ସମ ନର୍ସିଂ କଲେଜରେ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ୬-ଦିନିଆ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂସ୍ଥାପନକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜରେ ସୋମବାର ଠାରୁ ଏକ ୬-ଦିନିଆ କର୍ମଶାଳା ଆରମ୍ଭ ହୋଇଛି। କଲେଜର ୧ମ ବର୍ଷ ଏମ୍‌.ଏସ୍‌.ସି (ନର୍ସିଂ) ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ନୀତିର ପର୍ଯ୍ୟାଲୋଚନା ନିମନ୍ତେ ଅଭିପ୍ରେତ ।ଏହି କର୍ମଶାଳାକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଉଦ୍‌ଘାଟନ କରି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାସ୍ଥ୍ୟ ସେବା ପରିପ୍ରେକ୍ଷୀରେ ଏହି କର୍ମଶାଳାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ । କର୍ମଶାଳାର ସଂଯୋଜକ ପ୍ରଫେସର ତପତୀ ସାହା ଏହାର ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଥିଲେ । ଏଥିରେ ୭୭ ଜଣ ବି.ଏସ୍‌.ସି (ନର୍ସିଂ) ୩ୟ ବର୍ଷ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀ ସଂଯୋଜକ ଶ୍ରୀମତି ରୋଜାଲିନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମ ନର୍ସିଂ କଲେଜରେ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଉପରେ ୬-ଦିନିଆ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର: ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ସଂସ୍ଥାପନକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜରେ ସୋମବାର ଠାରୁ ଏକ ୬-ଦିନିଆ କର୍ମଶାଳା ଆରମ୍ଭ ହୋଇଛି। କଲେଜର ୧ମ ବର୍ଷ ଏମ୍‌.ଏସ୍‌.ସି (ନର୍ସିଂ) ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏହି କର୍ମଶାଳା ଜାତୀୟ ସ୍ୱାସ୍ଥ୍ୟ ନୀତିର ପର୍ଯ୍ୟାଲୋଚନା ନିମନ୍ତେ ଅଭିପ୍ରେତ ।

ଏହି କର୍ମଶାଳାକୁ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଉଦ୍‌ଘାଟନ କରି ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସମ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାସ୍ଥ୍ୟ ସେବା ପରିପ୍ରେକ୍ଷୀରେ ଏହି କର୍ମଶାଳାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ । 

କର୍ମଶାଳାର ସଂଯୋଜକ ପ୍ରଫେସର ତପତୀ ସାହା ଏହାର ପ୍ରସଙ୍ଗକୁ ନେଇ ବକ୍ତବ୍ୟ ରଖିଥିଲେ । ଏଥିରେ ୭୭ ଜଣ ବି.ଏସ୍‌.ସି (ନର୍ସିଂ) ୩ୟ ବର୍ଷ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ଛାତ୍ରଛାତ୍ରୀ ସଂଯୋଜକ ଶ୍ରୀମତି ରୋଜାଲିନ୍ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।