ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ରଜାମରା ଗାଁର ପରମେଶ୍ୱର ମହାକୁଡ (୪୨)ଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନାନୁସାରେ ଗତ ଫେବୃୟାରୀ ୧୯ରେ ଧୁବଲ ରଣା ତାଙ୍କ ଚାଷଜମିକୁ ଯାଇ ଆଉ ଘରକୁ […] The post ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ appeared first on Dharitri Odia News.

ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ

କଣ୍ଟାବାଞ୍ଜି,୬।୩ (ଗୁରୁଦୟାଲ ହଂସ): ୧୫ଦିନ ତଳେ ନିଖୋଜ ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ପଞ୍ଚାୟତ ରଜାମରା ଗାଁର ଧୁବଲ ରଣା(୭୦)ଙ୍କ ମୃତଦେହ ମଙ୍ଗଳବାର ମୁରିବାହାଲ ଥାନା କଟାଡୁଙ୍ଗୁରୀ ଗାର୍ଡୱାଲ ନିକଟ ମାଟିତଳୁ ଜବତ ହୋଇଛି। ଜମିବାଡି ବିବାଦରୁ ତାଙ୍କୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ରଜାମରା ଗାଁର ପରମେଶ୍ୱର ମହାକୁଡ (୪୨)ଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନାନୁସାରେ ଗତ ଫେବୃୟାରୀ ୧୯ରେ ଧୁବଲ ରଣା ତାଙ୍କ ଚାଷଜମିକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକଙ୍କ ଅଭିଯୋଗ ପରେ କଣ୍ଟାବାଞ୍ଜି ଥାନା ପୋଲିସ ପ୍ରଥମେ ଏକ ନିଖୋଜ ମାମଲା ରୁଜୁ କରିଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ପରିବାର ଲୋକେ କାଳେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ଅନୁମାନ କରି ଫେବୃୟାରୀ ୨୧ରେ ପୁଣି ଥରେ ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ଘଟଣାର ଛାନଭିନ୍‌ ଆରମ୍ଭ କରିଥିଲା। ସେହିଦିନ ଗାଁକୁ ଯାଇ ପରିବାର ଲୋକ ଓ ଅନ୍ୟ କେତେଜଣଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା କରିଥିଲା। ଏହି ସମୟରେ ଗାଁ ପୋଖରୀ ବନ୍ଧରେ ଏକ ଟାଙ୍ଗିଆ ଏବଂ ଚପଲ ପଡିଥିବା ନେଇ ଖବର ମିଳିଥିଲା। ପରିବାର ଲୋକେ ଚପଲ ଧୁବଲଙ୍କର ବୋଲି ଚିହ୍ନଟ କରିଥିଲେ। ଏହାପରେ ପୋଲିସ ତଦନ୍ତକୁ ଆଗକୁ ବଢାଇଥିଲା। ଧୁବଲଙ୍କ ସହ ବିବାଦ ଥିବା ପରମେଶ୍ୱର ମହାକୁଡଙ୍କୁ ମଙ୍ଗଳବାର ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥିଲା। ଜେରାବେଳେ ପରମେଶ୍ୱର ଧୁବଲଙ୍କୁ ହତ୍ୟା କରିଥିବା ସ୍ବୀକାର କରି ହତ୍ୟାକାଣ୍ଡ ସମ୍ପର୍କରେ ବିଭିନ୍ନ ସୂଚନା ଦେଇଥିଲେ। ଏହାପରେ ପୋଲିସ ଅଭିଯୁକ୍ତଙ୍କୁ ନେଇ ହତ୍ୟାକାଣ୍ଡସ୍ଥଳକୁ ଯାଇଥିଲା। ହତ୍ୟା କରିିବା ପରେ ଗାଁଠାରୁ ଅନତି ଦୂର ସୀମାନ୍ତ ମୁରିବାହାଲ ଥାନା କଟାଡୁଙ୍ଗୁରି ଗାର୍ଡୱାଲ ନିକଟରେ ମାଟିତଳେ ବୃଦ୍ଧଙ୍କ ମୃତଦେହ ପୋତି ଦେଇଥିବା ଅଭିଯୁକ୍ତ କହିଥିଲେ। ବଲାଙ୍ଗୀର ସାଇଣ୍ଟିଫିକ୍‌ ଟିମ୍‌ ଏବଂ ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ରତନଲାଲ ମୁଣ୍ଡାଙ୍କ ଉପସ୍ଥିତିରେ ପୋତା ଯାଇଥିବା ସ୍ଥାନରୁ ମୃତଦେହ ବାହାର କରାଯାଇଥିଲା। ଜମିବାଡି ଏବଂ ଅନ୍ୟ କାରଣରୁ ଧୁବଲଙ୍କୁ ସେ ହତ୍ୟା କରିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ପୋଲିସ ମୃତଦେହ ଜବତ କରି ସ୍ଥାନୀୟ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ତେବେ ମୃତଦେହ ଗଳିତ ହୋଇପଡିଥିବାରୁ ତାକୁ ବଲାଙ୍ଗୀର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପଠାଯାଇଛି ା ମଙ୍ଗଳବାର କଣ୍ଟାବାଞ୍ଜି ଥାନାରେ ଏକ ଖବରଦାତା ସମ୍ମିଳନୀ କରି ଏସ୍‌ଡିପିଓ ଗୌରାଙ୍ଗ ଚରଣ ସାହୁ ଏବଂ ଥାନା ଆଇଆଇସି ରଶ୍ମିତା ବେହେରା ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେଇଥିଲେ। ମୃତକଙ୍କ ପୁଅ ଭୂତେଶ୍ୱର ରଣାଙ୍କ ଏତଲା ଆଧାରରେ ଏକ ମାମଲା(୭୨/୨୪)ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

The post ମାରି ପୋତି ଦେଇଥିଲେ, ୧୫ ଦିନ ପରେ ମାଟିତଳୁ କଢ଼ାଗଲା ମୃତଦେହ appeared first on Dharitri Odia News.