ତୀର୍ଥରେ ଯିବେ ବରିଷ୍ଠ ନାଗରିକ: ପ୍ରଭାତୀ ପରିଡ଼ାଙ୍କ ଘୋଷଣା, ଏହି ଦିନରୁ ଆରମ୍ଭ ପଞ୍ଜିକରଣ
ଭୁବନେଶ୍ୱର,୧୬।୭: ରାଜ୍ୟର ବରିଷ୍ଠ ନାଗରିକମାନେ ଏବେ ଦେଶର ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି (IRCTC) ପକ୍ଷରୁ ଏକ ବିଶେଷ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ୬୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନେ ସାମିଲ ହୋଇପାରିବେ। ଏହି ଯୋଜନା ଅନୁସାରେ, ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ୍ ସେପ୍ଟେମ୍ବର ୧୦ରୁ ଭୁବନେଶ୍ୱରରୁ ବାହାରିବ। ପ୍ରଥମ ଫେଜ୍ରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା […] The post ତୀର୍ଥରେ ଯିବେ ବରିଷ୍ଠ ନାଗରିକ: ପ୍ରଭାତୀ ପରିଡ଼ାଙ୍କ ଘୋଷଣା, ଏହି ଦିନରୁ ଆରମ୍ଭ ପଞ୍ଜିକରଣ appeared first on Dharitri Odia News.
ଭୁବନେଶ୍ୱର,୧୬।୭: ରାଜ୍ୟର ବରିଷ୍ଠ ନାଗରିକମାନେ ଏବେ ଦେଶର ବିଭିନ୍ନ ତୀର୍ଥସ୍ଥାନ ପରିଦର୍ଶନର ସୁଯୋଗ ପାଇବେ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପର୍ଯ୍ୟଟନ ବିଭାଗ ଓ ଆଇଆରସିଟିସି (IRCTC) ପକ୍ଷରୁ ଏକ ବିଶେଷ ତୀର୍ଥଯାତ୍ରା ଯୋଜନା ଆରମ୍ଭ ହୋଇଛି, ଯେଉଁଥିରେ ୬୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନେ ସାମିଲ ହୋଇପାରିବେ।
ଏହି ଯୋଜନା ଅନୁସାରେ, ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ୍ ସେପ୍ଟେମ୍ବର ୧୦ରୁ ଭୁବନେଶ୍ୱରରୁ ବାହାରିବ। ପ୍ରଥମ ଫେଜ୍ରେ ଖୋର୍ଦ୍ଧା, କଟକ, ଜଗତସିଂହପୁର, ଢ଼େଙ୍କାନାଳ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ବରିଷ୍ଠ ନାଗରିକମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ। ଯାତ୍ରା ମୋଟ୍ ୬ ଦିନ ଓ ୫ ରାତି ବ୍ୟାପି ଚାଲିବ।
ଏହି ଯୋଜନାରେ ନାମ ପଞ୍ଜୀକରଣ ଜୁଲାଇ ୧୭ରୁ ଅଗଷ୍ଟ ୧୫ ମଧ୍ୟରେ କରାଯାଇପାରିବ। ଆବେଦନ ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ ମାଧ୍ୟମରେ କରାଯାଇପାରିବ। ଏହା ସହିତ, ୭୦ରୁ ୭୫ ବର୍ଷ ବୟସର ବରିଷ୍ଠ ନାଗରିକମାନଙ୍କ ସହ ଜଣେ ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ସହଯାତ୍ରୀ ଭାବେ ଯାଇପାରିବେ।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, “ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କୁ ଦେଶର ସାଂସ୍କୃତିକ ଓ ଧାର୍ମିକ ସ୍ଥାନ ପରିଦର୍ଶନ କରିବାର ଏକ ଅନୁପମ ସୁଯୋଗ ପ୍ରଦାନ କରିବ।”
ଏହି ଯୋଜନା ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଅଭିଜ୍ଞତାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଆରମ୍ଭ କରାଯାଇଛି। ଆଗ୍ରହୀ ବରିଷ୍ଠ ନାଗରିକମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମ ପଞ୍ଜୀକରଣ କରି ଏହି ସୁଯୋଗର ଲାଭ ଉଠାଇପାରିବେ।
The post ତୀର୍ଥରେ ଯିବେ ବରିଷ୍ଠ ନାଗରିକ: ପ୍ରଭାତୀ ପରିଡ଼ାଙ୍କ ଘୋଷଣା, ଏହି ଦିନରୁ ଆରମ୍ଭ ପଞ୍ଜିକରଣ appeared first on Dharitri Odia News.