ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ସିବିଆଇ
ନୂଆଦିଲ୍ଲୀ ,୧୧ା୭: ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର କିଙ୍ଗ୍ପିନ୍ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି। ପ୍ରବେଶିକା ପରୀକ୍ଷା ଅନିୟମିତତା ମାମଲାରେ ଚଢ଼ାଉ ବେଳେ ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ […] The post ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ସିବିଆଇ appeared first on Dharitri Odia News.
ନୂଆଦିଲ୍ଲୀ ,୧୧ା୭: ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର କିଙ୍ଗ୍ପିନ୍ଙ୍କୁ ସିବିଆଇ ପାଟନା ନିକଟରୁ ଗିରଫ କରିଛି। ନାଳନ୍ଦାର ରାକେଶ ରଞ୍ଜନ ଓରଫ ରକି ପ୍ରଶ୍ନପତ୍ର ଲିକ୍ ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି। ସିବିଆଇ ତାଙ୍କୁ ଗୁରୁବାର ପାଟନାର ସ୍ବତନ୍ତ୍ର ଅଦାଲତରେ ହାଜର କରାଇବା ପରେ ୧୦ ଦିନ ପାଇଁ ହାଜତକୁ ନେଇଛି।
ପ୍ରବେଶିକା ପରୀକ୍ଷା ଅନିୟମିତତା ମାମଲାରେ ଚଢ଼ାଉ ବେଳେ ରିକି ସିବିଆଇ ରାଡାରରୁ ଖସିଯିବା ପାଇଁ ବାରମ୍ବାର ନିଜର ରହଣି ବଦଳାଉଥିଲା। ସିବିଆଇ ତଦନ୍ତ ଦାୟିତ୍ୱ ନେବାଠାରୁ ତାଙ୍କ ପଛରେ ପଡ଼ିଥିଲା। ଟେକ୍ନିକାଲ ସର୍ଭିଲାନ୍ସ ସହାୟତାରେ ତଦନ୍ତକାରୀ ଅଧିକାରୀମାନେ ତାଙ୍କ ପ୍ରକୃତ ଅବସ୍ଥିତି ପାଇବା ପରେ ଗୁରୁବାର ଭୋର ସମୟରେ ଗିରଫ କରିଥିଲେ।
ସପ୍ତାହ ଆରମ୍ଭରେ ସିବିଆଇ ବିହାର ଓ ଝାଡ଼ଖଣ୍ଡର ୧୫ଟି ସ୍ଥାନରେ ଚଢ଼ାଉ କରି ପ୍ରଶ୍ନପତ୍ର ଲିକ୍ ସମ୍ପର୍କିତ କେତେକ ଦସ୍ତାବିଜ୍ ହସ୍ତଗତ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଝାଡ଼ଖଣ୍ଡ ଓଏସିସ୍ ସ୍କୁଲ୍ର ପ୍ରିନ୍ସିପାଲ ଓ ଭାଇସ୍ ପ୍ରିନ୍ସିପାଲଙ୍କୁ ସିବିଆଇ ପୂର୍ବରୁ ଗିରଫ କରିଥିଲା। ବର୍ତ୍ତମାନ ସୁଦ୍ଧା ତଦନ୍ତକାରୀ ସଂସ୍ଥା ପ୍ରଶ୍ନପତ୍ର ଲିକ୍ ମାମଲାରେ ୬ଟି ଏତଲା ଦାଏର କରିଛି।
The post ଏନ୍ଇଇଟି-ୟୁଜି ପ୍ରଶ୍ନପତ୍ର ଲିକ୍ର ମାଷ୍ଟରମାଇଣ୍ଡଙ୍କୁ ଗିରଫ କଲା ସିବିଆଇ appeared first on Dharitri Odia News.