ସର୍ବଭାରତୀୟ ହାକାଥନ୍ରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ
ଭୁବନେଶ୍ୱର,୨୯।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିପ୍ରପୋଜ୍ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ହାକାଥନ୍ ପ୍ରତିଯୋଗିତାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଇଏନ୍ଟିସି ବିଭାଗର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ। ଏପରିକି ଇନ୍ଟିସି ବିଭାଗର ସହକାରୀ ପ୍ରଫେସର ଶୁଭ୍ରାଂଶୁ କୁମାର ସିଂହ, ଡ. ବଜ୍ର ପଞ୍ଜର […] The post ସର୍ବଭାରତୀୟ ହାକାଥନ୍ରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ appeared first on Dharitri Odia News.
ଭୁବନେଶ୍ୱର,୨୯।୬: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା କଟକର ଟାଙ୍ଗୀ ନିକଟସ୍ଥ ଡ୍ରିମ୍ସ ୟୁନିଭର୍ସିଟର ଛାତ୍ରୀଛାତ୍ରମାନେ ସର୍ବଭାରତୀୟ ହାକାଥନ୍ ପ୍ରତିଯୋଗିତାରେ ସାମିଲହୋଇ ଚାମ୍ପିୟନ (ପ୍ରଥମ) ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଡିପ୍ରପୋଜ୍ ଫାଉଣ୍ଡେଶନ ପକ୍ଷରୁ ଚେନ୍ନାଇସ୍ଥିତ ଆନ୍ନା ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ସର୍ବଭାରତୀୟ ହାକାଥନ୍ ପ୍ରତିଯୋଗିତାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜିର ଇଏନ୍ଟିସି ବିଭାଗର ପ୍ରଥମ ବର୍ଷ ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ।
ଏପରିକି ଇନ୍ଟିସି ବିଭାଗର ସହକାରୀ ପ୍ରଫେସର ଶୁଭ୍ରାଂଶୁ କୁମାର ସିଂହ, ଡ. ବଜ୍ର ପଞ୍ଜର ମିଶ୍ରଙ୍କ ମାର୍ଗଦର୍ଶନରେ ଡ୍ରିମ୍ସ ଟିମ୍ ଚିତ୍ତରଞ୍ଜନ ବେହେରା (ଟିମ୍ ଲିଡର), ସାଗରିକା ସ୍ବାଇଁ, ରଶ୍ମିରଞ୍ଜନ ସାହୁ ଏବଂ ସାଜନ କୁମାର ପ୍ରମୁଖ ଅଂଶ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ସୂଚନାଯୋଗ୍ୟ, ଏହି ସର୍ବଭାରତୀୟ ପ୍ରତିଯୋଗିତାରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ୩ଟି ଟିମ୍ ଭାଗ ନେଇଥିଲେ। ଗୋଟିଏ ଟିମ୍ ଚାମ୍ପିୟନ ବା ପ୍ରଥମ ସ୍ଥାନ ଅଧିକାର କରିଥିଲାବେଳେ ଅନ୍ୟ ଦୁଇଟି ଟିମ୍ ଉଲ୍ଳେଖନୀୟ ପ୍ରଦର୍ଶନକରି ବିଚାରପତିଙ୍କ ପ୍ରଶଂସା ଭାଜନ ହୋଇଥିଲେ।
ସେହିଭଳି ଏହି ପ୍ରତିଯୋଗିତାରେ ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନରୁ ୮,୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲାବେଳେ ୧୦୦ଜଣ ଫାଇନାଲ ରାଉଣ୍ଡକୁ ଉନ୍ନୀତ ହୋଇଥିଲେ। ଏପରିକି ବିଜୟୀ ଦଳକୁ ପୁରସ୍କାର ସ୍ବରୂପ ୧ ଲକ୍ଷ ଟଙ୍କାର ଚେକ୍ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ଛାତ୍ରୀଛାତ୍ରୀଙ୍କ ଏଭଳି ଗୌରବପୂର୍ଣ୍ଣ କୃତିତ୍ୱ ପାଇଁ ଡ୍ରିମ୍ସ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ଡ.ପ୍ରମୋଦ ଚନ୍ଦ୍ର ରଥ, କୁଳପତି ପ୍ରଫେସର ଡ.ପ୍ରକାଶ କୁମାର ହୋତା, ରେଜିଷ୍ଟ୍ରାର ଡ. ଭକ୍ତଚରଣ ପ୍ରଧାନ, ପ୍ରଶାସନିକ ନିର୍ଦ୍ଦେଶକ ବଳରାମ କର, ବରିଷ୍ଠ ନିର୍ଦ୍ଦେଶକ ପ୍ରଦୀପ୍ତ ଚନ୍ଦ୍ର ରଥ, ସହ ଅଧ୍ୟକ୍ଷ ଇଂ ଦୁର୍ଗାପ୍ରସାଦ ରଥ, ନିର୍ଦ୍ଦେଶିକା ଚିନ୍ମୟୀ ରଥ, ଡିନ୍ ଡ.ନୟନ ରଞ୍ଜନ ସାମଲ, ଇଏନ୍ଟିସି ବିଭାଗର ମୁଖ୍ୟ ପ୍ରଫେସର ଡ. ଜୀବନାନନ୍ଦ ମେହେନା ଏବଂ ବିଭାଗର ଅଧ୍ୟାପକ, ଅଧ୍ୟାପିକା ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
The post ସର୍ବଭାରତୀୟ ହାକାଥନ୍ରେ ଡ୍ରିମ୍ସ ବିଶ୍ୱବିଦ୍ୟାଳୟ ଚାମ୍ପିୟନ appeared first on Dharitri Odia News.