ସାଉଥ୍‌ ଏସିଆ ସମିଟ-୨୦୨୪ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୦।୧୨: ପ୍ରଥମ ଥର ପାଇଁ ଭାରତର ଚେନ୍ନାଇଠାରେ ଏକ ଦୁଇ ଦିନିଆ ଶିଖର ସମ୍ମିଳନୀ ‘ସାଉଥ ଏସିଆ ସମିଟ-୨୦୨୪’ ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏପରିକି ଏସିଆର ସାମାଜିକ ନିବେଶକଙ୍କ ସର୍ବବୃହତ ନେଟୱର୍କ ଏଭିପିଏନ୍‌ ପକ୍ଷରୁ ଏହି ଶିଖର ସମ୍ମିଳନୀ ଆରମ୍ଭ କରାଯାଇଛି। ନୂଆ ବାସ୍ତବତା, ନୂତନ ସୁଯୋଗ’ ଶୀର୍ଷକ ବିଷୟ ବସ୍ତୁ ଉପରେ କେନ୍ଦ୍ରିତ ଏହି ଶିଖର ସମ୍ମିଳନୀ ଜଳବାୟୁ ପଦକ୍ଷେପ, ସ୍ବାସ୍ଥ୍ୟ ପ୍ରଭାବ, ଯୁବ ସଶକ୍ତୀକରଣ ଏବଂ ଜୀବିକା ଏବଂ ଲିଙ୍ଗଗତ ସମାନତା କ୍ଷେତ୍ରରେ […] The post ସାଉଥ୍‌ ଏସିଆ ସମିଟ-୨୦୨୪ ଉଦ୍‌ଘାଟିତ appeared first on Dharitri Odia News.

ସାଉଥ୍‌ ଏସିଆ ସମିଟ-୨୦୨୪ ଉଦ୍‌ଘାଟିତ

ନୂଆଦିଲ୍ଲୀ,୧୦।୧୨: ପ୍ରଥମ ଥର ପାଇଁ ଭାରତର ଚେନ୍ନାଇଠାରେ ଏକ ଦୁଇ ଦିନିଆ ଶିଖର ସମ୍ମିଳନୀ ‘ସାଉଥ ଏସିଆ ସମିଟ-୨୦୨୪’ ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଏପରିକି ଏସିଆର ସାମାଜିକ ନିବେଶକଙ୍କ ସର୍ବବୃହତ ନେଟୱର୍କ ଏଭିପିଏନ୍‌ ପକ୍ଷରୁ ଏହି ଶିଖର ସମ୍ମିଳନୀ ଆରମ୍ଭ କରାଯାଇଛି। ନୂଆ ବାସ୍ତବତା, ନୂତନ ସୁଯୋଗ’ ଶୀର୍ଷକ ବିଷୟ ବସ୍ତୁ ଉପରେ କେନ୍ଦ୍ରିତ ଏହି ଶିଖର ସମ୍ମିଳନୀ ଜଳବାୟୁ ପଦକ୍ଷେପ, ସ୍ବାସ୍ଥ୍ୟ ପ୍ରଭାବ, ଯୁବ ସଶକ୍ତୀକରଣ ଏବଂ ଜୀବିକା ଏବଂ ଲିଙ୍ଗଗତ ସମାନତା କ୍ଷେତ୍ରରେ ପ୍ରଭାବଶାଳୀ ସମାଧାନକୁ ଆଗେଇ ନେଇ ଦକ୍ଷିଣ ଏସିଆର ସାମାଜିକ ଆହ୍ବାନଗୁଡ଼ିକର ମୁକାବିଲା ଉପରେ ଗୁରୁତ୍ୱାରୋପ କରୁଛି। ଉକ୍ତ ଅଞ୍ଚଳର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଅର୍ଥନୈତିକ ଏବଂ ପରିବେଶଗତ ସମସ୍ୟାକୁ ଲକ୍ଷ୍ୟ କରି ସମାଧାନ ଏବଂ ସାମାଜିକ ବିନିଯୋଗକୁ ତ୍ୱରାନ୍ବିତ କରିବା ଲାଗି ଏହି ଦୁଇ ଦିନିଆ ଶିଖର ସମ୍ମିଳନୀରେ ପ୍ରଭାବଶାଳୀ ବିଶ୍ୱନେତା, ସାମାଜିକ ନିବେଶକ, ନୀତି ନିର୍ଦ୍ଧାରକ ଏବଂ ପ୍ରଭାବଶାଳୀ ନେତାମାନେ ଯୋଗ ଦେବେ। ଏହି ଶିଖର ସମ୍ମିଳନୀରେ ଭାରତ ସରକାର, ନୀତି ଆୟୋଗ, ସିଙ୍ଗାପୁର ୟୁନିଭର୍ସିଟି ଅଫ୍‌ ସୋସିଆଲ ସାଇନ୍ସ, ବ୍ଲୁ ପ୍ଲାନେଟ୍‌, ରିଲାଏନ୍ସ ଫାଉଣ୍ଡେସନର ବରିଷ୍ଠ ଅଧିକାରୀଙ୍କ ସମେତ ୪୦ରୁ ଅଧିକ ଅଧିବେଶନରେ ବିଶ୍ୱର ୯୦ରୁ ଅଧିକ ବକ୍ତା ଅଂଶଗ୍ରହଣ କରିବେ।
ଏ ସମ୍ପର୍କରେ ଏଭିପିଏନର ସିଇଓ ନୈନା ସୁବରୱାଲ ବାତ୍ରା କହିଛନ୍ତି, ସାଉଥ ଏସିଆ ସମିଟ-୨୦୨୪ ପ୍ରାସଙ୍ଗିକ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ଏବଂ ଅଭିନବ, ସ୍ଥାନୀୟ ସମାଧାନର ସହ-ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ଲାଟଫର୍ମ ପାଲଟିଛି। ଏପରିକି କ୍ରସ-ସେକ୍ଟର ପାର୍ଟନରଶିପ୍‌ ଏବଂ ଅଭିନବ ଫାଇନାନ୍ସିଂ ମଡେଲ ମାଧ୍ୟମରେ ଆମେ ଏସଡିଜି ଆର୍ଥତ୍କ ବ୍ୟବଧାନକୁ ପୂରଣ କରିବା ପାଇଁ ପୁଞ୍ଜିର ସମଗ୍ର ନିରନ୍ତରତାକୁ ଉନ୍ମୁକ୍ତ କରୁଛୁ। ସେହିପରି ପ୍ରଥମ ଥର ପାଇଁ ଚେନ୍ନାଇଠାରେ ଶିଖର ସମ୍ମିଳନୀ ଆୟୋଜନ କରିବା ବିଶେଷ ଭାବେ ଆକର୍ଷଣୀୟ ରହିଛି, ଯାହା କେବଳ ସାମାଜିକ ଏବଂ ପରିବେଶ ପରିବର୍ତ୍ତନ ପାଇଁ ସ୍କେଲେବଲ୍‌, ଅଞ୍ଚଳ-ନିର୍ଦ୍ଦିଷ୍ଟ ମଡେଲ୍‌ ବିଷୟରେ ଆଲୋଚନା ଏବଂ ବୁଝାମଣାକୁ ଉତ୍ସାହିତ କରିବା ପାଇଁ ନୁହେଁ ବରଂ ଦକ୍ଷିଣ ଏସିଆ, ଏସିଆ ଏବଂ ବିଶ୍ୱ ମଧ୍ୟରେ ବିନିମୟକୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟ ଏକ ପ୍ଲାଟଫର୍ମ ପାଲଟିଛି।

The post ସାଉଥ୍‌ ଏସିଆ ସମିଟ-୨୦୨୪ ଉଦ୍‌ଘାଟିତ appeared first on Dharitri Odia News.