ବିଜେଡିରୁ ବିଦା ହେଲେ ଜିଲା ପରିଷଦ ସସ୍ମିତା ମାଝୀ
ଭୁବନେଶ୍ୱର,୨୭।୮: ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ପରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ମାଲକାନଗିରି ମାଥିଲି-୩ ଜିଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଏନେଇ ଦଳ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ସୂଚନା ଯୋଗ୍ୟ, ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା। ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହେଉଛନ୍ତି। ଜିଲାରେ ଜାଲ […] The post ବିଜେଡିରୁ ବିଦା ହେଲେ ଜିଲା ପରିଷଦ ସସ୍ମିତା ମାଝୀ appeared first on Dharitri Odia News.
ଭୁବନେଶ୍ୱର,୨୭।୮: ଚାକିରି ଦେବା ନାଁରେ ଟଙ୍କା ଠକେଇ ଅଭିଯୋଗ ପରେ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ମାଲକାନଗିରି ମାଥିଲି-୩ ଜିଲା ପରିଷଦ ସଭ୍ୟା ସସ୍ମିତା ମାଝୀ। ଏନେଇ ଦଳ ପକ୍ଷରୁ ମଙ୍ଗଳବାର ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦିଆଯାଇଛି।
ସୂଚନା ଯୋଗ୍ୟ, ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲା। ଏଠି ବେକାରି ସଂଖ୍ୟା ଅଧିକ ରହିଛି। ଚାକିରି ପାଇବା ପାଇଁ ଯୁବତୀଯୁବକମାନେ ଆଶା କରିଥିଲେ ମଧ୍ୟ ସୁଯୋଗ ନ ପାଇ ଦଲାଲଙ୍କ ଶିକାର ହେଉଛନ୍ତି। ଜିଲାରେ ଜାଲ ସାର୍ଟିଫିକେଟ, ଆଧାର କାର୍ଡ, ନକଲି ପୋଲିସ ଅଧିକାରୀ, ନକଲି ମାଓବାଦୀ ଆଦି ଅନେକ ଘଟଣାରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି। ବର୍ତ୍ତମାନ ଜନ ପ୍ରତିନିଧି ଓ ରାଜନେତାମାନେ ବେକାର ଉଚ୍ଚଶିକ୍ଷିତ ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ଟଙ୍କା ଠକେଇ ଘଟଣା ସାମ୍ନାକୁ ଆସିଛି।
ମାଲକାନଗିରି ଜିଲା ବିଜେଡିର କେତେକ ଜନ ପ୍ରତିନିଧି ଯୁବତୀ ଯୁବକମାନଙ୍କୁ ଚାକିରି କରାଇଦେବା ନାଁରେ ବହୁ ଲକ୍ଷ ଟଙ୍କା ହଡପ କରି ନେଇଥିବା ମାଥିଲି ଥାନାରେ ଅଭିଯୋଗ ହୋଇଛି। ମାଥିଲି ଥାନା ଅନ୍ତର୍ଗତ ମିଲୁଗୁଡା ଗ୍ରାମର ରବିନାରାୟଣ ପୁହାଣ ମାଥିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି, ଯେ, ତାଙ୍କ ପୁଅଙ୍କୁ ଯୋଗାଣ ବିଭାଗରେ ଇନ୍ସପେକ୍ଟର ଚାକିରି କରାଇଦେବା ନାଁରେ ମାଥିଲି ଜିଲା ପରିଷଦ ଜୋନ-୩ ସଭ୍ୟା ସସ୍ମିତା ମାଝି ୨୦୨୩, ଏପ୍ରିଲ ୨୫ରେ ୧ ଲକ୍ଷ ଟଙ୍କା, ଏପ୍ରିଲ ୨୮ ରେ ୩୦ ହଜାର ଟଙ୍କା ନଗଦ ନେଇଥିଲେ।
ପରେ ଭୁବନେଶ୍ୱରରେ ସୁଜାତା ପାଣ୍ଡିଆନଙ୍କ ଭାଇ କହୁଥିବା ରମେଶ ଚନ୍ଦ୍ର ରାଉତଙ୍କ ଆକାଉଣ୍ଟକୁ ଦୁଇଟି କିସ୍ତିରେ ୬ ଲକ୍ଷ ଟଙ୍କା ପଠାଇବାକୁ କହିଥିଲେ। ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟ ନ ହେବାରୁ ରବିନାରାୟଣ ଏ ସମ୍ପର୍କରେ ସସ୍ମିତାଙ୍କୁ ପଚାରିବାରୁ କିଛି ନ ଶୁଣିବା ସହ ଥାନାରେ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।
ଫଳରେ ରବିନାରାୟଣ ୧୯ା୮ା୨୪ରେ ମାଥିଲି ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ନଂ. ୧୬୬/୨୪ରେ ମାମଲା ରୁଜୁ କରିଥିଲା। ଘଟଣାର ମାଷ୍ଟର ମାଇଣ୍ଡ ସସ୍ମିତା ମାଝି ଫେରାର ହୋଇଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ରମେଶ ଚନ୍ଦ୍ର ରାଉତଙ୍କୁ କେନ୍ଦ୍ରାପଡ଼ାରୁ ରବିବାର ମାଥିଲି ପୋଲିସ ଗିରଫ କରିଛି।
The post ବିଜେଡିରୁ ବିଦା ହେଲେ ଜିଲା ପରିଷଦ ସସ୍ମିତା ମାଝୀ appeared first on Dharitri Odia News.