ଡିଭାଇଡରକୁ ଧକ୍କା ପରେ ଓଲଟିଲା କାର୍, ଚାଲିଗଲା ଦୁଇ ଯାତ୍ରୀଙ୍କ ଜୀବନ
ସମ୍ବଲପୁର ୨୫।୦୫ : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଲଡ଼ୁଖାଇ ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ଅନୁଯାୟୀ, ରାତି ପ୍ରାୟ ୧୧ଟା ହେବ କାରରେ ୪ ଜଣ ଯାତ୍ରୀ ସମ୍ବଲପୁରରୁ ଗୋଡ଼ଭଗା ଅଭିମୁଖେ ଫେରୁଥିଲେ। ହେଲେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତା ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡିଥିଲା । ଏହି ସମୟରେ ଏକ ଟ୍ରକ ଶହ ପିଟି ହୋଇଯାଇଥିଲା l ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ମୃତାହତ ହେଲେ ଗୋଡଭଗା ଅଞ୍ଚଳର ମନୀଷ ଯାଦବ, ସୁବ୍ରତ ସାହୁ, ସୌରଭ ଗୁପ୍ତା ଏବଂ ଆକାଶ ପଟ୍ଟନାୟକ ଗାଡିରେ ଥିଲେ।
ସମ୍ବଲପୁର ୨୫।୦୫ : ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ ଲଡ଼ୁଖାଇ ନିକଟରେ କାର ଦୁର୍ଘଟଣାଗ୍ରସ୍ତ । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଥିବା ଜଣାପଡିଛି l ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ରାତି ପ୍ରାୟ ୧୧ଟା ହେବ କାରରେ ୪ ଜଣ ଯାତ୍ରୀ ସମ୍ବଲପୁରରୁ ଗୋଡ଼ଭଗା ଅଭିମୁଖେ ଫେରୁଥିଲେ। ହେଲେ ଲଡୁଖାଇ ନିକଟରେ ଭାରସାମ୍ୟ ହରାଇ କାରଟି ରାସ୍ତା ଡିଭାଇଡର ସହ ଧକ୍କା ହୋଇ ଓଲଟି ପଡିଥିଲା । ଏହି ସମୟରେ ଏକ ଟ୍ରକ ଶହ ପିଟି ହୋଇଯାଇଥିଲା l ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି l ମୃତାହତ ହେଲେ ଗୋଡଭଗା ଅଞ୍ଚଳର ମନୀଷ ଯାଦବ, ସୁବ୍ରତ ସାହୁ, ସୌରଭ ଗୁପ୍ତା ଏବଂ ଆକାଶ ପଟ୍ଟନାୟକ ଗାଡିରେ ଥିଲେ।