ନଭେମ୍ବର ୧ରୁ ଅଲିଭ୍ରିଡ୍ଲେ କଇଁଛ କଟକଣା ଆରମ୍ଭ
ରାଜନଗର, ୩୦ା୧୦(ଭାସ୍କର ରାଉତରାୟ): ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍ ରିଡ୍ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ ତାରିଖରୁ ମେ ୩୧ ଯାଏ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ। ଗହୀରମଥା […] The post ନଭେମ୍ବର ୧ରୁ ଅଲିଭ୍ରିଡ୍ଲେ କଇଁଛ କଟକଣା ଆରମ୍ଭ appeared first on Dharitri Odia News.
ରାଜନଗର, ୩୦ା୧୦(ଭାସ୍କର ରାଉତରାୟ): ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍ ରିଡ୍ଲେଙ୍କ ଅନ୍ତୁଡ଼ିଶାଳ ଭାବେ ୧୪୩୭ ବର୍ଗ କି.ମି. ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଣରୁ ଦେବୀ ମୁହାଣ ଯାଏ ୧୬୦ କି.ମି. ପର୍ଯ୍ୟନ୍ତ ଲାଗିବ କଟକଣା। ନଭେମ୍ବର ୧ ତାରିଖରୁ ମେ ୩୧ ଯାଏ ୭ ମାସ ଧରି ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛଧରା ଓ ଟ୍ରଲର ଚଳାଚଳ ବନ୍ଦ ରହିବ। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସମ୍ପୂର୍ଣ୍ଣ ନିଷେଧାଜ୍ଞା ଥିବାବେଳେ କଇଁଛ ଋତୁ ନିମନ୍ତେ ମତ୍ସ୍ୟ ବିଭାଗ ପକ୍ଷରୁ ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ସମୁଦ୍ରକୂଳଠାରୁ ୨୦କି.ମି. ଯାଏ ଯନ୍ତ୍ରଚାଳିତ ଟ୍ରଲର, ବୋଟ୍, ଭୁଟୁଭୁଟି ଚଳାଚଳ ବନ୍ଦ ସହ ମାଛଧରା ଉପରେ କଟକଣା ଜାରି କରାଯାଇଛି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏଥିସହ ଏହି ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ସୁରକ୍ଷା ପାଇଁ ବାବୁବାଲି ଓ ଅଗରନାସୀରେ ଦୁଇଟି ଅଫିସର କ୍ୟାମ୍ପ କରାଯାଇଥିବା ବେଳେ ନଭେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ଏକକୂଳା, ସାତଭାୟା, ଜଉଦିଆ, ଦୋବନ୍ଧି, ଶାସନପେଟା, ତାଲଙ୍ଗ, ଜଟାଧାର, ଷଣ୍ଢକୁଦ ୧, ୨, ହାୱାଖାନା, ରାମତାରା ଓ ବନ୍ଦର ଆଦି ୧୪ଟି ସ୍ଥାନରେ ଟର୍ଟଲ୍ ପ୍ରୋଟେକ୍ସନ୍ କ୍ୟାମ୍ପ କରାଯିବ। ଅଫିସର କ୍ୟାମ୍ପରେ ୫ ଜଣ ଲେଖାଏ କର୍ମଚାରୀ ଓ ଅନ୍ୟ ୧୪ଟି ଟର୍ଟଲ ପ୍ରୋଟେକ୍ସନ କ୍ୟାମ୍ପରେ ୩ ଜଣ ଲେଖାଏ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ଏହାବାଦ ବାବୁବାଲି ଓ ଶାସନପେଟାରେ ଗୋଟିଏ ସେକ୍ସନ୍ ଲେଖାଏ ଏପିଆର୍ ଫୋର୍ସ ମୁତୟନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କୁ ଜଳଦସ୍ୟୁ ଓ ମାଛ ମାଫିଆଙ୍କ କବଳରୁ ରକ୍ଷା କରିବା ଓ ବେଆଇନ ଟ୍ରଲର ଚଳାଚଳ ଉପରେ ଅଙ୍କୁଶ ରଖିବା ପାଇଁ ବନ ବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ୍ ପୋଲିସ, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ।
The post ନଭେମ୍ବର ୧ରୁ ଅଲିଭ୍ରିଡ୍ଲେ କଇଁଛ କଟକଣା ଆରମ୍ଭ appeared first on Dharitri Odia News.