ଘର ଭିତରେ ସୁଡଙ୍ଗ, ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ମଦ କାରବାର

ଭୁବନେଶ୍ୱର ୨୩।୮: ରାଜଧାନୀରେ ସୁଡ଼ଙ୍ଗ ଭିତରେ ମଦ କାରବାର । ଘର ଭିତରେ ଏକ ସୁଡ଼ଙ୍ଗରେ ସିକ୍ରେଟ୍ ଚାମ୍ବର କରି ମଦ କାରବାର ଚାଲିଥିଲା । ସିକ୍ରେଟ ଚାମ୍ବର ଭିତରେ ତିଆରି ହେଉଥିଲା ଦେଶୀ ମଦ । ଚଢ଼ାଉ ବେଳେ ଅବକାରୀ ବିଭାଗ ଓ ପୋଲିସ ମଦ ଦେଖି ହୋଇଗଲା ଆଶ୍ଚର୍ଯ୍ୟ । ଭୁବନେଶ୍ବର ବିରବାସା ବସ୍ତିରେ ରହୁଥିବା କରୁଣାକର କିସ୍କୋଙ୍କ ଘରେ ଏଭଳି କାରବାର ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଉଭୟ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ମଦ ରେଡ୍ ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ମୈତ୍ରୀବିହାର ଥାନା ଅନ୍ତର୍ଗତ ବିରବାସା ବସ୍ତିରେ ପୋଲିସ ରେଡ୍ କରିଥିଲା । ବସ୍ତିରେ ରହୁଥିବା କରୁଣାକର କିସ୍କୋଙ୍କ ଘର ଭିତରେ ଘର ଆଉ ତା ଭିତରେ ସିକ୍ରେଟ୍ ଚାମ୍ବର କରି ଦେଶୀ ମଦ ତିଆରି ଓ ବେପାର କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ଘରେ ଥିବା ପୋଚ ନଷ୍ଟ କରିବା ସହ ମଦ ରାନ୍ଧିବା ଉପକରଣ ଜବତ କରାଯାଇଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।You Can Read:ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ 

ଘର ଭିତରେ ସୁଡଙ୍ଗ, ସିକ୍ରେଟ୍ ଚାମ୍ବରରେ ଚାଲିଥିଲା ମଦ କାରବାର

ଭୁବନେଶ୍ୱର ୨୩।୮: ରାଜଧାନୀରେ ସୁଡ଼ଙ୍ଗ ଭିତରେ ମଦ କାରବାର । ଘର ଭିତରେ ଏକ ସୁଡ଼ଙ୍ଗରେ ସିକ୍ରେଟ୍ ଚାମ୍ବର କରି ମଦ କାରବାର ଚାଲିଥିଲା । ସିକ୍ରେଟ ଚାମ୍ବର ଭିତରେ ତିଆରି ହେଉଥିଲା ଦେଶୀ ମଦ । ଚଢ଼ାଉ ବେଳେ ଅବକାରୀ ବିଭାଗ ଓ ପୋଲିସ ମଦ ଦେଖି ହୋଇଗଲା ଆଶ୍ଚର୍ଯ୍ୟ । ଭୁବନେଶ୍ବର ବିରବାସା ବସ୍ତିରେ ରହୁଥିବା କରୁଣାକର କିସ୍କୋଙ୍କ ଘରେ ଏଭଳି କାରବାର ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଉଭୟ ଅବକାରୀ ବିଭାଗ ଏବଂ କମିଶନରେଟ୍ ପୋଲିସ ପକ୍ଷରୁ ମଦ ରେଡ୍ ଜୋରଦାର ହୋଇଛି । ଏହି ପରିପ୍ରେକ୍ଷୀରେ ମୈତ୍ରୀବିହାର ଥାନା ଅନ୍ତର୍ଗତ ବିରବାସା ବସ୍ତିରେ ପୋଲିସ ରେଡ୍ କରିଥିଲା । ବସ୍ତିରେ ରହୁଥିବା କରୁଣାକର କିସ୍କୋଙ୍କ ଘର ଭିତରେ ଘର ଆଉ ତା ଭିତରେ ସିକ୍ରେଟ୍ ଚାମ୍ବର କରି ଦେଶୀ ମଦ ତିଆରି ଓ ବେପାର କରୁଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କ ଘରେ ଥିବା ପୋଚ ନଷ୍ଟ କରିବା ସହ ମଦ ରାନ୍ଧିବା ଉପକରଣ ଜବତ କରାଯାଇଛି । ଅଭିଯୁକ୍ତକୁ ପୋଲିସ ଅଟକ ରଖିଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି ।

You Can Read:

ରାଜ୍ୟରେ ସମ୍ପୂର୍ଣ୍ଣ ବନ୍ଦ ହେବ ଡ୍ୟାନ୍ସ ବାର୍, ସ୍କୁଲ-କଲେଜ-ମନ୍ଦିର ନିକଟରେ ରହିବନି ମଦ ଦୋକାନ : ଅବକାରୀ ମନ୍ତ୍ରୀ