କୋହଲି କି ବୁମ୍ରା ନୁହେଁ, ଟି-୨୦ ବିଶ୍ୱକପ୍ ଜିତିବା ଶ୍ରେୟ ଏହି ୩ ଜଣଙ୍କୁ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଭାରତ ଚଳିତବର୍ଷ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିରେ ଜଶପ୍ରୀତ୍ ବୁମ୍ରାଙ୍କ ସମେତ ବିରାଟ କୋହଲିଙ୍କ ଅବଦାନ ରହିଥିଲା। ତେବେ ରୋହିତ ଶର୍ମା କହିଛନ୍ତି, ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଟି-୨୦ ବିଶ୍ୱକପ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ଖେଳାଳିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। […] The post କୋହଲି କି ବୁମ୍ରା ନୁହେଁ, ଟି-୨୦ ବିଶ୍ୱକପ୍ ଜିତିବା ଶ୍ରେୟ ଏହି ୩ ଜଣଙ୍କୁ ଦେଲେ ରୋହିତ ଶର୍ମା appeared first on Dharitri Odia News.
ନୂଆଦିଲ୍ଲୀ,୨୨।୮: ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ଭାରତ ଚଳିତବର୍ଷ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏଥିରେ ଜଶପ୍ରୀତ୍ ବୁମ୍ରାଙ୍କ ସମେତ ବିରାଟ କୋହଲିଙ୍କ ଅବଦାନ ରହିଥିଲା। ତେବେ ରୋହିତ ଶର୍ମା କହିଛନ୍ତି, ପୂର୍ବତନ ମୁଖ୍ୟ କୋଚ ରାହୁଲ ଦ୍ରାବିଡ, ଚୟନ କମିଟିର ଅଧ୍ୟକ୍ଷ ଅଜିତ ଅଗରକର ଏବଂ କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ସଚିବ ଜୟ ଶାହା ଟି-୨୦ ବିଶ୍ୱକପ୍ ଜିତିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ସେମାନେ ଖେଳାଳିଙ୍କୁ ପୂର୍ଣ୍ଣ ସମର୍ଥନ ଦେଇଥିଲେ। ଫଳସ୍ବରୂପ ଭାରତ ତାଙ୍କ ନେତୃତ୍ୱରେ ଟି-୨୦ ବିଶ୍ୱକପ ଜିତିଥିଲା।
ରୋହିତଙ୍କ ନେତୃତ୍ୱରେ ଜୁନ ମାସରେ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଖେଳାଯାଇଥିବା ଟି -୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଭାରତ ଆଇସିସି ଟି-୨୦ ବିଶ୍ୱକପ ଜିତିଥିଲା। ୨୦୦୭ ପରେ ଏହା ଭାରତର ଦ୍ୱିତୀୟ ଟି-୨୦ ବିଶ୍ୱ ଟାଇଟଲ ଥିଲା। କୋହଲି ଏବଂ ରୋହିତ ବାରବାଡୋସରେ ସେହି ବିଜୟ ସହିତ ଟି-୨୦ ଫର୍ମାଟରେ ନିଜର କ୍ୟାରିଅର୍ ଶେଷ କରିଥିଲେ।
The post କୋହଲି କି ବୁମ୍ରା ନୁହେଁ, ଟି-୨୦ ବିଶ୍ୱକପ୍ ଜିତିବା ଶ୍ରେୟ ଏହି ୩ ଜଣଙ୍କୁ ଦେଲେ ରୋହିତ ଶର୍ମା appeared first on Dharitri Odia News.