ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା?

ନୂଆଦିଲ୍ଲୀ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏହି ବିଗୁଲ ବାଜିସାରିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଟିକେଟ ଆବଣ୍ଟନକୁ ନେଇ ମନ୍ଥନ କରୁଛନ୍ତି। ଏହି ସମୟରେ ହରିୟାଣା ଭାଜପା ରାଜ୍ୟ ସଭାପତି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଭୋଟ ତାରିଖ ପରିବର୍ତ୍ତନ ଦାବିରେ ଭାଜପା ଅଧ୍ୟକ୍ଷ ମୋହନ ଲାଲ ବାଦୋଲି ନିର୍ବାଚନ ପାଇଁ ଏକ ଚିଠି ଲେଖିଛନ୍ତି। ସୂଚନାନୁସାରେ, ହରିୟାଣା ଭାଜପା ରାଜ୍ୟ ସଭାପତି ମୋହନଲାଲ ବାଦୋଲି ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି ଏବଂ […] The post ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା? appeared first on Dharitri Odia News.

ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା?

ନୂଆଦିଲ୍ଲୀ,୨୪।୮: ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ଏହି ବିଗୁଲ ବାଜିସାରିଛି ଏବଂ ବିଭିନ୍ନ ରାଜନୈତିକ ଦଳ ଟିକେଟ ଆବଣ୍ଟନକୁ ନେଇ ମନ୍ଥନ କରୁଛନ୍ତି। ଏହି ସମୟରେ ହରିୟାଣା ଭାଜପା ରାଜ୍ୟ ସଭାପତି ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଛନ୍ତି। ଭୋଟ ତାରିଖ ପରିବର୍ତ୍ତନ ଦାବିରେ ଭାଜପା ଅଧ୍ୟକ୍ଷ ମୋହନ ଲାଲ ବାଦୋଲି ନିର୍ବାଚନ ପାଇଁ ଏକ ଚିଠି ଲେଖିଛନ୍ତି।
ସୂଚନାନୁସାରେ, ହରିୟାଣା ଭାଜପା ରାଜ୍ୟ ସଭାପତି ମୋହନଲାଲ ବାଦୋଲି ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଆବେଦନ କରିଛନ୍ତି ଏବଂ ଭାରତର ନିର୍ବାଚନ ଆୟୋଗକୁ ଚିଠି ଲେଖି ନିର୍ବାଚନ ତାରିଖ ସ୍ଥଗିତ ରଖିବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଭୋଟ ଦିବସ ୧ ତାରିଖକୁ ସ୍ଥିର କରାଯାଇଛି, କିନ୍ତୁ କ୍ରମାଗତ ଛୁଟି ଥିବାରୁ ଭୋଟ ହାରରେ ହ୍ରାସ ଘଟିବ।
ସେ କହିଛନ୍ତି ଯେ ୨୮ତାରିଖ ଶନିବାର ଏବଂ ୨୯ତାରିଖ ରବିବାର ଏବଂ ଅକ୍ଟୋବର ୧ର ଭୋଟ ଅନୁଷ୍ଠିତ ହେବାକୁ ଥିବାବେଳେ ଅକ୍ଟୋବର ୨ ହେଉଛି ଗାନ୍ଧୀ ଜୟନ୍ତୀ ଛୁଟି ଏବଂ ଅକ୍ଟୋବର ୩ ହେଉଛି ଅଗ୍ରସେନ ଜୟନ୍ତୀ ଛୁଟି। ଏପରି ପରିସ୍ଥିତିରେ, ୬ ଦିନର ଦୀର୍ଘ ସପ୍ତାହ ଶେଷ ହେତୁ ଲୋକମାନେ ଛୁଟିରେ ଯାଇପାରନ୍ତି। ଏକ ଘରୋଇ ଟେଲିଭିଜନ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ ମୋହନଲାଲ ବାଦୋଲି କହିଛନ୍ତି ଯେ ନିର୍ବାଚନ ତାରିଖ ପରିବର୍ତ୍ତନ କରିବାକୁ ସେ ନିର୍ବାଚନ ଆୟୋଗଙ୍କ ଠାରୁ ଦାବି କରିଛନ୍ତି। ବିଶ୍ନୋଇ ସମ୍ପ୍ରଦାୟର ଏକ ଧାର୍ମିକ ରୀତିନୀତି ମଧ୍ୟ ଅଛି ଏବଂ ଏହାର ପ୍ରଭାବ ଭୋଟ ଉପରେ ପଡ଼ିବ।

The post ହରିୟାଣାର ନିର୍ବାଚନ ତାରିଖ କାହିଁକି ବଦଳାଇବାକୁ ଚାହୁଁଛି ଭାଜପା? appeared first on Dharitri Odia News.