‘ଜୀବନରୁ ମାରିଦେବୁ’,୧୦ ବର୍ଷୀୟ ଆଧ୍ୟାତ୍ମିକ ବକ୍ତା ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ

ନୂଆଦିଲ୍ଲୀ: ଭାରତର ସବୁଠୁ କମ ବୟସର ଆଧ୍ୟାତ୍ମିକ ବକ୍ତା ଦାବି କରୁଥିବା ୧୦ ବର୍ଷର ବାଳକ ଅଭିନବ ଆରୋରାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଧମକ ମିଳିଛି। ସ୍ଵୟଂଭୁ ‘ବାଲ ସନ୍ଥ ବାବା’ଙ୍କ ପରିବାର ଦାବି କରିଛନ୍ତି ଯେ, ପ୍ରଥମେ ତାଙ୍କୁ ରାତିରେ ଗ୍ୟାଙ୍ଗ ପକ୍ଷରୁ ଏକ ମିସ୍ କଲ୍ ଆସିଲା ଏବଂ ପରବର୍ତ୍ତୀ ସନ୍ଧ୍ୟାରେ ଅଭିନବଙ୍କୁ ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ ମେସେଜ ମିଳିଲା। ଅଭିନବଙ୍କ ମାଆ ଜ୍ୟୋତି ଆରୋରା ଏହା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ତାଙ୍କୁ ପୁଅ ସେମିତି କିଛି ଭୁଲ୍ କରି ନାହିଁ ଯେ ତାଙ୍କୁ ଏମିତି ଧମକ ମିଳୁଛି। Also read: ‘ରାମାୟଣ’ର ସୁଟିଂ ପୂରା, ଲକ୍ଷ୍ମଣଙ୍କଠୁ ନେଇ ଦଶରଥ ପର୍ଯ୍ୟନ୍ତ, ସାମ୍ନାକୁ ଆସିଲା ଷ୍ଟାରକାଷ୍ଟଙ୍କ ନାଁଏଏନଆଇରେ ଅଭିନବଙ୍କ ମାଆ ଭିଡିଓ ସେୟାର କରି ଲେଖିଛନ୍ତି, ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ତାଙ୍କ ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ସୋସିଆଲ ମିଡିଆ ଜରିଆରେ ଆମର ସାମାଜିକ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ଓ ଏହି ଅପପ୍ରଚାର ଏକ ମାସ ଧରି ଚାଲି ଆସିଛି। ସେ କହିଛନ୍ତି, ଅଭିନବ ସେମିତି କିଛି ଭୁଲ୍ କରି ନାହିଁ ଯଦ୍ଵାରା ଆମକୁ ଧମକ ଦିଆଯିବ। ଆମ ପିଲାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଉଛି। ଅଭିନବ ନିଜ ଭକ୍ତି ବ୍ୟତୀତ ଆଉ କିଛି ଭୁଲ୍ କରି ନାହିଁ, ଯେଉଁଥିପାଇଁ ତାକୁ ଏତେ ନିର୍ଯ୍ୟାତନା ସହିବାକୁ ପଡ଼ିବ। ନିକଟରେ ମିଳିଥିବା ଧମକକୁ ମନେ ପ

‘ଜୀବନରୁ ମାରିଦେବୁ’,୧୦ ବର୍ଷୀୟ ଆଧ୍ୟାତ୍ମିକ ବକ୍ତା ଅଭିନବଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ଧମକ

ନୂଆଦିଲ୍ଲୀ: ଭାରତର ସବୁଠୁ କମ ବୟସର ଆଧ୍ୟାତ୍ମିକ ବକ୍ତା ଦାବି କରୁଥିବା ୧୦ ବର୍ଷର ବାଳକ ଅଭିନବ ଆରୋରାଙ୍କୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ତରଫରୁ ଧମକ ମିଳିଛି। ସ୍ଵୟଂଭୁ ‘ବାଲ ସନ୍ଥ ବାବା’ଙ୍କ ପରିବାର ଦାବି କରିଛନ୍ତି ଯେ, ପ୍ରଥମେ ତାଙ୍କୁ ରାତିରେ ଗ୍ୟାଙ୍ଗ ପକ୍ଷରୁ ଏକ ମିସ୍ କଲ୍ ଆସିଲା ଏବଂ ପରବର୍ତ୍ତୀ ସନ୍ଧ୍ୟାରେ ଅଭିନବଙ୍କୁ ଜୀବନରେ ମାରି ଦେବାକୁ ଧମକପୂର୍ଣ୍ଣ ମେସେଜ ମିଳିଲା। ଅଭିନବଙ୍କ ମାଆ ଜ୍ୟୋତି ଆରୋରା ଏହା ଉପରେ ଦୁଃଖ ପ୍ରକାଶ କରି କହିଛନ୍ତି, ତାଙ୍କୁ ପୁଅ ସେମିତି କିଛି ଭୁଲ୍ କରି ନାହିଁ ଯେ ତାଙ୍କୁ ଏମିତି ଧମକ ମିଳୁଛି। 

Also read: ‘ରାମାୟଣ’ର ସୁଟିଂ ପୂରା, ଲକ୍ଷ୍ମଣଙ୍କଠୁ ନେଇ ଦଶରଥ ପର୍ଯ୍ୟନ୍ତ, ସାମ୍ନାକୁ ଆସିଲା ଷ୍ଟାରକାଷ୍ଟଙ୍କ ନାଁ

ଏଏନଆଇରେ ଅଭିନବଙ୍କ ମାଆ ଭିଡିଓ ସେୟାର କରି ଲେଖିଛନ୍ତି, ଲରେନ୍ସ ବିଷ୍ଣୋଇଙ୍କ ଗ୍ୟାଙ୍ଗ ତାଙ୍କ ପୁଅକୁ ଜୀବନରେ ମାରି ଦେବାକୁ ଧମକ ଦେଉଛନ୍ତି। ସୋସିଆଲ ମିଡିଆ ଜରିଆରେ ଆମର ସାମାଜିକ ହତ୍ୟା କରିବାକୁ ଉଦ୍ୟମ କରାଯାଇଛି ଓ ଏହି ଅପପ୍ରଚାର ଏକ ମାସ ଧରି ଚାଲି ଆସିଛି। ସେ କହିଛନ୍ତି, ଅଭିନବ ସେମିତି କିଛି ଭୁଲ୍ କରି ନାହିଁ ଯଦ୍ଵାରା ଆମକୁ ଧମକ ଦିଆଯିବ। ଆମ ପିଲାଙ୍କୁ ମାରି ଦିଆଯିବ ବୋଲି ଧମକ ଦିଆଯାଉଛି। ଅଭିନବ ନିଜ ଭକ୍ତି ବ୍ୟତୀତ ଆଉ କିଛି ଭୁଲ୍ କରି ନାହିଁ, ଯେଉଁଥିପାଇଁ ତାକୁ ଏତେ ନିର୍ଯ୍ୟାତନା ସହିବାକୁ ପଡ଼ିବ। 

ନିକଟରେ ମିଳିଥିବା ଧମକକୁ ମନେ ପକାଇ ଜ୍ୟୋତି କହିଛନ୍ତି, ପାଖାପାଖି ୩ଟା ୩୦ରୁ ୩ଟା ୪୫ ମଧ୍ୟରେ ଆମକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ହ୍ଵାଟ୍ସଆପ୍‌ରେ ଏକ ମେସେଜ ମିଳିଥିଲା, ଯେଉଁଥିରେ ଅଭିନବଙ୍କୁ  ଜୀବନରେ ମାରି ଦେବାକୁ ଧମକ ଦିଆଯାଇଛି। ସେ ଦାବି କରିଛନ୍ତି, ଗତକାଲି ରାତି ପ୍ରାୟ ୮ଟାରେ ଏକ କଲ୍ ଆସିଥିଲା। ଦିନ ସାରା ଏତେ କଲ୍ ଆସିଥିଲା ଯେ, ଆମେ କୌଣସି ଉଠାଇବା ସ୍ଥିତିରେ ନ ଥିଲୁ। ଆଉ ସେହି ନମ୍ବରରୁ ହିଁ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା।

କିଏ ଏହି ଅଭିନବ ଆରୋରା ?

ଅଭିନବ ଆରୋରା ଦିଲ୍ଲୀର ଜଣେ ଆଧ୍ୟାତ୍ମିକ କଣ୍ଟେଟ୍ କ୍ରିଏଟର। ତାଙ୍କର ଆଧ୍ୟାତ୍ମିକ ଯାତ୍ରା ତିନି ବର୍ଷ ବୟସରୁ ଆରମ୍ଭ ହୋଇଥିଲା ବୋଲି ପରିବାର ଲୋକେ ଦାବି କରନ୍ତି। ଅଭିନବଙ୍କ ଅନୁସାରେ, ତାଙ୍କର ଦିନର ଆରମ୍ଭ ଭୋର ୩ଟା ୩୦ରେ ଆରମ୍ଭ ହୋଇଥାଏ। ସେ ବ୍ରହ୍ମ ମୁହୂର୍ତ୍ତରେ ଉଠି ମାଳା ଜପ କରନ୍ତି। ସକାଳ ୪ଟାରେ ସେ ଘରେ ପୂଜା କରନ୍ତି। ଏହା ପରେ ସେ ତୁଳସୀ ଚଉଁରା ପରିକ୍ରମା କରନ୍ତି। ସକାଳ ୬ଟା ୩୦ରେ ବାଲ ଗୋପାଳଙ୍କୁ ଭୋଗ ଚଢାଇଥାନ୍ତି। ନିଜର ଆଧ୍ୟାତ୍ମିକ ଦିନଚର୍ଯ୍ୟା ବ୍ୟତୀତ ଆରୋରା ଦିଲ୍ଲୀରେ ସ୍କୁଲ ଯାଇଥାନ୍ତି।