କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ ଜିଲାକୁ ଚାଲାଣ ହେଉଥିଲା। ଏହି ସମୟରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ବେଡିଗୋବା ଠାରେ ନାମ ଯଜ୍ଞ ଦେଖି ଫେରୁଥିବା କିଛି ସାଧୁ ସନ୍ଥ ଗାଈ ଗୋରୁ କୁଆଡେ ଚାଲାଣ ହେଉଛି ବୋଲି ଚାଲାଣକାରୀଙ୍କୁ ପଚାରିଥିଲେ । ଏହାପରେ ଗୋ ଚାଲାଣକାରୀ ମାନେ ଭୟରେ ସେଠୁ ଅନ୍ଧାର ରାତିର ସୁଯୋଗ […] The post କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ appeared first on Dharitri Odia News.

କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୬।୩ (ବାବୁଲା ପ୍ରଧାନ): ଶନିବାର ବିଳମ୍ବିତ ରାତିରେ କନ୍ଧମାଳ ଜିଲାରୁ ଶତାଧିକ ଗାଈ, ଗୋରୁ ବେନିୟମ ଭାବେ ଗଞ୍ଜାମ ଜିଲା ବେଲଗୁଣ୍ଠା ହାଟ କିମ୍ବା ଅନ୍ୟ ଜିଲାକୁ ଚାଲାଣ ହେଉଥିଲା। ଏହି ସମୟରେ ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ବେଡିଗୋବା ଠାରେ ନାମ ଯଜ୍ଞ ଦେଖି ଫେରୁଥିବା କିଛି ସାଧୁ ସନ୍ଥ ଗାଈ ଗୋରୁ କୁଆଡେ ଚାଲାଣ ହେଉଛି ବୋଲି ଚାଲାଣକାରୀଙ୍କୁ ପଚାରିଥିଲେ । ଏହାପରେ ଗୋ ଚାଲାଣକାରୀ ମାନେ ଭୟରେ ସେଠୁ ଅନ୍ଧାର ରାତିର ସୁଯୋଗ ନେଇ ଫେରାର ହୋଇଯାଇଥିଲେ। ଏହାପରେ ସାଧୁ ସନ୍ଥ ମାନେ ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କୁ ସୂଚନା ଦେଇଥିଲେ । ଥାନା ଅଧିକାରୀ ଜେନାଙ୍କ ସମେତ ଏଏସ ଆଇ ସୁଶାନ୍ତ ପଟ୍ଟନାୟକ, ଗୃହରକ୍ଷୀ ପି. ହେମନ୍ତ ରାଓ ପ୍ରମୁଖ ନିଧିଆପଲ୍ଲୀ ଛକରେ ପହଞ୍ଚି ଗାଈ ଗୋରୁ ଗୁଡିକୁ ଉଦ୍ଧାର କରିଥିଲେ। ଭଞ୍ଜନଗର ପୋଲିସ ଏବଂ ସାଧୁ ସନ୍ଥ ମାନେ ଏକ ବଡ଼ ଧରଣର ବେନିୟମ ଗୋ ଚାଲାଣକୁ ରୋକିବାରେ ସଫଳ ହୋଇଛନ୍ତି । ଅପରପକ୍ଷେ ଏତେ ଗୁଡ଼ିଏ ଗାଈ ଗୋରୁଙ୍କୁ ରଖିବା ପାଇଁ ବୁଗୁଡ଼ା ନିକଟସ୍ଥ କରଚୁଲିର ଏକ ଆଶ୍ରମକୁ ରବିବାର ସକାଳେ ନିଆ ଯାଉଥିବା ଜଣାପଡିଛି ।

The post କନ୍ଧମାଳରୁ ବେଆଇନ ଗୋଚାଲାଣ: ଉଦ୍ଧାର କଲା ଭଞ୍ଜନଗର ପୋଲିସ appeared first on Dharitri Odia News.