ନବ ବିବାହିତା ଝିଅଙ୍କ ମିଳିଲା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପା
ଘଣ୍ଟାପଡ଼ା,୩।୬(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା ଘଣ୍ଟାପଡା ଥାନା କୁଳୁତାଜୋର ପଞ୍ଚାୟତ ଅଧୀନ ବରପଦର ଗ୍ରାମର ପୂର୍ଣ୍ଣ ରଣାଙ୍କ ବିବାହିତ ଝିଅ ଜୟନ୍ତୀ(୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା। ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଘାପାଲି ଗ୍ରାମର ଗିଲେଶ୍ୱର ରଣା(୨୩)ଙ୍କ ସହିତ ସାମାଜିକ ରୀତିନୀତି ଅନୁଯାୟୀ ଚଳିତବର୍ଷ ଫେବୃଆରୀ ୧୮ତାରିଖରେ ଜୟନ୍ତୀଙ୍କ ବିବାହ ହୋଇଥିଲା। ସୋମବାର ପ୍ରାୟ ୯ଟାରେ ସ୍ବାମୀ, ସ୍ତ୍ରୀ ଦୁହେଁ ବରପଦର ଆସିଥିଲେ। ସେମାନେ ପହଞ୍ଚିବା […] The post ନବ ବିବାହିତା ଝିଅଙ୍କ ମିଳିଲା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.
ଘଣ୍ଟାପଡ଼ା,୩।୬(ପ୍ରଭାତ କୁମାର ସାହୁ): ବୌଦ୍ଧ ଜିଲା ଘଣ୍ଟାପଡା ଥାନା କୁଳୁତାଜୋର ପଞ୍ଚାୟତ ଅଧୀନ ବରପଦର ଗ୍ରାମର ପୂର୍ଣ୍ଣ ରଣାଙ୍କ ବିବାହିତ ଝିଅ ଜୟନ୍ତୀ(୨୧)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ବାପା।
ବଲାଙ୍ଗୀର ଜିଲା ଲୋଇସିଂହା ଥାନା ବଘାପାଲି ଗ୍ରାମର ଗିଲେଶ୍ୱର ରଣା(୨୩)ଙ୍କ ସହିତ ସାମାଜିକ ରୀତିନୀତି ଅନୁଯାୟୀ ଚଳିତବର୍ଷ ଫେବୃଆରୀ ୧୮ତାରିଖରେ ଜୟନ୍ତୀଙ୍କ ବିବାହ ହୋଇଥିଲା। ସୋମବାର ପ୍ରାୟ ୯ଟାରେ ସ୍ବାମୀ, ସ୍ତ୍ରୀ ଦୁହେଁ ବରପଦର ଆସିଥିଲେ। ସେମାନେ ପହଞ୍ଚିବା ପୂର୍ବରୁ ଝିଅର ମା’ ଜାଳେଣି କାଠ ପାଇଁ ଜଙ୍ଗଲକୁ ଯାଇଥିଲେ ଓ ବାପା ମିସ୍ତ୍ରୀ କାମ ପାଇଁ ବାଲନ୍ଦାପଡା ଯାଇଥିଲେ। ଘରେ କେବଳ ଆଠ ବର୍ଷର ଜଣେ ନାବାଳିକା ଝିଅ ଥିଲେ। ପାଖାପାଖି ୧୧ଟାରେ କୌଣସି କାରଣକୁ ନେଇ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଛୋଟ ଝିଅକୁ ବାହାରକୁ ପଠାଇ ଦେଇ ଘର କବାଟ ଦେଇଥିଲେ l ଯେତେ ଡାକିବାରୁ ଭିତର ପଟରୁ ଉତ୍ତର ଆସି ନ ଥିଲା। ଫଳରେ ପଡୋଶୀମାନେ ଆସି ଛାତ ପଟୁ ଭିତରୁ ଯାଇ ଦେଖିବାରୁ ଛାତର ହୁକରେ ଏକ ଶାଢୀରେ ଜୟନ୍ତୀଙ୍କ ମୃତଦେହ ଝୁଲୁଛି। ଘର ଭିତରେ କିଛି ଭଙ୍ଗା ଚୁଡ଼ି ଓ ଏକ ହାତ ଘଣ୍ଟା ପଡିଥିବାରୁ ଏହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି ପରିବାର। ଗିଲେଶ୍ୱର ଛାତ ଡେଇଁ ପଳାଇଥିବା ମଧ୍ୟ କିଛି ବ୍ୟକ୍ତି ଦେଖୁଥିବା ଜଣା ପଡିଛି। ଝିଅ ବାପା ଏନେଇ ଘଣ୍ଟାପଡା ଥାନାରେ ଏତଲା ଦେବାପରେ ପୋଲିସ ଓ ତଦନ୍ତକାରୀ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି। ଫୋନ ନମ୍ବରକୁ ଟ୍ରାକ କରି ପୋଲିସ ଗିଲେଶ୍ୱରଙ୍କୁ ଧରି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ତଥ୍ୟ ଜଣାପଡିବ ବୋଲି ଥାନା ଅଧିକାରୀ ମାଧବ ଚନ୍ଦ୍ର ଟାକ୍ରି ସୂଚନା ଦେଇଛନ୍ତି l
The post ନବ ବିବାହିତା ଝିଅଙ୍କ ମିଳିଲା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.