ବଢୁଛି ଅସନ୍ତୋଷ: ୧୮ରେ କୃଷକଙ୍କ ବିଶାଳ ସମାବେଶ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବିଦ୍ୟୁତ କ୍ଷେତ୍ରର ଘରୋଇକରଣ, ଧାନ ବିକ୍ରି ସମସ୍ୟାକୁ ନେଇ କୃଷକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ ଜାନୁୟାରୀ ୧୮ ତାରିଖରେ ଭଟଲି ବ୍ଲକରେ ଜୟ କିଷାନ ଆନ୍ଦୋଳନ ତରଫରୁ ଏକ କୃଷକ ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମର ଆହ୍ବାନ ଦିଆଯାଇଛି। ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ମନ୍ଦିର ପ୍ରାଙ୍ଗଣରେ ରବିବାର ଜୟ କିଷାନ ଆନ୍ଦୋଳନର ଏକ କର୍ମୀ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନର ବ୍ଲକ ସଭାପତି […] The post ବଢୁଛି ଅସନ୍ତୋଷ: ୧୮ରେ କୃଷକଙ୍କ ବିଶାଳ ସମାବେଶ appeared first on Dharitri Odia News.

ବଢୁଛି ଅସନ୍ତୋଷ: ୧୮ରେ କୃଷକଙ୍କ ବିଶାଳ ସମାବେଶ

ବରଗଡ଼,୯।୧(ପ୍ରେମାନନ୍ଦ ଖମାରୀ):ବିଦ୍ୟୁତ କ୍ଷେତ୍ରର ଘରୋଇକରଣ, ଧାନ ବିକ୍ରି ସମସ୍ୟାକୁ ନେଇ କୃଷକ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଏହାକୁ ନେଇ ଆନ୍ଦୋଳନ ମୁଣ୍ଡ ଟେକିଛି। ଏହି କ୍ରମରେ ଜାନୁୟାରୀ ୧୮ ତାରିଖରେ ଭଟଲି ବ୍ଲକରେ ଜୟ କିଷାନ ଆନ୍ଦୋଳନ ତରଫରୁ ଏକ କୃଷକ ବିକ୍ଷୋଭ ସମାବେଶ କାର୍ଯ୍ୟକ୍ରମର ଆହ୍ବାନ ଦିଆଯାଇଛି।

ଭଟଲି ବ୍ଲକ ଅନ୍ତର୍ଗତ କେଶାଇପାଲି ମନ୍ଦିର ପ୍ରାଙ୍ଗଣରେ ରବିବାର ଜୟ କିଷାନ ଆନ୍ଦୋଳନର ଏକ କର୍ମୀ ସମ୍ମିଳନୀରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନର ବ୍ଲକ ସଭାପତି ମାନଭଞ୍ଜନ ପ୍ରଧାନ ଏଥିରେ ସଭାପତିତ୍ୱ କରିଥିଲେ। ଏହି ସମ୍ମିଳନୀରେ ଭଟଲି ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରୁ କୃଷକମାନେ ଯୋଗ ଦେଇଥିଲେ।

ବିଜୁଳି କ୍ଷେତ୍ରର ଘରୋଇକରଣ, ବିଦ୍ୟୁତ୍‌ ଉପଭୋକ୍ତାଙ୍କୁ ଜୁଲୁମ୍‌, ଧାନ ବିକ୍ରି ସମସ୍ୟା ଉପରେ ବିଶଦ ଆଲୋଚନା କରାଯାଇଥିଲା। ପଡୋଶୀ ଛତିଶଗଡ଼ରେ କୃଷକ ପ୍ରତିବର୍ଷ ଧାନର ବୋନସ୍‌ ପାଇବା ସହ ଅତି ସୁରୁଖୁରୁରେ ଫସଲର ମୂଲ୍ୟ ପାଇପାରୁଥିବା ବେଳେ ଓଡିଶା ସରକାର ଏଯାଏ ଟଙ୍କାଟିଏ ମଧ୍ୟ ବୋନସ୍‌ ଦେଉନାହିଁ।

ଧାନ ବିକ୍ରି ବ୍ୟବସ୍ଥାକୁ ଦଲାଲ ଏବଂ ମିଲ୍‌ ମାଲିକଙ୍କ ହାତରେ ଟେକି ଦେଇଥିବା ଅଭିଯୋଗ ହୋଇଥିଲା। ଏପରି ପରିସ୍ଥିତିରେ କୃଷକ ସ୍ମାର୍ଟ ମିଟରରେ ବିଦ୍ୟୁତ୍‌ ବିଲ୍‌ ଦେଇ ଚାଷ କରିବା କଷ୍ଟକର ହୋଇଛି ବୋଲି ମତପ୍ରକାଶ ପାଇଥିଲା। ଏହାର ପ୍ରତିବାଦରେ ଆସନ୍ତା ୧୮ ତାରିଖରେ ଭଟଲି ତହସିଲ କାର୍ଯ୍ୟାଳୟଠାରେ ଏକ ବିକ୍ଷୋଭ ସମାବେଶ ଆଯୋଜନ କରିବା ପାଇଁ ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଥିଲା। ଏହି ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀରେ ବରିଷ୍ଠ ଚାଷୀନେତା ତଥା ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ, ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ବିଜୟ ପ୍ରଧାନ, ସତ୍ୟବାନ ନାୟକ, ମନବୋଧ ନାୟକ, ଅକ୍ଷୟ ସାହୁ, ଦେବେନ୍ଦ୍ର ପ୍ରଧାନ, ଜନ୍ମେଜୟ ଠାକୁର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଗୋପେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

The post ବଢୁଛି ଅସନ୍ତୋଷ: ୧୮ରେ କୃଷକଙ୍କ ବିଶାଳ ସମାବେଶ appeared first on Dharitri Odia News.