ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା

କାଏମା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ହେଲେ ଇଭିଏମ୍‌ ବଦଳ ସନ୍ଦେହରେ ରାତି ପ୍ରାୟ ୮ଟା ସମୟରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଇଭିଏମ୍‌ ବଦଳ ସନ୍ଦେହ କରି ଏହାର ପ୍ରତିବାଦ କରିଥିଲେ। ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମ୍‌କୁ ଅନ୍ୟତ୍ର ନିଆଯାଉଥିଲା। ହେଲେ ସେହି ଇଭିଏମ୍‌କୁ ବଦଳ […] The post ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା appeared first on Dharitri Odia News.

ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା

କାଏମା,୨ା୬(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଚତୁର୍ଥ ପର୍ଯ୍ୟାୟ ମତଦାନ ଶନିବାର ଶେଷ ହୋଇଛି। ହେଲେ ଇଭିଏମ୍‌ ବଦଳ ସନ୍ଦେହରେ ରାତି ପ୍ରାୟ ୮ଟା ସମୟରେ ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ବାଧୀନ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କ ସମର୍ଥକମାନେ ଇଭିଏମ୍‌ ବଦଳ ସନ୍ଦେହ କରି ଏହାର ପ୍ରତିବାଦ କରିଥିଲେ। ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକକୁ ଆସିଥିବା କେତେକ ରିଜର୍ଭ ଇଭିଏମ୍‌କୁ ଅନ୍ୟତ୍ର ନିଆଯାଉଥିଲା। ହେଲେ ସେହି ଇଭିଏମ୍‌କୁ ବଦଳ କରାଯାଉଥିବା ଅଭିଯୋଗ କରି ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଆଗରେ ରୁଣ୍ଡ ହୋଇ ପାଟିତୁଣ୍ଡ କରିଥିଲେ। ଏପରି କି ବିଭିନ୍ନ ସ୍ଥାନକୁ ଇଭିଏମ୍‌ ନେଇ ଯାଉଥିବା ଗାଡ଼ିଗୁଡିକୁ ହିମାଂଶୁଙ୍କ ସମର୍ଥକମାନେ ବ୍ଲକ ଭିତରେ ଭର୍ତ୍ତି କରିବା ସହ ଇଭିଏମ୍‌ ବଦଳି କରାଯାଇଥିବା ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲା। ଏନେଇ ଧର୍ମଶାଳା ବିଡିଓ କହିଛନ୍ତି, କୌଣସି ଇଭିଏମ୍‌ ବଦଳ ହୋଇ ନାହିଁ। ସେମାନେ ଅଯଥାରେ ସନ୍ଦେହ କରି ଆମ କର୍ମଚାରୀମାନଙ୍କୁ ମାରଧର କରିଛନ୍ତି। ଏ ସଂକ୍ରାନ୍ତରେ ଉପରିସ୍ଥ ଅଧିକାରୀଙ୍କୁ ସେ ଅବଗତ କରିଥିବା କହିଛନ୍ତି।

The post ଇଭିଏମ୍‌ ବଦଳ ସନ୍ଦେହରେ ଧର୍ମଶାଳା ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଉତ୍ତେଜନା appeared first on Dharitri Odia News.