ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି ଟଙ୍କା ଦାବି କରି ଏହି ଧାରଣା ଦେଇଛନ୍ତି। ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ରାଢ଼ଙ୍ଗ ଗ୍ରାମର ତାଙ୍କ ଶାଶୁଘର ସାମ୍ନାରେ ସେ ଧାରଣା ଦେଇଥିବା ଜଣାଯାଇଛି। ସେ ଦର୍ଶାଇଛନ୍ତି ଯେ, ତାଙ୍କ ଘର ପୀରହାଟ […] The post ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ appeared first on Dharitri Odia News.

ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ

ତିହିଡ଼ି,୧୦ା୨(ସଞ୍ଜିତ ବଳ): ଶାଶୁଘର ସାମ୍ନାରେ ଧାରଣା ଦେଇଛନ୍ତି ବୋହୂ। ବିବାହ ଆଳରେ ତାଙ୍କୁ ଠକିଦେଇଥିବା ଅଭିଯୋଗ କରି ବୋହୂ ପୁଷ୍ପାଞ୍ଜଳି ବେହେରା ସୋମବାର ପୂର୍ବାହ୍ନ ୧୧ଟାଠାରୁ ଏହି ଧାରଣା ଦେବା ସହ ଶାଶୁଘର ବିରୋଧରେ ଦଣ୍ଡ ବିଧାନ ସ୍ବରୂପ ୧କୋଟି ଟଙ୍କା ଦାବି କରି ଏହି ଧାରଣା ଦେଇଛନ୍ତି। ତିହିଡି଼ ଥାନା ଦୋଳସାହି ପଞ୍ଚାୟତ ଅଧୀନ ରାଢ଼ଙ୍ଗ ଗ୍ରାମର ତାଙ୍କ ଶାଶୁଘର ସାମ୍ନାରେ ସେ ଧାରଣା ଦେଇଥିବା ଜଣାଯାଇଛି। ସେ ଦର୍ଶାଇଛନ୍ତି ଯେ, ତାଙ୍କ ଘର ପୀରହାଟ ଥାନା ଦୌଲତପୁର ପଞ୍ଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମରେ।

ଗତ ୨୦୦୦ରେ ରାଢ଼ଙ୍ଗ ଗ୍ରାମର ଅନନ୍ତ ମୁଦୁଲିଙ୍କ ପୁଅ ନୀଳମଣି ସହିତ ଭଦ୍ରକ ହଳଦି ସ୍ଥିତ ଭାରତମାତାଙ୍କ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ତାଙ୍କ ସ୍ବାମୀ ଜଣେ କିନ୍ନର ବୋଲି ସେ ଜାଣିବାକୁ ପାଇଥିଲେ। ପରେ ସେ ଶାଶୁଘର ଛାଡ଼ିବା ସହ ଅସମ୍ମାନ ପାଇଁ କ୍ଷତିପୂରଣ ବାବଦକୁ ୧କୋଟି ଟଙ୍କା ଦାବି କରିଛନ୍ତି। ମାତ୍ର ତାଙ୍କୁ ଏଯାବତ ଏହା ମିଳି ନ ଥିବାରୁ ସେ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି। ତାଙ୍କ ସହ ତାଙ୍କ ମା’ କନକ ବେହେରା ମଧ୍ୟ ଧାରଣାରେ ସାମିଲ ହୋଇଥିବା ବେଳେ ରାନ୍ଧି ଖାଇବାକୁ ସେ ରନ୍ଧନ ଗ୍ୟାସ ସହ ରୋଷେଇ ସରଞ୍ଜାମ ରଖିଥିବା ଜଣାଯାଇଛି।

The post ବିବାହ ପରେ ଜାଣିବାକୁ ପାଇଲେ ସ୍ବାମୀ କିନ୍ନର, ଏବେ ଶାଶୁଘର ଆଗରେ ଧାରଣାରେ ବସିଲେ ବୋହୂ appeared first on Dharitri Odia News.