ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ୧୦୮ କଳସ ପାଣିରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ
କୋରାପୁଟ,୨୨ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶନିବାର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ସାମିଲ ହୋଇ ଏହି କାର୍ଯ୍ୟକୁ ସମାପନ କରିଛନ୍ତି। ଶନିବାର ସକାଳ ମହାଧୂପ, ଆଳତି ପରେ ପାରମ୍ପରିକ ପୂଜାର୍ଚ୍ଚନା ହୋଇଥିଲା। ୭ଟା ୩୦ରେ ମନ୍ଦିର ପରିସରରେ ଚମ୍ପାବଣରେ ଥିବା ସୁନାକୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଥିଲା। ସକାଳ ୯ଟା ୩୦ରେ […] The post ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ୧୦୮ କଳସ ପାଣିରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ appeared first on Dharitri Odia News.
କୋରାପୁଟ,୨୨ା୬(ଅମିତାଭ ବେହେରା): ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଶନିବାର ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ପରିଚାଳନା କମିଟିର ସମସ୍ତ ସଦସ୍ୟ ସାମିଲ ହୋଇ ଏହି କାର୍ଯ୍ୟକୁ ସମାପନ କରିଛନ୍ତି। ଶନିବାର ସକାଳ ମହାଧୂପ, ଆଳତି ପରେ ପାରମ୍ପରିକ ପୂଜାର୍ଚ୍ଚନା ହୋଇଥିଲା। ୭ଟା ୩୦ରେ ମନ୍ଦିର ପରିସରରେ ଚମ୍ପାବଣରେ ଥିବା ସୁନାକୂଅରୁ ୧୦୮ କଳସ ଜଳ ସଂଗ୍ରହ କରାଯାଇଥିଲା। ସକାଳ ୯ଟା ୩୦ରେ ପ୍ରଥମେ ସୁଦର୍ଶନ,ପରେ ବଳଭଦ୍ର, ସୁଭଦ୍ରା ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ମନ୍ଦିର ପାର୍ଶ୍ୱରେ ଥିବା ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ହୋମ ଓ ପୂଜାର୍ଚ୍ଚନା ପରେ ଠାକୁରମାନଙ୍କୁ ୧୦୮ କଳସ ଜଳରେ ସ୍ନାନ କରାଯାଇଥିଲା। ପରେ ଅପରାହ୍ନ ୨ଟା ୨୦ରେ ତୁଳା ଲଗ୍ନରେ ଗଜାନନ ବେଶ କରାଯାଇଥିଲା। ଅପରାହ୍ନ ୩ଟା ପରେ ଭକ୍ତଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା। ବର୍ତ୍ତମାନ ମହାପ୍ରଭୁଙ୍କ ବେଶ ଦେଖିବା ପାଇଁ କୋରାପୁଟ ଜିଲା ସମେତ ଜିଲା ବାହାରରରୁ ହଜାର ହଜାର ଭକ୍ତଙ୍କ ସମାଗମ ଶାବର ଶ୍ରୀକ୍ଷେତ୍ରରେ ହୋଇଛି। ଶାନ୍ତିଶୃଙ୍ଖଳା ନିମନ୍ତେ କୋରାପୁଟ ଟାଉନ ଥାନାଧିକାରୀ ପ୍ରମୋଦ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୂଚନା ଥାଉକି, ରାତି ୯ଟା ୪୦ରୁ ୯.୫୨ ମଧ୍ୟରେ ଠାକୁରଙ୍କୁ ଅଣସର ପିଣ୍ଡିକୁ ନିଆଯିବ ବୋଲି ମନ୍ଦିର ପରିଚାଳନା କମିଟି ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି।
The post ଶାବର ଶ୍ରୀକ୍ଷେତ୍ରରେ ସ୍ନାନଯାତ୍ରା: ୧୦୮ କଳସ ପାଣିରେ ସ୍ନାନ ପରେ ଶ୍ରୀଜିଉ ଅସୁସ୍ଥ appeared first on Dharitri Odia News.