ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ!

ମୁମ୍ବାଇ: ଏବେ ବଚ୍ଚନ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ସବୁଠି ଆଲୋଡନ ସୃଷ୍ଟି କରିଛି। ଅଭି ଓ ଐଶ୍ୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ […] The post ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ! appeared first on Dharitri Odia News.

ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ!

ମୁମ୍ବାଇ: ଏବେ ବଚ୍ଚନ ପରିବାରକୁ ନେଇ ସବୁଠି ଚର୍ଚ୍ଚା ଲାଗି ରହିଛି। ଗତ କିଛି ଦିନ ହେବ ଖବର ଆସୁଛି ଯେ ଅମିତାଭ ବଚ୍ଚନ, ଜୟା ବଚ୍ଚନଙ୍କ ବୋହୂ ଏବଂ ପୁଅ ନିଜ ଦାମ୍ପତ୍ୟ ଜୀବନରେ ଖୁସି ନୁହଁନ୍ତି। ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଖୁବ୍‌ଶୀଘ୍ର ଅଲଗା ହେବାକୁ ଯାଉଛନ୍ତି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ସବୁଠି ଆଲୋଡନ ସୃଷ୍ଟି କରିଛି।

ଅଭି ଓ ଐଶ୍ୟଙ୍କ ବିବାହ ୨୦ ଏପ୍ରିଲ ୨୦୦୭ରେ ହୋଇଥିଲା। ଏହି ଦମ୍ପତିଙ୍କର ୧୪ ବର୍ଷର ଝିଅ ଆରାଧ୍ୟା ଅଛନ୍ତି। ତେବେ ଗତ କିଛି ଦିନ ହେବ ଏହି କପୁଲଙ୍କୁ ନେଇ ବିଭିନ୍ନ ତାଜୁବ କରିଦେବା ଭଳି ଖବର ଆସୁଛି। ଏସବୁ ମଧ୍ୟରେ ଜୟା ବଚ୍ଚନଙ୍କ ଏକ ମନ୍ତବ୍ୟ ଭାଇରାଲ ହୋଇଛି। ଯେଉଁଥିରେ ସେ ଅମିତାଭ ବଚ୍ଚନ ଐଶ୍ୱର୍ଯ୍ୟାଙ୍କୁ ନେଇ କ’ଣ ଭାବନ୍ତି ସେନେଇ ସେ କହିଛନ୍ତି। ଜୟା ବଚ୍ଚନଙ୍କ ଏହି ମନ୍ତବ୍ୟ ୧୭ ବର୍ଷ ପୁରୁଣା । ଯେତେବେଳେ ଐଶ୍ଚର୍ଯ୍ୟା ନବ ବିବାହିତ ଭାବରେ ବଚ୍ଚନ ପରିବାରରେ ପାଦ ଥାପିଥିଲେ। ଏହି ସମୟରେ ଜୟା ବଚ୍ଚନ କରଣ ଜୋହରଙ୍କ ଟକ ସୋ ‘କଫି ୱିଥ କରଣ’ରେ ଅତିଥି ଭାବରେ ଯୋଗ ଦେଇ ବୋହୂ ଐଶ୍ୟଙ୍କୁ ନେଇ ଏପରି ମନ୍ତବ୍ୟ ଦେଇଥିଲେ।

ଜୟା କହିଛନ୍ତି, ଯେତେବେଳେ ତାଙ୍କ ଝିଅ ଶ୍ୱେତା ବଚ୍ଚନ ବିବାହ କରିଥିଲେ, ସେତେବେଳେ ଅମିତାଭ ବଚ୍ଚନଙ୍କ ଜୀବନରେ ଝିଅ ପାଇଁ ଏକ ଶୂନ୍ୟସ୍ଥାନ ରହିଥିଲା।ଆଉ ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ବୋହୂ ଭାବରେ ତାଙ୍କ ଘରକୁ ଆସିବାବେଳେ ସେହି ଶୂନ୍ୟସ୍ଥାନ ପୂରଣ ହୋଇଥିଲା। ଯେତେବେଳେ ବି ଅମିତାଭ ଐଶ୍ୱର୍ଯ୍ୟାଙ୍କୁ ଦେଖନ୍ତି ସେତେବେଳେ ଖୁସି ହୁଅନ୍ତି। ବିଗ ବି ଅମିତାଭ କେବେ ମଧ୍ୟ ଐଶ୍ୱର୍ଯ୍ୟାଙ୍କୁ ତାଙ୍କ ବୋହୂ ଭାବରେ ଦେଖି ନ ନାହାନ୍ତି। ସେ ସବୁବେଳେ ଐଶ୍ୱର୍ଯ୍ୟାଙ୍କୁ ଝିଅ ପରି ଦେଖୁଥିଲେ। ଷ୍ଟାରଡଷ୍ଟ ମାଗାଜିନ ସହିତ ସାକ୍ଷାତରେ ଜୟା ତାଙ୍କ ବୋହୂ ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସା କରି ଥିଲେ। ସେ କହିଥିଲେ, ଐଶ୍ୱର୍ଯ୍ୟା ଇଣ୍ଡଷ୍ଟ୍ରିର ଜଣେ ବଡ ତାରକା, ତଥାପି ସେ ନିଜ ପରିବାରକୁ ବହୁତ ଗୁରୁତ୍ୱ ଦିଅନ୍ତି।

The post ଐଶ୍ୟର୍ଯ୍ୟାଙ୍କୁ କେବେ ବୋହୂ ବୋଲି ଭାବୁ ନ ଥିଲେ ଅମିତାଭ, ଜୟା ବଚ୍ଚନଙ୍କ ବିସ୍ଫୋରକ ବୟାନ! appeared first on Dharitri Odia News.