କନ୍ଦମୂଳ ଖାଉଥିଲେ…
ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍ ବି୬, ସି, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଦୃଷ୍ଟିଶକ୍ତି ବି ବୃଦ୍ଧି ପାଇଥାଏ। ଏଥିରେ ଫାଇବର୍ ରହୁଥିବାରୁ କୋଲେଷ୍ଟ୍ରଲ୍କୁ କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବ୍ଲଡ୍ ପ୍ରେଶର୍କୁ ନିୟନ୍ତ୍ରଣରେ […] The post କନ୍ଦମୂଳ ଖାଉଥିଲେ… appeared first on Dharitri Odia News.
ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍ ଉପକାରୀ ମଧ୍ୟ ହୋଇଥାଏ। କାରଣ ଏଥିରେ ଭରିରହିଥାଏ ଭିଟାମିନ୍ ବି୬, ସି, ମିନେରାଲ୍ସ ଓ ଆଣ୍ଟି ଅକ୍ସିଡାଣ୍ଟ ଇତ୍ୟାଦି। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଆଖି ଭଲ ରହିଥାଏ। ଦୃଷ୍ଟିଶକ୍ତି ବି ବୃଦ୍ଧି ପାଇଥାଏ। ଏଥିରେ ଫାଇବର୍ ରହୁଥିବାରୁ କୋଲେଷ୍ଟ୍ରଲ୍କୁ କମ୍ କରିବାରେ ମଧ୍ୟ ଏହା ସହାୟକ ହୋଇଥାଏ। ବ୍ଲଡ୍ ପ୍ରେଶର୍କୁ ନିୟନ୍ତ୍ରଣରେ ରଖିବାରେ ବି ଏହା ବେଶ୍ ସାହାଯ୍ୟ କରିଥାଏ। ଶରୀରରେ ଆଇରନ୍ର ମାତ୍ରା କମ୍ ରହୁଥିଲେ କନ୍ଦମୂଳର ସେବନ ଲାଭଦାୟକ ହୋଇଥାଏ। କୁହାଯାଏ, କନ୍ଦମୂଳ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। ସେହିପରି ପାଚନ କ୍ର୍ରିୟାକୁ ସକ୍ରିୟ କରିବାରେ ବି କନ୍ଦମୂଳର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥାଏ। ଏହା କୋଷ୍ଠକାଠିନ୍ୟ ସମସ୍ୟାରୁ ବି ଅନେକାଂଶରେ ମୁକ୍ତି ଦେଇଥାଏ। ଖାସ୍କରି ଛୋଟପିଲାଙ୍କୁ କନ୍ଦମୂଳ ଖାଇବା ଦେବା ବେଶ୍ ଉପକାରୀ ହୋଇଥାଏ।
The post କନ୍ଦମୂଳ ଖାଉଥିଲେ… appeared first on Dharitri Odia News.