ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope

ମେଷ ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ ରହିବ। କେତେକ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ଅର୍ଥ ସମ୍ପର୍କିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ। ବୃଷ ପରିସ୍ଥିତି ଯାହା ହୋଇଥାଉନା କାହିଁକି, ସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ […] The post ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope
ମେଷ
ଆପଣ ଯାହା ଆଶା କରିଛନ୍ତି ଆଜି ତାହା ସୁବିଧାରେ ପାଇଯିବେ । ଅଶ୍ୱିନୀ ନକ୍ଷତ୍ର ସକାଶେ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ସମସ୍ୟାଯୁକ୍ତ ରହିବ। କେତେକ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ଅର୍ଥ ସମ୍ପର୍କିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ।
ବୃଷ
ବୃଷ
ପରିସ୍ଥିତି ଯାହା ହୋଇଥାଉନା କାହିଁକି, ସମୟ ସ୍ରୋତରେ ଅନ୍ୟମାନଙ୍କ ପ୍ରେରଣାରେ ଆଗକୁ ମାଡ଼ି ଚାଲିବେ। ଆଲୋଚନା କ୍ଷେତ୍ରରେ ଶେଷ ସମୟରେ ନିଷ୍ପତ୍ତି ବଦଳାଇପାରନ୍ତି। ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିପ୍‌ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। କୃତ୍ତିକା ନକ୍ଷତ୍ରର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ।
ମିଥୁନ
ମିଥୁନ
ରାଶ୍ୟାଧିପତିଙ୍କ ଦୁର୍ବଳତା କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ମନ୍ଦ ନ ଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ ବଢ଼ିଚାଲିବ। ମୃଗଶିରା ନକ୍ଷତ୍ର ଯୁକ୍ତିଯୁକ୍ତ କଥା କହି ପ୍ରତ୍ୟେକ କ୍ଷେତ୍ରକୁ ସାଧାରଣ ଅବସ୍ଥାକୁ ଆଣିବାରେ ସମର୍ଥ ହେବେ। ପରିବହନ, ପ୍ରଶାସନ, ରାଜନୀତି ଓ ଆନୁଷ୍ଠାନିକ କାମ ଉନ୍ନତମାନର ରହିବ।
କର୍କଟ
କର୍କଟ
ଧନାଧିପ ରବି କର୍ମଭାବସ୍ଥ ଯୋଗୁ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ପୁନର୍ବସୁ ନକ୍ଷତ୍ର ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେମିତି କିଛି ହେବନାହିଁ। ଦ୍ୱାଦଶସ୍ଥାନ ପ୍ରତି ଶନିଙ୍କ ଦୃଷ୍ଟି ହେତୁ ଅର୍ଥହାନି ଘଟିପାରେ। ଭୁଲ୍‌ ବୁଝାମଣାଜନିତ ବନ୍ଧୁଙ୍କ ଉପରେ କ୍ରୋଧଜନିତ ଅନର୍ଥ ଓ ଶତ୍ରୁତାର ଆଶଙ୍କା ରହିଛି।
ସି˚ହ
ସି˚ହ
ରବିଙ୍କ ପ୍ରସାଦରୁ ଅଟକି ରହିଥିବା କାମଟି ସମ୍ମାନର ସହ ହଠାତ୍‌ ହୋଇଯିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା ଯୋଗୁ ମନ ଖୁସି ରହିବ। ମଘା ନକ୍ଷତ୍ର ସକାଶେ ସାମଜିକ ସ୍ତରରେ ବିରୋଧୀମାନେ ମୃଦୁ ଗୁଞ୍ଜରଣ ସୃଷ୍ଟି କରିପାରନ୍ତି। ଜମିଜମା, ନିର୍ମାଣ, ଆଇନ, ଅଦାଲତ କ୍ଷେତ୍ର ପାଇଁ ସ୍ଥିତି ମଧ୍ୟମ ପ୍ରକାର ରହିବ।
କନ୍ୟା
ଦୀର୍ଘଦିନର ଅପୂରଣୀୟ ଆଶା ମନରେ ଆଲୋଡ଼ନ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଆଜି ଯାନବାହନ, ବିବାଦୀୟ ସ୍ଥାନ, ଏକାକୀ ଯାତ୍ରାରୁ ଦୂରେଇ ରହିବା ଭଲ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର କାରିଗରି, ସାହିତ୍ୟ, ସଙ୍ଗୀତ ପ୍ରଭୃତି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ତୁଳା
ତୁଳା
ବୃହସ୍ପତିଙ୍କ ବିପରୀତ ରାଜଯୋଗ ପ୍ରଭାବରେ ପୂର୍ବ ସ୍ଥିରୀକୃତ ଯୋଜନାନୁଯାୟୀ କାର୍ଯ୍ୟାରମ୍ଭ ସଫଳତାପ୍ରାପ୍ତ ହେବ। ଖର୍ଚ୍ଚଭାର ବୃଦ୍ଧି ପାଇଲେ ମଧ୍ୟ ଆବଶ୍ୟକ ଅର୍ଥ ପାଇବାରେ ଅସୁବିଧା ହେବ ନାହିଁ। ଆଜିର ଯାତ୍ରା, ପ୍ରତିଦ୍ୱନ୍ଦ୍ୱିତା, ସାହିତ୍ୟରେ ସମସ୍ୟା ବିଳମ୍ବରେ ସମାଧାନ ହେବ। ଶିଳ୍ପ, ବାଣିଜ୍ୟ ଓ ପ୍ରଶାସନିକ ସ୍ତରରେ ସୁଫଳ ପାଇପାରିବେ।
ବିଛା
ବିଛା
ଆଜି ଅଷ୍ଟମାଧିପତି ଦ୍ୱିତୀୟସ୍ଥ ଯୋଗୁ ବିବାଦୀୟ କଥାରେ ପାରିବାରିକ ଅଶାନ୍ତି ସୃଷ୍ଟିହେବ। ଅନୁରାଧା ନକ୍ଷତ୍ରର କ୍ରୀଡ଼ା, କଳା, ସାହିତ୍ୟ ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ବାଣିଜ୍ୟ ଓ ପରିବହନରେ ଉନ୍ନତି ସୂଚନା ରହିଛି। କଳା, ସାହିତ୍ୟ ସଙ୍ଗୀତ ଓ ଷ୍ଟେଶନାରି ଜିନିଷ ବ୍ୟବସାୟରେ ଲାଭବାନ୍‌ ହେବେ।
ଧନୁ
ଧନୁ
ଚତୁର୍ଥ ଭାବସ୍ଥ ଚତୁଃଗ୍ରହଙ୍କ ସ୍ଥିତି ପ୍ରଭାବରୁ ପାରିବାରିକ ସମସ୍ୟା ଜଟିଳ ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ନିକଟସ୍ଥ ପଡ଼ୋଶୀମାନଙ୍କ ଉପରେ ପୂର୍ଣ୍ଣ ଭରସା କରିବା ପୂର୍ବରୁ ପରଖିନେବା ଭଲ ହେବ। ବାଣିଜ୍ୟ, ବ୍ୟବସାୟ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ର ଉନ୍ନତ ରହିବ।
ମକର
ମକର
ଆଜି କଲ୍ୟାଣଚନ୍ଦ୍ର ଯୋଗୁ ପ୍ରତ୍ୟୁଷରେ ଯେଉଁ କାମରେ ବାହାରିଛନ୍ତି ସେଥିରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ଉପର ଅଧିକାରୀ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ରପ୍ତାନୀ କାରବାର, ଏଜେନ୍ସି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ କ୍ଷେତ୍ରରେ ପ୍ରଶଂସିତ ହେବେ। ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତି ଆନୁଷ୍ଠାନିକ କାମରେ ସମ୍ମାନିତ ହେବେ।
କୁମ୍ଭ
କୁମ୍ଭ
ଆଜି ଯେତେ ଭଲ କାମ କଲେ ମଧ୍ୟ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ସମାଲୋଚିତ ହେବେ। ଧନିଷ୍ଠା ନକ୍ଷତ୍ର ଜଣେ ବନ୍ଧୁଙ୍କୁ ଅନୁରୋଧକରି ସମସ୍ୟା ସମାଧାନର ଚେଷ୍ଟା କରିବେ। ମାଲିମକଦ୍ଦମା, ଜମିଜମା, ଅର୍ଥନୈତିକ କାର୍ଯ୍ୟ, ଭ୍ରମଣ କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଆର୍ଥିକ ଉନ୍ନତି ଘଟିବ, କିଛି ବ୍ୟାଙ୍କ ଜମା ମଧ୍ୟ କରିବାର ସମ୍ଭାବନା ରହିଛି।
ମୀନମୀନ

ଉତ୍ତରଭାଦ୍ରପଦ ନକ୍ଷତ୍ର ସକାଶେ ଆନୁଷ୍ଠାନିକ କର୍ମ ଭିତିରେ ଗୁରୁଦାୟିତ୍ୱ ବହନ କରିବେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ ହେବ। ବିଶିଷ୍ଟ ବ୍ୟକ୍ତିଙ୍କ ନିମନ୍ତ୍ରଣ ପାଇ ଆନୁଷ୍ଠାନିକ କାର୍ଯ୍ୟରେ ଯୋଗଦେଇପାରନ୍ତି। ସନ୍ତାନଙ୍କ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିପାରନ୍ତି।

The post ରାଶିଫଳ: ରବିବାର, ଏପ୍ରିଲ୍‍ ୨୦ ତାରିଖ – Daily Horoscope appeared first on Dharitri Odia News.