ରେରା ଆଇନରେ ହେବ ପରିବର୍ତ୍ତନ : ରାଜସ୍ଵ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରେରା ଆଇନରେ ହେବ ପରିବର୍ତ୍ତନ। ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି... The post ରେରା ଆଇନରେ ହେବ ପରିବର୍ତ୍ତନ : ରାଜସ୍ଵ ମନ୍ତ୍ରୀ appeared first on .

ରେରା ଆଇନରେ ହେବ ପରିବର୍ତ୍ତନ : ରାଜସ୍ଵ ମନ୍ତ୍ରୀ

ନନ୍ଦିଘୋଷ ବ୍ୟୁରୋ: ରେରା ଆଇନରେ ହେବ ପରିବର୍ତ୍ତନ। ଆଲୋଚନା ପରେ ନିଆଯିବ ନିଷ୍ପତ୍ତି। ଅସୁବିଧା ସମୟରେ ସମସ୍ତ ଜମି ବିକ୍ରି କରିବାର ଆବଶ୍ଯକତା ନାହିଁ। ଜମିର କିଛି ଭାଗ ମଧ୍ୟ ବିକ୍ରି କରି ହେବ। ଏହି ସୂଚନା ଦେଇଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ଆଜି ସମ୍ବଲପୁରରେ ଡିଏସଆର୍ ଅଫିସ ପରିଦର୍ଶନ କରିଛନ୍ତି। ଏହି ସମୟରେ ସୁରେଶ ପୂଜାରୀ କହିଛନ୍ତି, କାମ ନ ଥାଇ ବାରମ୍ବାର ଅଫିସକୁ ଆସିଲେ ଦଲାଲ ବୋଲି ଧରାଯିବ | ସିସିଟିଭି ଫୁଟେଜ ଆଧାରରେ ଫଟୋ ଚିହ୍ନଟ କରି ଡିଏସଆର୍ ଅଫିସ କାନ୍ଥରେ ଲଗାଯିବ। ମନ୍ଦ ଉଦ୍ଦେଶ୍ୟ ରଖି ସେବା ଦେବାରେ ଅବହେଳା କଲେ ଓ ପ୍ରମାଣ ମିଳିଲେ ତୁରନ୍ତ କାର୍ଯ୍ଯାନୁଷ୍ଠାନ ହେବ । ଲୋକଙ୍କୁ ରାଜସ୍ବ ସେବା ଦେବାରେ ଅବହେଳା କଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଅଧିକାରୀମାନଙ୍କୁ ମଧ୍ଯ ସେ ତାଗିଦ୍ କରି ଜନ ସାଧାରଣଙ୍କ ସମସ୍ଯା ଓ ଅଭିଯୋଗ ଶୁଣିଛନ୍ତି।

The post ରେରା ଆଇନରେ ହେବ ପରିବର୍ତ୍ତନ : ରାଜସ୍ଵ ମନ୍ତ୍ରୀ appeared first on .