ପିଏମ୍ ମୋଦି ଆଉ ଜେଲେନସ୍କି ଯେଉଁଠାରେ ଭେଟିବେ, ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର, ଜାଣନ୍ତୁ କାହିଁକି…
କିଭ୍,୨୩।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ମାଟିରେ ପାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ଯେଉଁ ସ୍ଥାନରେ ପିଏମ୍ ମୋଦି ଏବଂ ଜେଲେନସ୍କି ଭେଟିବାକୁ ଯାଉଛନ୍ତି ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର। ପ୍ରତ୍ୟେକ ଭାରତୀୟ ସେହି ସ୍ଥାନ ବିଷୟରେ ଅବଗତ। ଏହାର କାରଣ ହେଉଛି ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’। ପିଏମ ମୋଦି ଏବଂ ଜେଲେନସ୍କି ମାରିସ୍କି ପ୍ୟାଲେସରେ ଭେଟିବାକୁ ଯାଉଛନ୍ତି। ଏହା ହେଉଛି ସେହି ପ୍ରାସାଦ […] The post ପିଏମ୍ ମୋଦି ଆଉ ଜେଲେନସ୍କି ଯେଉଁଠାରେ ଭେଟିବେ, ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର, ଜାଣନ୍ତୁ କାହିଁକି… appeared first on Dharitri Odia News.
କିଭ୍,୨୩।୮: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ମାଟିରେ ପାଦ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ଯେଉଁ ସ୍ଥାନରେ ପିଏମ୍ ମୋଦି ଏବଂ ଜେଲେନସ୍କି ଭେଟିବାକୁ ଯାଉଛନ୍ତି ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର। ପ୍ରତ୍ୟେକ ଭାରତୀୟ ସେହି ସ୍ଥାନ ବିଷୟରେ ଅବଗତ। ଏହାର କାରଣ ହେଉଛି ଏସ୍ ଏସ୍ ରାଜାମୌଲିଙ୍କ ଫିଲ୍ମ ‘ଆରଆରଆର’।
ପିଏମ ମୋଦି ଏବଂ ଜେଲେନସ୍କି ମାରିସ୍କି ପ୍ୟାଲେସରେ ଭେଟିବାକୁ ଯାଉଛନ୍ତି। ଏହା ହେଉଛି ସେହି ପ୍ରାସାଦ ଯାହା ସାମ୍ନାରେ ‘ଆରଆରଆର’ ଚଳଚ୍ଚିତ୍ରର ପ୍ରସିଦ୍ଧ ଗୀତ ନାଟୁ-ନାଟୁ ଶୁଟିଂ କରାଯାଇଥିଲା। ୨୦୨୧ରେ ନାଟୁ-ନାଟୁ ଗୀତ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସରକାରୀ ବାସଭବନ ମାରିସ୍କି ପ୍ୟାଲେସ ସମ୍ମୁଖରେ ଶୁଟିଂ କରାଯାଇଥିଲା।
ଏସ୍ ଏସ୍ ରାଜାମୌଲିଙ୍କର ଏହି ଚଳଚ୍ଚିତ୍ର ଏକ ବଡ଼ ହିଟ ବୋଲି ପ୍ରମାଣିତ ହୋଇଥିଲା। କେବଳ ଏତିକି ନୁହେଁ, ତେଲୁଗୁ ଚଳଚ୍ଚିତ୍ର ‘ଆରଆରଆର’ର ନାଟୁ-ନାଟୁ ଗୀତକୁ ମଧ୍ୟ ଓସ୍କାର ପୁରସ୍କାର ମିଳିଥିଲା।
The post ପିଏମ୍ ମୋଦି ଆଉ ଜେଲେନସ୍କି ଯେଉଁଠାରେ ଭେଟିବେ, ସେହି ସ୍ଥାନ ଅତ୍ୟନ୍ତ ସ୍ବତନ୍ତ୍ର, ଜାଣନ୍ତୁ କାହିଁକି… appeared first on Dharitri Odia News.