ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ଟ୍ରାଭିସ ହେଡଙ୍କ ସହ ଚମତ୍କାର ଇନିଂସ ଆରମ୍ଭ କରିଥିଲେ। ଯେତେବେଳେ ବି ଆଇପିଏଲର ଏହି ସିଜନରେ ତାଙ୍କୁ ସୁଯୋଗ […] The post ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି appeared first on Dharitri Odia News.

ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ,୧୯।୫: ଆଇପିଏଲ ର ପ୍ରତ୍ୟେକ ସିଜନରେ, ଅନେକ ରେକର୍ଡ ତିଆରି ହେବା ଏବଂ ଭାଙ୍ଗିଥିବାର ଦେଖାଯାଏ । ଚଳିତ ସିଜନରେ ସନରାଇଜର୍ସ ହାଇଦ୍ରାବାଦରେ ଖେଳୁଥିବା ଯୁବ ବାମହାତୀ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦ୍ୱାରା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଅଭିଷେକ ଶର୍ମା ସନରାଇଜର୍ସ ହାଇଦ୍ରାବାଦକୁ ମଜବୁତ କରିବା ପାଇଁ କାର୍ଯ୍ୟ କରିଥିଲେ ଏବଂ ଟ୍ରାଭିସ ହେଡଙ୍କ ସହ ଚମତ୍କାର ଇନିଂସ ଆରମ୍ଭ କରିଥିଲେ।
ଯେତେବେଳେ ବି ଆଇପିଏଲର ଏହି ସିଜନରେ ତାଙ୍କୁ ସୁଯୋଗ ମିଳିଲା, ସେତେବେଳେ ସେ ଛକା ମାରିଥିବାର ଦେଖାଯାଇଥିଲା ଏବଂ ହାଇଦ୍ରାବାଦର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସେ ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଥିଲେ। ଚଳିତ ସିଜନରେ ସେ ଏମିତି ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ଯିଏ ବିରାଟ କୋହଲିଙ୍କୁ ଅତିକ୍ରମ କରି ସର୍ବାଧିକ ଛକା ମାରଥିବା ପ୍ରଥମ ଭାରତୀୟ ଖେଳାଳି ହୋଇପାରିଛନ୍ତି।
ପଞ୍ଜାବ କିଙ୍ଗସ (PBKS) ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ତାରକା ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ଏକ ଅର୍ଦ୍ଧଶତକ ଖେଳିଥିଲେ। ସେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ କରିଥିଲେ। ଜଣେ ଓପନର୍‌ ଭାବେ ଅଭିଷେକ ୨୮ ବଲରେ ୬୬ରନର ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୫ ଚୌକା ଓ ୬ ଛକା ମାରିଥିଲେ। ସେ ମାତ୍ର ୨୧ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ପଞ୍ଜାବ ବିପକ୍ଷ ଇନିଂସରେ ଅଭିଷେକ ୬ ଟି ଛକା ମାରିଥିଲେ ଏବଂ ଏହି ସମୟରେ ସେ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ୬ଟି ଛକା ମାରିବାଥିବା ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଥିଲେ। ଚଳିତ ସିଜନରେ ସେ ୪୧ ଛକା ମାରିଥିଲେ।
ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ ଭାବରେ ଅଭିଷେକ ଶର୍ମା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇ ଆଇପିଏଲର ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିଲେ। ଏଥିରେ ସେ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ଆଇପିଏଲ ୨୦୧୬ରେ ୩୮ଛକା ମାରିଥିବାବେଳେ ଋଷଭ ପନ୍ତ ଆଇପିଏଲ ୨୦୧୮ ରେ ୩୮ ଛକା ମାରିଛନ୍ତି।

The post ଆଇପିଏଲର ନୂଆ ‘ସିକ୍ସର କିଙ୍ଗ’, କୋହଲି ସମେତ ପଛରେ ପଡିଲେ ଭାରତୀୟ ଖେଳାଳି appeared first on Dharitri Odia News.