୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ ମାର୍ଗଦର୍ଶକ ଭାବରେ ତେଲଙ୍ଗାନା ବିଧାୟକ ଟି ରାଜ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇ ରାଜା ସିଂ କହିଛନ୍ତି, ୱାକଫ ବୋର୍ଡ ଅଧିନିୟମ ରଦ୍ଦ କରାଯିବା ଉଚିତ। ଲଭ ଆଣ୍ଡ୍‌ ଜିହାଦ ଆକ୍ଟକୁ ଅନୁମୋଦନ କରାଯିବା ସହ ଗାଈ ବଧ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ଉଚିତ୍‌। […] The post ୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ appeared first on Dharitri Odia News.

୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ

ପୁଣେ,୧୬।୬: ମହାରାଷ୍ଟ୍ରର ଥାନେ ନିକଟସ୍ଥ ଭିଓ୍ବାଣ୍ଡିରେ ଭାଜପା ନେତା ଟି ରାଜ ସିଂ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ଏକ ହିନ୍ଦୁ ଧର୍ମ ସଭାର ମୁଖ୍ୟ ମାର୍ଗଦର୍ଶକ ଭାବରେ ତେଲଙ୍ଗାନା ବିଧାୟକ ଟି ରାଜ ସିଂଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାଷଣ ଦେଇ ରାଜା ସିଂ କହିଛନ୍ତି, ୱାକଫ ବୋର୍ଡ ଅଧିନିୟମ ରଦ୍ଦ କରାଯିବା ଉଚିତ। ଲଭ ଆଣ୍ଡ୍‌ ଜିହାଦ ଆକ୍ଟକୁ ଅନୁମୋଦନ କରାଯିବା ସହ ଗାଈ ବଧ ଉପରେ ପ୍ରତିବନ୍ଧକ ଲାଗୁ କରାଯିବା ଉଚିତ୍‌।
ଟି ରାଜା ସିଂ ଆହୁରି ମଧ୍ୟ କହିଛନ୍ତି, ଯଦି ନିକଟରେ ଶେଷ ହୋଇଥିବା ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ସିଟ୍‌ ଅତିକ୍ରମ କରିଥାନ୍ତା, ତେବେ ଭାରତ ଏକ ହିନ୍ଦୁ ରାଷ୍ଟ୍ର ହୋଇଥାନ୍ତା। ମହାରାଷ୍ଟ୍ରର ୧ ଲକ୍ଷ ଏକର ଜମି ୱାକଫ ବୋର୍ଡ ସହିତ ଅଛି। ଭାରତରେ ୧୦ ଲକ୍ଷ ଏକର ଜମି ୱାକଫ ବୋର୍ଡ ସହିତ ଅଛି। ୱାକଫ ବୋର୍ଡ ଅଧିନିୟମକୁ ରଦ୍ଦ କରିବାକୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛି। ୱାକଫ ବୋର୍ଡ ଜମିରେ ହିନ୍ଦୁମାନଙ୍କ ପାଇଁ ଡାକ୍ତରଖାନା, ଖେଳ ପଡିଆ, କଲେଜ ଏବଂ ଘର ନିର୍ମାଣ କରାଯିବା ଉଚିତ୍‌।

The post ୪୦୦ ପାର୍‌ ହୋଇଥିଲେ ଭାରତ ଏକ ହିନ୍ଦୁ ରାଷ୍ଟ୍ରରେ ପରିଣତ ହୋଇଥାନ୍ତା: ଭାଜପା ନେତାଙ୍କ ବିସ୍ଫୋରକ ମନ୍ତବ୍ୟ appeared first on Dharitri Odia News.