ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ
ନୂଆଦିଲ୍ଲୀ,୧୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଛି। ଏସବୁ ଭିତରେ ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି। ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇ ସେ କହିଛନ୍ତି, ଯେଉଁମାନେ ଭାରତ ଉପରେ ଖରାପ ନଜର ରଖିଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ଥିବାବେଳେ ଦେଶର ଗୋଟିଏ ଇଞ୍ଚ ମଧ୍ୟ ଦଖଲ କରିପାରିବ ନାହିଁ। ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଜୀବନରେ ବନ୍ଧୁ ପରିବର୍ତ୍ତନ ହୋଇପାରିବେ, […] The post ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୪: ଦେଶରେ ଏବେ ନିର୍ବାଚନୀ ମାହୋଲ ରହିଛି। ଏସବୁ ଭିତରେ ପଡୋଶୀ ଦେଶ ଚାଇନା ଏବଂ ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡ଼ା ଜବାବ ଦେଇଛନ୍ତି। ଚାଇନାକୁ ଏକ ଦୃଢ ବାର୍ତ୍ତା ଦେଇ ସେ କହିଛନ୍ତି, ଯେଉଁମାନେ ଭାରତ ଉପରେ ଖରାପ ନଜର ରଖିଛନ୍ତି ସେମାନଙ୍କୁ ଉଚିତ୍ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତାରେ ଥିବାବେଳେ ଦେଶର ଗୋଟିଏ ଇଞ୍ଚ ମଧ୍ୟ ଦଖଲ କରିପାରିବ ନାହିଁ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଜୀବନରେ ବନ୍ଧୁ ପରିବର୍ତ୍ତନ ହୋଇପାରିବେ, ପଡୋଶୀ ନୁହେଁ। ପିଓକେ ଆମର ଥିଲା ଏବଂ ସେପରି ରହିବ। ଯଦି ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ କରିବାରେ ଅସମର୍ଥ, ତେବେ ଭାରତ ସହଯୋଗ କରିବାକୁ ପ୍ରସ୍ତୁତ ଅଛି। ପାକିସ୍ତାନକୁ ଆତଙ୍କବାଦର ପ୍ରଭାବ ଭୋଗିବାକୁ ପଡ଼ିବ।
The post ମୋଦି କ୍ଷମତାରେ ଥିବା ପର୍ଯ୍ୟନ୍ତ ଗୋଟିଏ ଇଞ୍ଚ ଯାଗା କାହାକୁ ଦେବେନି: ରାଜନାଥ ସିଂ appeared first on Dharitri Odia News.