeared first on Dharitri Odia News.