ଆଜି ବିଶ୍ୱ ଯୋଗ ଦିବସ

କଟକ,୨୧।୬(ଶିଳ୍ପା ପ୍ରିୟଦର୍ଶିନୀ): ଜୀବନ ତମାମ୍‌ ସୁସ୍ଥ ଶରୀର ଗଠନ କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ଶନିବାର ବିଶ୍ୱ ଯୋଗ ଦିବସ ରହିଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ସହରରେ ଥିବା ଯୋଗ କେନ୍ଦ୍ର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଓଡ଼ିଶା ୱାଚିଂ ଆସୋସିଏଶନ ପକ୍ଷରୁ ଶୁକ୍ରବାର ମହାନଦୀ ଜଳରାଶିରେ ଅର୍ନ୍ତଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ଆସୋସିଏଶନ […] The post ଆଜି ବିଶ୍ୱ ଯୋଗ ଦିବସ appeared first on Dharitri Odia News.

ଆଜି ବିଶ୍ୱ ଯୋଗ ଦିବସ

କଟକ,୨୧।୬(ଶିଳ୍ପା ପ୍ରିୟଦର୍ଶିନୀ): ଜୀବନ ତମାମ୍‌ ସୁସ୍ଥ ଶରୀର ଗଠନ କରିବାରେ ଯୋଗ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଆସୁଛି। ଶନିବାର ବିଶ୍ୱ ଯୋଗ ଦିବସ ରହିଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ସହରରେ ଥିବା ଯୋଗ କେନ୍ଦ୍ର ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଯୋଗ ଦିବସ ନେଇ ସ୍ବତନ୍ତ୍ର ଆୟୋଜନ କରାଯାଇଛି। ଓଡ଼ିଶା ୱାଚିଂ ଆସୋସିଏଶନ ପକ୍ଷରୁ ଶୁକ୍ରବାର ମହାନଦୀ ଜଳରାଶିରେ ଅର୍ନ୍ତଜାତୀୟ ସ୍କୁବା ଡାଇଭର ସବୀର ବକ୍ସଙ୍କ ନେତୃତ୍ୱରେ ବିଶ୍ୱ ଯୋଗ ଦିବସ ପାଳନ ହୋଇଯାଇଛି। ଆସୋସିଏଶନ ସଦସ୍ୟମାନେ ଗଭୀର ଜଳରାଶିରେ ବିିଭିନ୍ନ ଯୋଗ ପରିବେଷଣ କରିଥିଲେ।

ସମସ୍ତେ ଯୋଗ କରିବା ଆବଶ୍ୟକ
ଏଠାରେ ଯୋଗ ତାଲିମ ଗ୍ରହଣ କରି ଏବେ ପିଲାଙ୍କୁ ତାଲିମ ଦେଉଛି। ଯୋଗ ଶରୀରକୁ ସୁସ୍ଥ ରଖିଥାଏ। ସୁସ୍ଥ ଶରୀର ଗଠନରେ ଏହାର ଗୁରୁତ୍ୱ ଅଧିକ। ସମସ୍ତେ ଯୋଗ କରିବା ଆବଶ୍ୟକ।
-ଦେବାଶିଷ ହାଲଦାର, ଟ୍ରେନ୍‌ର,
ବାରବାଟୀ ଯୋଗ ଆସୋସିଏଶନ
୧୫ ଦିନ ହେବ ଜଳରାଶିରେ ଅଭ୍ୟାସ ଚାଲିଥିଲା
ଓଡ଼ିଶା ୱାଚିଂ ଆସୋସିଏଶନ ପକ୍ଷରୁ ଯୋଗ ଦିବସ ଅବସରରେ ମହାନଦୀରେ ଯୋଗାସନ କରାଯାଇଛି। ଆଜିକୁ ୧୫ ଦିନ ହେବ ଜଳରାଶିରେ ଅଭ୍ୟାସ କରାଯାଇଥିଲା। ଶୁକ୍ରବାର ପ୍ରାୟ ୮ ପ୍ରକାରର ଯୋଗାସନ ୨୦ ମିନିଟ୍‌ ଧରି ମହାନଦୀ ଜଳରାଶିରେ ପରିବେଷଣ କରାଯାଇଥିଲା ।
-ସବୀର ବକ୍ସ, ପ୍ରତିଷ୍ଠାତା,
ଓଡ଼ିଶା ୱାଚିଂ ଆସୋସିଏଶନ
ଯୋଗ ଶିଖିବାକୁ ମହିଳାମାନେ ଅଧିକ ଆଗ୍ରହୀ
ପୁରୁଷଙ୍କ ଅପେକ୍ଷା ମହିଳା ବେଶି ଯୋଗ କରିବା ନେଇ ଆଗ୍ରହ ପ୍ରକାଶ କରିଥାନ୍ତି। ଆଜକୁ ୧୧ ବର୍ଷ ହେବ ଯୋଗ ଶିକ୍ଷା ଦେଇଆସୁଛି। ଯୋଗ ଦ୍ୱାରା ଶରୀର ଓ ମନ ମଧ୍ୟରେ ସନ୍ତୁଳନ ଆସିଥାଏ ଏବଂ ସୁସ୍ଥ ଶରୀର ଗଠନ କରିବାରେ ସହାୟକ ହୋଇଥାଏ।
-ସାଗରିକା ଜେନା, ଯୋଗଗୁରୁ,
ସାଇ ତ୍ରିନାଥ ନୀଳଚକ୍ର ଯୋଗ ସମିତି
ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ
ଯୋଗ କରିବା ଦ୍ୱାରା ମଣିଷ ରୋଗମୁକ୍ତ ହୋଇଥାଏ। ଯୋଗକୁ ଜୀବନଶୈଳୀ ଭାବେ ଗ୍ରହଣ କରିବା ଆବଶ୍ୟକ। ଏପରିକି ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧା ବୟସ୍କ ପର୍ଯ୍ୟନ୍ତ ଏହା କରିବା ଜରୁରୀ ରହିଛି। ସମସ୍ତ ଅନୁଷ୍ଠାନରେ ଯୋଗକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକ ରହିଛି।
-ରିଙ୍କୁ ଟଙ୍କ୍‌, ଯୋଗ ଗୁରୁ

The post ଆଜି ବିଶ୍ୱ ଯୋଗ ଦିବସ appeared first on Dharitri Odia News.