ଟ୍ରମ୍ପଙ୍କୁ ଟ୍ରୁଡୋଙ୍କ ଜବାବ: କାର୍ଲିଫନିଆ କାନାଡ଼ାକୁ ଦେଇ ଦିଅ

ଓଟ୍ଟାୱା: ଆମେରିକା ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ଦଖଲ ନେଇ ବାରମ୍ବାର କହୁଥିବା ବେଳେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏନେଇ ମୁହଁ ଖୋଲିଛନ୍ତି। ଯେତେବେଳେ ଟ୍ରମ୍ପ କାନାଡ଼ାକୁ ଆମେରିକାର ମିଶାଇବା କଥା କହିଥିଲେ ସେତେବେଳେ ସେ ତାଙ୍କୁ ଭର୍ମଣ୍ଟ କିମ୍ବା କାଲିଫର୍ନିଆ ଫେରାଇବାକୁ ମଜାରେ କହିଥିଲେ ବୋଲି ଟ୍ରୁଡୋ କହିଛନ୍ତି। ଗୁରୁବାର କାନାଡ଼ା ମିଡିଆ ଏମଏସଏନବିସିକୁ ପ୍ରତିକ୍ରିୟା ଦେଇ ଟ୍ରୁଡୋ ଟ୍ରମ୍ପଙ୍କ ସହିତ ଗତବର୍ଷ(୨୦୨୪) ନଭେମ୍ବରରେ ହୋଇଥିବା କଥା ମନେ ପକାଇଥିଲେ। ଭର୍ମଣ୍ଟ କିମ୍ବା କାଲିଫର୍ନିଆର କିଛି ଜାଗା ଅଦଳବଦଳ କରିପାରିବା ବୋଲି ଟ୍ରୁଡୋ ଟ୍ରମ୍ପଙ୍କୁ ମଜାକରେ କହିଥିଲେ ଓ ଟ୍ରମ୍ପ ମଧ୍ୟ ହସିଥିଲେ।ଦୁଇ ନେତାଙ୍କ ମଧ୍ୟରେ ଏଭଳି କଥା ବେଳେ ଟ୍ରମ୍ପ ଟ୍ରୁଡୋଙ୍କୁ କହିଥିଲେ ଯେ ଯଦି ଶୁଳ୍କ ବଢ଼ାଇବା କଷ୍ଟ ଲାଗୁଛି ତେବେ କାନାଡ଼ାକୁ ଆମେରିକାର ୫୧ ରାଜ୍ୟ ଭାବେ ମିଶାଇ ଦେବା ଉଚିତ୍। ବର୍ତ୍ତମାନ ଏହି ପ୍ରସଙ୍ଗ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚାର ବିଷୟ ପାଲଟିଛି। ଗୁରୁବାର ଆମେରିକୀୟ ଶିଳ୍ପପତିମାନଙ୍କ ସହ ଆଲୋଚନା କରି ଟ୍ରୁଡୋ କହିଥିଲେ ଯେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ କେବଳ ନିର୍ବାଚିତ ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଶୁଳ୍କ ବୃଦ୍ଧିର "ନକାରାତ୍ମକ ପ୍ରଭାବ"ରୁ ସମସ୍ତଙ୍କ ଧ୍ୟନ ହଟାଇବା ପାଇଁ ଥିଲା। କାନାଡ଼ୀୟ ସାମଗ୍ରୀ ଉପରେ ଟ୍ରମ୍ପ

ଟ୍ରମ୍ପଙ୍କୁ ଟ୍ରୁଡୋଙ୍କ ଜବାବ: କାର୍ଲିଫନିଆ କାନାଡ଼ାକୁ ଦେଇ ଦିଅ

ଓଟ୍ଟାୱା: ଆମେରିକା ଭାବି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କାନାଡ଼ା ଦଖଲ ନେଇ ବାରମ୍ବାର କହୁଥିବା ବେଳେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏନେଇ ମୁହଁ ଖୋଲିଛନ୍ତି। ଯେତେବେଳେ ଟ୍ରମ୍ପ କାନାଡ଼ାକୁ ଆମେରିକାର ମିଶାଇବା କଥା କହିଥିଲେ ସେତେବେଳେ ସେ ତାଙ୍କୁ ଭର୍ମଣ୍ଟ କିମ୍ବା କାଲିଫର୍ନିଆ ଫେରାଇବାକୁ ମଜାରେ କହିଥିଲେ ବୋଲି ଟ୍ରୁଡୋ କହିଛନ୍ତି। 

ଗୁରୁବାର କାନାଡ଼ା ମିଡିଆ ଏମଏସଏନବିସିକୁ ପ୍ରତିକ୍ରିୟା ଦେଇ ଟ୍ରୁଡୋ ଟ୍ରମ୍ପଙ୍କ ସହିତ ଗତବର୍ଷ(୨୦୨୪) ନଭେମ୍ବରରେ ହୋଇଥିବା କଥା ମନେ ପକାଇଥିଲେ। ଭର୍ମଣ୍ଟ କିମ୍ବା କାଲିଫର୍ନିଆର କିଛି ଜାଗା ଅଦଳବଦଳ କରିପାରିବା ବୋଲି ଟ୍ରୁଡୋ ଟ୍ରମ୍ପଙ୍କୁ ମଜାକରେ କହିଥିଲେ ଓ ଟ୍ରମ୍ପ ମଧ୍ୟ ହସିଥିଲେ।

ଦୁଇ ନେତାଙ୍କ ମଧ୍ୟରେ ଏଭଳି କଥା ବେଳେ ଟ୍ରମ୍ପ ଟ୍ରୁଡୋଙ୍କୁ କହିଥିଲେ ଯେ ଯଦି ଶୁଳ୍କ ବଢ଼ାଇବା କଷ୍ଟ ଲାଗୁଛି ତେବେ କାନାଡ଼ାକୁ ଆମେରିକାର ୫୧ ରାଜ୍ୟ ଭାବେ ମିଶାଇ ଦେବା ଉଚିତ୍। ବର୍ତ୍ତମାନ ଏହି ପ୍ରସଙ୍ଗ ଗଣମାଧ୍ୟମରେ ପ୍ରବଳ ଚର୍ଚ୍ଚାର ବିଷୟ ପାଲଟିଛି। 

ଗୁରୁବାର ଆମେରିକୀୟ ଶିଳ୍ପପତିମାନଙ୍କ ସହ ଆଲୋଚନା କରି ଟ୍ରୁଡୋ କହିଥିଲେ ଯେ କାନାଡାକୁ ଆମେରିକାର ୫୧ତମ ରାଜ୍ୟ କରିବା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପରାମର୍ଶ କେବଳ ନିର୍ବାଚିତ ରାଷ୍ଟ୍ରପତିଙ୍କ ପ୍ରସ୍ତାବିତ ଶୁଳ୍କ ବୃଦ୍ଧିର "ନକାରାତ୍ମକ ପ୍ରଭାବ"ରୁ ସମସ୍ତଙ୍କ ଧ୍ୟନ ହଟାଇବା ପାଇଁ ଥିଲା। 

କାନାଡ଼ୀୟ ସାମଗ୍ରୀ ଉପରେ ଟ୍ରମ୍ପଙ୍କ ୨୫% ଶୁଳ୍କ ଲାଗୁ କରିବାର ଯୋଜନା ସମ୍ପର୍କରେ ଉଲ୍ଲେଖ କରି ଟ୍ରୁଡୋ କହିଛନ୍ତି ଯେ ଏହି ଆର୍ଥିକ ପଦକ୍ଷେପ ଉଭୟ ଅର୍ଥନୀତି ପାଇଁ କ୍ଷଦି ସାବ୍ୟସ୍ତ ହେବ। କାନାଡିୟ ଉତ୍ପାଦ ଏବଂ ସେବା ଆମେରିକୀୟ ନାଗରିକଙ୍କ ପାଇଁ ମହଙ୍ଗା ହୋଇଯିବ। ଯାହା ମୁଦ୍ରାସ୍ଫୀତିକୁ ଆହୁରି ବୃଦ୍ଧି କରିବ ବୋଲି ଟ୍ରୁଡୋ କହିଛନ୍ତି। ଏହା ଉଭୟ ଦେଶ ପାଇଁ ଖରାପ ହେବ ବୋଲି ଟ୍ରୁଡୋ କହିଥିବା ମିଡିଆରେ ଖବର ପ୍ରକାଶ ପାଇଛି।

ସୂଚନା ଥାଉକି ଗତ ମଙ୍ଗଳବାର ଟ୍ରମ୍ପ    

ମଙ୍ଗଳବାର ଦିନ, ଟ୍ରମ୍ପ କାନାଡାକୁ ଆମେରିକାର ୫୧ ତମ ପ୍ରଦେଶରେ ପରିଣତ କରିବା ପାଇଁ "ଅର୍ଥନୈତିକ ଶକ୍ତି" ବ୍ୟବହାର କରିବାକୁ ଧମକ ଦେଇଥିଲେ। ପୂର୍ବରୁ, ଟ୍ରମ୍ପ ଏହା ମଧ୍ୟ କହିଥିଲେ ଯେ ଓଟାୱା ସୀମା ସୁରକ୍ଷାକୁ ସୁଦୃଢ଼ ନ କଲେ ସେ ସମସ୍ତ କାନାଡା ଆମଦାନୀ ଉପରେ ଉଚ୍ଚ ଶୁଳ୍କ ଲାଗୁ କରିବେ। ଟ୍ରମ୍ପଙ୍କ ଧମକର ଜବାବ ଦେଇ, ଟ୍ରୁଡୋ ମଧ୍ୟ ଟ୍ୱିଟ୍ କରିଥିଲେ ଯେ କାନାଡା ଆମେରିକାରେ ଯୋଗଦେବା ଅସମ୍ଭବ ବୋଲି କହିଥିଲେ।