ଏକ ପାଖିଆ ପ୍ରେମରୁ ରାଜଧାନୀରେ ମହିଳାଙ୍କୁ ହତ୍ୟା କଲେ ଯୁବକ

ଭୁବନେଶ୍ୱର,୨୯।୨: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ୨୦ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଏକ ପାଖିଆ ପ୍ରେମ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ଶିଶୁଭବନ ଛକସ୍ଥିତ ତାଙ୍କ ବାସଭବନ ନିକଟରେ ଦୀପିକା ନାମକ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ଯୁବକଙ୍କ ଆକ୍ରମଣ ପରେ ମହିଳାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବୁଧବାର ରାତିରେ […] The post ଏକ ପାଖିଆ ପ୍ରେମରୁ ରାଜଧାନୀରେ ମହିଳାଙ୍କୁ ହତ୍ୟା କଲେ ଯୁବକ appeared first on Dharitri Odia News.

ଏକ ପାଖିଆ ପ୍ରେମରୁ ରାଜଧାନୀରେ ମହିଳାଙ୍କୁ ହତ୍ୟା କଲେ ଯୁବକ

ଭୁବନେଶ୍ୱର,୨୯।୨: ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକ ୨୦ ବର୍ଷ ବୟସ୍କା ବିବାହିତା ମହିଳାଙ୍କୁ ଏକ ପାଖିଆ ପ୍ରେମ କରି ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଅଭିଯୁକ୍ତ ଶିଶୁଭବନ ଛକସ୍ଥିତ ତାଙ୍କ ବାସଭବନ ନିକଟରେ ଦୀପିକା ନାମକ ମହିଳାଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି।

ଯୁବକଙ୍କ ଆକ୍ରମଣ ପରେ ମହିଳାଙ୍କୁ ତୁରନ୍ତ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ବୁଧବାର ରାତିରେ ଦୀପିକା ପ୍ରାଣ ତ୍ୟାଗ କରିଥିଲେ।

ଘଟଣା ବିଷୟରେ ଭୁବନେଶ୍ୱର ଡିସିପି ପ୍ରତିକ ସିଂ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ଧରିବା ପାଇଁ ପଦକ୍ଷେପ ନିଆଯାଉଛି।

ଦୀପିକାଙ୍କ ସ୍ବାମୀ କୁଞ୍ଜବିହାରି ଦତ୍ତ ଅଭିଯୋଗ କରିଛନ୍ତି ଯେ ଜଣେ ଯୁବକ ତାଙ୍କ ପତ୍ନୀଙ୍କୁ ଏକପାଖିଆ ପ୍ରେମ କୄରଥିଲେ ଏବଂ ସେ ଏଥିରେ କୌଣସି ପ୍ରତିକ୍ରିୟା ନକରିବା ପରେ ତାଙ୍କୁ ଆକ୍ରମଣ କରିଛନ୍ତି। ଦୀପିକା, ଜଳେଶ୍ୱରରୁ ଆସି ତାଙ୍କ ସ୍ବାମୀଙ୍କୁ ମୋବାଇଲ ଫୋନ ମରାମତି ଦୋକାନରେ ସାହାଯ୍ୟ କରୁଥିଲେ।

The post ଏକ ପାଖିଆ ପ୍ରେମରୁ ରାଜଧାନୀରେ ମହିଳାଙ୍କୁ ହତ୍ୟା କଲେ ଯୁବକ appeared first on Dharitri Odia News.