ଆଜି ଲେଉଟିବ ଅଣଲେଉଟା ରଥ, ଅପରାହ୍ନ ସାଢ଼େ ୩ଟାରେ ରୁକୁଣା ରଥଟଣା

ଭୁବନେଶ୍ୱର : ଆଶୋକାଷ୍ଟମୀଠାରୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିବା ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ଦୋଳଗୋବିନ୍ଦ ଆଜି ଦେବଦଳନ ରଥରେ ବସି ଲେଉଟି ଆସିବେ ସ୍ୱର୍ଣ୍ଣାଦ୍ରୀକୁ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା। ଅର୍ଥାତ୍‌‌ ବିନା ମୋଡରେ ରଥ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣ ମୋଡ଼ ହେଉଥିବା ବେଳେ ରୁକୁଣା ରଥ କୌଣସି ମୋଡ ନେଇ ନ ଥାଏ। ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ। […]

ଆଜି ଲେଉଟିବ ଅଣଲେଉଟା ରଥ, ଅପରାହ୍ନ ସାଢ଼େ ୩ଟାରେ ରୁକୁଣା ରଥଟଣା
Rukuna Rath Yatra

ଭୁବନେଶ୍ୱର : ଆଶୋକାଷ୍ଟମୀଠାରୁ ରାମେଶ୍ୱର ମନ୍ଦିରକୁ ଯାତ୍ରା କରିଥିବା ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ଦୋଳଗୋବିନ୍ଦ ଆଜି ଦେବଦଳନ ରଥରେ ବସି ଲେଉଟି ଆସିବେ ସ୍ୱର୍ଣ୍ଣାଦ୍ରୀକୁ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣ ଲେଉଟା। ଅର୍ଥାତ୍‌‌ ବିନା ମୋଡରେ ରଥ ଫେରିଥାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଦକ୍ଷିଣ ମୋଡ଼ ହେଉଥିବା ବେଳେ ରୁକୁଣା ରଥ କୌଣସି ମୋଡ ନେଇ ନ ଥାଏ। ଏଥିପାଇଁ ଏହାକୁ ଅଣଲେଉଟା କୁହାଯାଏ। ବିଧି ଅନୁସାରେ ରଥର ପଛପଟ ଦ୍ୱାର ଖୋଲାଯାଏ। ଏହି ଦ୍ୱାରରେ ସାରଥି ବ୍ରହ୍ମା, ଚାରି ଅଶ୍ୱ ଓ ଇଶଙ୍କୁ ଆଗରୁ ଆଣି ନୂତନ ପଟ ଦ୍ୱାରରେ ଲଗାଯାଏ ସେହିପରି ସିଂହାସନ ପ୍ରଭାଙ୍କୁ ମଧ୍ୟ ବୁଲାଇ ଦିଆଯାଇଥାଏ। ଏଥିସହିତ ନୂତନ ପଟ ଦ୍ୱାରରେ ଚାରମାଳ ବନ୍ଧାଯାଇଥାଏ। ଯାହାଫଳରେ ଠାକୁରମାନେ ଏହି ନୂତନ ଦ୍ୱାରରେ ପହଣ୍ଡି ହୋଇ ରଥ ଉପରକୁ ଆସିଥାନ୍ତି।

ବୁଧବାର ଭୋର ୬.୩୦ରେ ମଙ୍ଗଳଆଳତୀ ଓ ଅବକାଶ, ୮.୩୦ମିନିଟ୍‌‌ରେ ରୋଷ ହୋମ, ପାକ କାର୍ଯ୍ୟ, ୬.୩୦ରୁ ୯.୩୦ ମିନିଟ୍‌‌ ପର୍ଯ୍ୟନ୍ତ ସାହାଣ ମେଲା, ୯.୩୦ ରୁ ୧୦ଟା ଛାମୁ ପରିଷ୍କାର, ୧୦ ଟାରୁ ୧୦.୩୦ ମହାସ୍ନାନ, ସୂର୍ଯ୍ୟ ପୂଜା, ଦ୍ୱାର ପାଳ ପୂଜା, ୧୦ଟା ୩୦ ରୁ ୧୧.୩୦ ଶ୍ରୀ ଭୁବନେଶ୍ୱରୀଙ୍କ ସକାଳ ଧୂପ, ୧୧.୩୦ ରୁ ୧୨.୩୦ ଭୋଗ ମଣ୍ଡପ ଅନୁଷ୍ଠିତ ହେବ। ମଧ୍ୟାହ୍ନ ୧୨.୩୦ ରୁ ୧.୩୦ ଅଧର ପଣା ପୂଜା, ଅପରାହ୍ଣ ୧.୩୦ ରୁ ୩.୦୦ ଟା ପହଣ୍ଡି, ଅପରାହ୍ଣ ୩.୩୦ ରୁ ରୁକୁଣା ରଥଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।