ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ…
ଥିରୁଭାନନ୍ତପୁରମ୍,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ। ନାମାଙ୍କନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ନିଜ ପାଇଁ ସପୋର୍ଟ ମାଗିବାକୁ ଆସିଛି। ମୋତେ […] The post ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ… appeared first on Dharitri Odia News.
ଥିରୁଭାନନ୍ତପୁରମ୍,୨୩।୧୦: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ଓ୍ବାୟନାଡରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ଅବସରରେ ତାଙ୍କ ମା’ ସୋନିଆ ଗାନ୍ଧୀ, ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ।
ନାମାଙ୍କନ ପୂର୍ବରୁ ପ୍ରିୟଙ୍କା ଗାନ୍ଧୀ ଲୋକଙ୍କୁ ସମ୍ବୋଧିତ କରି କହିଥିଲେ, ୩୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୁଁ ନିଜ ପାଇଁ ସପୋର୍ଟ ମାଗିବାକୁ ଆସିଛି। ମୋତେ ସୁଯୋଗ ଦିଅ, ମୋର ଦାୟିତ୍ୱ ଆପଣମାନଙ୍କ ପରିଚୟ ଦେବା। ବିପଦରେ ଆପଣମାନେ ବହୁତ ସାହାଯ୍ୟ କରିଛନ୍ତି। ମୁଁ ଆପଣଙ୍କ ପରିବାରର ସଦସ୍ୟ ହେବାକୁ ଆସିଛି। ମୋ ଭାଇ ରାହୁଲ ୮ ହଜାର କିମି ପାଦରେ ଯାତ୍ରା କରିଥିଲେ। ଏହା ଆମର ସଂସ୍କାର। ଆପଣମାନଙ୍କ ସମସ୍ୟା କ’ଣ ମୋତେ କୁହନ୍ତୁ। ମୁଁ ସମସ୍ୟା ଶୁଣିବାକୁ ଆପଣଙ୍କ ଘର ଦୁଆର ମୁହଁକୁ ଆସିଛି। ମୁଁ ଖାର୍ଗେଙ୍କ ନିକଟରେ କୃତଜ୍ଞ।
କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୱାୟନାଡ ଲୋକ ସଭା ଆସନରେ ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବା ପୂର୍ବରୁ କାଲପେଟାରେ ଏକ ରୋଡ ଶୋ’ ଆୟୋଜନ କରିଥିଲେ। ଏଥିରେ ୟୁନାଇଟେଡ ପ୍ରଗତିଶୀଳ ଫ୍ରଣ୍ଟ (ୟୁଡିଏଫ୍) ନେତା ଓ କର୍ମୀଙ୍କ ସମେତ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହା ମାଧ୍ୟମରେ ପ୍ରିୟଙ୍କା ଗାନ୍ଧୀ ପ୍ରଥମ ଥର ପାଇଁ ନିର୍ବାଚନରେ ପ୍ରବେଶ କରିଛନ୍ତି।
The post ନାମାଙ୍କନପତ୍ର ଦାଖଲ କଲେ ପ୍ରିୟଙ୍କା: କହିଲେ ପ୍ରଥମଥର ମୁଁ… appeared first on Dharitri Odia News.