ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୧୦।୯: ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସରେ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି […] The post ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ appeared first on Dharitri Odia News.

ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ

ଭୁବନେଶ୍ୱର,୧୦।୯: ବିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ ଟିମ ମଙ୍ଗଳବାର ପୂର୍ବାହ୍ନରେ ନବୀନ ନିବାସରେ ଭେଟି ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡି ଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଛନ୍ତି।

Image

ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବୁ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନ ସଭା ତଥା ପଞ୍ଚାୟତ ସ୍ତରରେ ଦୃଢ ବିରୋଧ କରିବା ପାଇଁ ବିରୋଧି ଦଳ ନେତା ପରମର୍ଶ ଦେଇଛନ୍ତି।  ନବୀନ କହିଛନ୍ତି ଆଦିବାସୀମାନଙ୍କ ସ୍ବାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀଙ୍କ ହକ ପାଇଁ  ବିଜେଡି ତାର ଲେଇ ଜାରି ରଖିବ ବୋଲି  ସେ କହିଛନ୍ତି। ଏହି ପ୍ରତିନିଧି ଦଳର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ରାଜ୍ୟସଭା ଏମପି  ମୁନ୍ନା ଖାଁ, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ଏମପି ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ବିରୋଧି ଦଳ ନେତାଙ୍କୁ ଭେଟିଥିଲେ।

The post ନବୀନଙ୍କ ବିରୋଧ, ବିଜେଡି କରିବ ବଡ଼ ଆନ୍ଦୋଳନ appeared first on Dharitri Odia News.