ଟି୨୦ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ଓ୍ବାର୍ନର? ନିଜେ କଲେ ସ୍ପଷ୍ଟ…
ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆର ମହାନ ଓପନର୍ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍ ୨୦୨୪ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସେ ବିଦାୟ ନେବେ ବୋଲି କହିଛନ୍ତି। ଶୁକ୍ରବାର ଓ୍ବାର୍ନର ନିଜର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚ୍ରେ ୭୦ ରନ୍ର ଇନିଂସ ଖେଳି ଦଳକୁ ବିଜେତା କରି ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ […] The post ଟି୨୦ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ଓ୍ବାର୍ନର? ନିଜେ କଲେ ସ୍ପଷ୍ଟ… appeared first on Dharitri Odia News.
ନୂଆଦିଲ୍ଲୀ,୧୦।୨: ଅଷ୍ଟ୍ରେଲିଆର ମହାନ ଓପନର୍ ଡେଭିଡ ଓ୍ବାର୍ନର ଟେଷ୍ଟ ଏବଂ ଦିନିକିଆ ପରେ ଟି୨୦ ଫର୍ମାଟରୁ କେବେ ଅବସର ନେବେ ତାହା ସ୍ପଷ୍ଟ କରିଛନ୍ତି। ଟି୨୦ ବିଶ୍ୱକପ୍ ୨୦୨୪ ଖେଳିବା ପରେ କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରୁ ସେ ବିଦାୟ ନେବେ ବୋଲି କହିଛନ୍ତି। ଶୁକ୍ରବାର ଓ୍ବାର୍ନର ନିଜର ୧୦୦ତମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଏହି ମ୍ୟାଚ୍ରେ ୭୦ ରନ୍ର ଇନିଂସ ଖେଳି ଦଳକୁ ବିଜେତା କରି ‘ପ୍ଲେୟାର ଅଫ୍ ଦ ମ୍ୟାଚ୍’ ହୋଇଥିଲେ।
ବିଜେତା ହେବା ପରେ ଓ୍ବାର୍ନର କହିଛନ୍ତି ଯେ, ଦଳ ଜିତିବା ଦେଖି ଖୁସି ଲାଗିଲା। ଏହି ମଇଦାନ ବ୍ୟାଟିଂ ଲାଗି ଭଲ ଥିଲା। ଏହାର ଲାଭ ତ ଉଠାଇବାକୁ ହେବ। ଏବେ ମୁଁ ବହୁତ ଭଲ ଅନୁଭବ କରୁଛି। ବହୁତ ଉତ୍ସାହିତ ମଧ୍ୟ ଅଛି। ଟି୨୦ ବିଶ୍ୱକପ୍ ୨୦୨୪ ଖେଳିବାକୁ ଚାହୁଁଛି। ସେଠାରେ ହିଁ ଯାତ୍ରା ସମାପ୍ତ କରିବାକୁ ଚାହୁଁଛି। ଆଗାମୀ ୬ ମାସର ଯାତ୍ରା ଭଲ ରହିବ ଏବଂ ମୁଁ ତାହା ଆଶା କରୁଛି। ଯଦି ଅଷ୍ଟ୍ରେଲିଆ ବିଜେତା ହୁଏ ତେବେ ତିନୋଟି ଯାକ ଫର୍ମାଟରେ ବିଶ୍ୱ ଚାମ୍ପିୟନ ଭାବେ ସନ୍ନ୍ୟାସ ନେବି।
The post ଟି୨୦ ଫର୍ମାଟରୁ କେବେ ସନ୍ନ୍ୟାସ ନେବେ ଓ୍ବାର୍ନର? ନିଜେ କଲେ ସ୍ପଷ୍ଟ… appeared first on Dharitri Odia News.