ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଦାରିଙ୍ଗବାଡି ପ୍ରତିନିଧି ପିଟର ଦିଗାଲଙ୍କ ନେତୃତ୍ୱରେ ୨୫ ପଞ୍ଚାୟତର କଂଗ୍ରେସ ସମର୍ଥକ ସମେତ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମର ଶତାଧିକ ମହିଳା ବିଡ଼ିଓଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ଦୁର୍ଗମ କେରୁବାଡି ଗ୍ରାମକୁ ଲକ୍ଷ୍ମୀବସ ଚଳାଇବାକୁ ନିବେଦନ କରିଛନ୍ତି। […] The post ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ appeared first on Dharitri Odia News.

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନଙ୍କ ଦାରିଙ୍ଗବାଡି ପ୍ରତିନିଧି ପିଟର ଦିଗାଲଙ୍କ ନେତୃତ୍ୱରେ ୨୫ ପଞ୍ଚାୟତର କଂଗ୍ରେସ ସମର୍ଥକ ସମେତ ଭ୍ରମରବାଡି ପଞ୍ଚାୟତ କେରୁବାଡି ଗ୍ରାମର ଶତାଧିକ ମହିଳା ବିଡ଼ିଓଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ବାଗତ କରିବା ସହ ଦୁର୍ଗମ କେରୁବାଡି ଗ୍ରାମକୁ ଲକ୍ଷ୍ମୀବସ ଚଳାଇବାକୁ ନିବେଦନ କରିଛନ୍ତି। ଏବେ ଲଷ୍ମୀବସ ଭ୍ରମରବାଡି ପଞ୍ଚାୟତ ପର୍ଯ୍ୟନ୍ତ ଯାଉଥିବାବେଳେ ଉକ୍ତ ପଞ୍ଚାୟତର ସବୁଠାରୁ ବଡ଼ ଗ୍ରାମ କେରୁବାଡି ହୋଇଥିବାବେଳେ ସେଠାରେ ଜନସଂଖ୍ୟା ଅଧିକା ରହିଥିବା ଲୋକ ଅଭିଯୋଗରେ ଜଣାଇଥିଲେ। ବିଡ଼ିଓ ଲୋକଙ୍କ ଅଭିଯୋଗ ଶୁଣିବା ସହ କନ୍ଧମାଳ ଜିଲାପାଳଙ୍କୁ ଜଣାଇ ପଦକ୍ଷେପ ନେବି ବୋଲି କହିଥିଲେ। ତେବେ ବିଡ଼ିଓଙ୍କୁ ଅଭିଯୋଗ କରିବାକୁ ଆସିଥିବା ମହିଳାଙ୍କୁ ଉକ୍ତ ଲଷ୍ମୀ ବସରେ ଗୋଟିଏ ଦିନ ପାଇଁ କେରୁବାଡି ଯିବାକୁ ବସର କର୍ମଚାରୀଙ୍କୁ ବିଡ଼ିଓ ରଥ ନିର୍ଦ୍ଦେଶ ଦେଇଥିଲେ।

ଏହି ସମୟରେ ବିଧାୟକଙ୍କ ପ୍ରତିନିଧି ପିଟରଙ୍କ ସମେତ କରମ ସିଂ ନାୟକ, ଶ୍ୟାମଘନ ପ୍ରଧାନ, ବିନୋଦ ନାୟକ, ନାଇଗା ପ୍ରଧାନ, ନାଗେଶ୍ୱର ପ୍ରଧାନ, ସନ୍ଧ୍ୟାରାଣୀ ନାୟକ, କବିତା ନାୟକ, ମିତା ନାୟକ, ତେଜ ନାୟକ, ବିରଦା ନାୟକ, ନମିତା ନାୟକ ଜ୍ୟୋତିରାଜ ଲିମା, ଝରା ନାୟକ, ଲାଦି ପ୍ରଧାନ, ପ୍ରଫୁଲ ନାୟକ, ଅଭିଷେକ ଦଳବେହେରା ପ୍ରମୁଖ ବିଡ଼ିଓଙ୍କୁ ଭେଟିଛନ୍ତି। ପରେ ବିଡ଼ିଓ ବ୍ଲକ କାର୍ଯ୍ୟାଳୟର କର୍ମଚାରୀଙ୍କ ସହ ସମୀକ୍ଷା ବୈଠକ କରି ଦାରିଙ୍ଗବାଡି ଅଞ୍ଚଳରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି।

ଏହି ସମୀକ୍ଷା ବୈଠକରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ପାତ୍ର, ଏପିଓ କେଦାର ଚନ୍ଦ୍ର ପଣ୍ଡା, ବିପିଏମ ପିଣ୍ଟୁ ନାୟକ, ସମସ୍ତ କନିଷ୍ଠ ଯନ୍ତ୍ରୀ, ପଞ୍ଚାୟତ କାର୍ଯ୍ୟକ୍ରମ ଅଧିକାରୀ, ଗ୍ରାମ ରୋଜଗାର ସେବକଙ୍କ ସମେତ ସମସ୍ତ ବିଭଗୀୟ କର୍ମଚାରୀଙ୍କ ସହ ସମୀକ୍ଷା କରିଛନ୍ତି। ବିଡ଼ିଓ ପ୍ରୀତିରଞ୍ଜନ ରଥ କହିଛନ୍ତି ଯେ, ସମସ୍ତଙ୍କ ସହଯୋଗରେ ଦାରିଙ୍ଗବାଡିର ସମସ୍ତ ଉନ୍ନୟନ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ ବୋଲି କହିଛନ୍ତି।

The post ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ appeared first on Dharitri Odia News.