ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ…

ଭୁବନେଶ୍ୱର,୮।୩: ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଥିଲେ। ଏ ନେଇ ବିଜୟ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ ଭଲ ହେଲା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି ବୋଲି ସେ କହିଛନ୍ତି। ମୋ ପୁଅ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ଥିବା ସେ ମୋତେ ଜଣାଇଛି। ସୂଚନାଯୋଗ୍ୟ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର। ବିଜୁଙ୍କ ମନ୍ତୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ […] The post ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ… appeared first on Dharitri Odia News.

ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ…

ଭୁବନେଶ୍ୱର,୮।୩: ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ଗୁରୁବାର ବିଜେଡିରେ ଯୋଗ ଦେଇଥିଲେ। ଏ ନେଇ ବିଜୟ ମହାପାତ୍ର ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁଅକୁ ଆଶୀର୍ବାଦ ଦେଲେ ଭଲ ହେଲା। ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବି ବୋଲି ସେ କହିଛନ୍ତି। ମୋ ପୁଅ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଶୀର୍ବାଦ ଥିବା ସେ ମୋତେ ଜଣାଇଛି।

ସୂଚନାଯୋଗ୍ୟ, ପୂର୍ବରୁ ବିଜୁବାବୁଙ୍କ ଏକାନ୍ତ ଅନୁଗତ ଥିଲେ ବିଜୟ ମହାପାତ୍ର। ବିଜୁଙ୍କ ମନ୍ତୀମଣ୍ଡଳରେ ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସିଥିଲେ। ହେଲେ ୨୦୦୦ରେ ବିଜେଡି ପକ୍ଷରୁ ତାଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା। ବିଧାୟକ ପ୍ରାର୍ଥୀ ଭାବେ ସେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ ପ୍ରତ୍ୟାହାର କରି ନିଆଯାଇଥିଲା। ଏହାପରେ ସେ ବିଜେଡି ସହ ସମ୍ପର୍କ ଛିନ୍ନ କରିଥିଲେ। ୨୦୦୯ ଓ ୨୦୧୯ ରେ ସେ ପାଟକୁରାରୁ ଭାଜପା ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନାରେ ଅବତୀର୍ଣ୍ଣ ହୋଇଥିଲେ। ହେଲେ ବିଜେଡି ପ୍ରାର୍ଥୀଙ୍କଠାରୁ ସେ ପରାଜିତ ହୋଇଥିଲେ। ୨୦୧୯ ନିର୍ବାଚନ ପରଠାରୁ ବିଜୟ ରାଜନୈତିକ କ୍ଷେତ୍ରରେ ଏକ ପ୍ରକାର ନୀରବ ରହିଥିଲେ।

The post ପୁଅ ବିଜେଡିରେ ଯୋଗଦେବା ପରେ ବିଜୟ ମହାପାତ୍ର କହିଲେ… appeared first on Dharitri Odia News.