ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ
ପାଇକମାଳ, ୧୦।୭(ବଡ ଶତପଥି) : ବରଗଡ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଏକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ (୩୩)। ମଙ୍ଗଳବାର ରାତିରେ ତାଙ୍କୁ ହତ୍ୟା କରାଯାଇ ଗାଁ ବାହାରେ ପକାଇ ଦେଇଥିଲେ। ଖବରପାଇ ଗାଁ ଲୋକେ ପିଙ୍କୁଙ୍କୁ ନୂଆପଡା ସରକାରୀ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ପିଙ୍କୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏହି ହତ୍ୟା ହୋଇଥିବା କୁହାଯାଉଛି। ତେବେ […] The post ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ appeared first on Dharitri Odia News.
ପାଇକମାଳ, ୧୦।୭(ବଡ ଶତପଥି) : ବରଗଡ ଜିଲା ପାଇକମାଳ ବ୍ଲକ ମାଣ୍ଡୋସିଲ ଗ୍ରାମର ଏକ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ମାଣ୍ଡୋସିଲ ଗାଁର ପିଙ୍କୁ ସାହୁ (୩୩)। ମଙ୍ଗଳବାର ରାତିରେ ତାଙ୍କୁ ହତ୍ୟା କରାଯାଇ ଗାଁ ବାହାରେ ପକାଇ ଦେଇଥିଲେ। ଖବରପାଇ ଗାଁ ଲୋକେ ପିଙ୍କୁଙ୍କୁ ନୂଆପଡା ସରକାରୀ ଚିକିତ୍ସାଳୟକୁ ନେଇଯାଇଥିଲେ। ସେଠାରେ ପିଙ୍କୁଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର ଏହି ହତ୍ୟା ହୋଇଥିବା କୁହାଯାଉଛି। ତେବେ ପାଇକମାଳ ପୋଲିସ ଘଟଣାର ଅନୁସନ୍ଧାନ କରୁଛି। ତଦନ୍ତ ପରେ ସତ୍ୟାସତ୍ୟ ଜଣାପଡ଼ିବ ବୋଲ ପୋଲିସ କହିଛି।
The post ଯୁବକଙ୍କୁ ନିର୍ମମ ହତ୍ୟା, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ସନ୍ଦେହ appeared first on Dharitri Odia News.