ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ ପଞ୍ଜାବ ବିପକ୍ଷରେ ଏହାର ଅନ୍ତିମ ମ୍ୟାଚ୍‌ ୯ ରନ୍‌ରେ ଜିତିଥିଲା। ଏପ୍ରିଲ ୨୨ରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଗାମୀ ମ୍ୟାଚ୍‌ ଖେଳିବ। ହେଲେ ଏହା ପୂର୍ବରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଅନେକଙ୍କୁ ଚକିତ କରିଛି। କେବଳ ଏତିକି ନୁହେଁ […] The post ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ… appeared first on Dharitri Odia News.

ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ…

ଭୁବନେଶ୍ୱର,୨୦।୪: ଆଇପିଏଲ୍‌ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସର ସେତେଟା ଆଖିଦୃଶିଆ ପ୍ରଦର୍ଶନ ହୋଇନାହିଁ। ପ୍ରଥମେ ଦଳ ୧୦ ନଂରେ ରହୁଥିବା ବେଳେ ଏବେ ୭ନଂରେ ପହଞ୍ଚିଛି। ଦଳ ପଞ୍ଜାବ ବିପକ୍ଷରେ ଏହାର ଅନ୍ତିମ ମ୍ୟାଚ୍‌ ୯ ରନ୍‌ରେ ଜିତିଥିଲା। ଏପ୍ରିଲ ୨୨ରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଆଗାମୀ ମ୍ୟାଚ୍‌ ଖେଳିବ। ହେଲେ ଏହା ପୂର୍ବରୁ ରୋହିତ ଶର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଫଟୋ ସାମ୍ନାକୁ ଆସିଛି, ଯାହାକି ଅନେକଙ୍କୁ ଚକିତ କରିଛି। କେବଳ ଏତିକି ନୁହେଁ ମୁମ୍ବାଇ ମାଲିକ ଆକାଶ ଅମ୍ବାନୀଙ୍କ ଗୋଟିଏ ନିଷ୍ପତ୍ତି ଯୋଗୁ ଦଳ ଦୁଇ ଭାଗ ହୋଇଥିବା ଦେଖାଯାଇଛି।
ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇର ଡ୍ରେସିଂ ରୁମ୍‌ର ସ୍ଥିତି ଏବଂ ରୋହିତ-ହାର୍ଦ୍ଦିକଙ୍କୁ ନେଇ ଭଳିକି ଭଳି କଥା ଶୁଣିବାକୁ ମିଳୁଥିଲା। ଏହା ପଛରେ କାରଣଟି ଥିଲା ଅଧିନାୟକ ପରିବର୍ତ୍ତନ। ହେଲେ ଏବେ ଯେଉଁ ଫଟୋ କଥା ଉଠିଛି ତାର ଏହି ପରିବର୍ତ୍ତନ ସହ ନେଣଦେଣ ନାହିଁ।
ପଞ୍ଜାବ ବିପକ୍ଷରେ ଦଳ ବିଜେତା ହେବା ପରେ ଆକାଶ ଅମ୍ବାନୀ ଟିମ୍‌ର ଚେଞ୍ଜିଂ ରୁମ୍‌କୁ ଆସି ମ୍ୟାଚ୍‌ର ଷ୍ଟାର ଖେଳାଳିଙ୍କୁ ଅଲଗା କରି ତାଙ୍କଠାରୁ ମୁମ୍ବାଇ ଏବଂ ବାକି ସମସ୍ତଙ୍କଠାରୁ ଇଣ୍ଡିଆନ୍ସ କହିବାକୁ କହୁଛନ୍ତି। ସମସ୍ତେ ସେମିତି ହିଁ କରୁଛନ୍ତି। ଗୋଟିଏ ପଟେ ସୂର୍ଯ୍ୟକୁମାର ଯାଦବ, ଗେରାଲ୍ଡ କୋଏତ୍‌ଜା, ବୁମ୍‌ରା, ଈଶାନ କିଶନ ଥିବା ବେଳେ ଅନ୍ୟପକ୍ଷେ ରୋହିତ ,ହାର୍ଦ୍ଦିକ ଏବଂ ବାକି ଖେଳାଳି ଥିଲେ।
ଦଳର ଏଭଳି ଭିଡିଓରେ ରୋହିତ ଏବଂ ହାର୍ଦ୍ଦିକଙ୍କୁ ଏକାଠି ଦେଖି ଖୁସି ହେବା ସହ ପ୍ରଶ୍ନ ବି ଉଠିଛି। କ’ଣ ଏହା ବାସ୍ତବରେ ନା ମାଲିକଙ୍କୁ ଦେଖାଇବା ଲାଗି ସମସ୍ତେ ଅଭିନୟ କରୁଛନ୍ତି? ତେବେ କ’ଣ ସତ ତାହା ଦଳର ଭିତିରି କଥା, ହେଲେ ବାହାରକୁ ଯେଉଁ ଫଟୋ ଆସିଛି ତାହା ଭଲ ସଙ୍କେତ ଦେଉଛି।

 

The post ଆକାଶ ଅମ୍ବାନୀଙ୍କ ନିଷ୍ପତ୍ତି ଯୋଗୁ ମୁମ୍ବାଇ ଟିମ୍‌ ଦୁଇ ଫାଳ! ରୋହିତ-ହାର୍ଦ୍ଦିକଙ୍କୁ ଏଭଳି ଦେଖି ହେବେ ଚକିତ… appeared first on Dharitri Odia News.